Dhurandhar Creates record / ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି ଧୁରନ୍ଧର,ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଲ୍ରେ ଜମୁଛି ଦର୍ଶକଙ୍କ ଭିଡ଼
·3 months ago·2 min read

Key Points
ଧମାଲ୍ କରୁଛି ଆକ୍ସନ ଥ୍ରୀଲର ମୁଭି 'ଧୁରନ୍ଧର
ବକ୍ସ ଅଫିସରେ ଦିନକୁ ଦିନ ସବୁ ରେକର୍ଡ ଭାଙ୍ଗୁଛି ଏହି ମୁଭି
ରାଜଧାନୀର ବିଭିନ୍ନ ପ୍ରେକ୍ଷାଳୟରେ ଦେଖିବାକୁ ମିଳିଛି ‘ଧୁରନ୍ଧର’ର କ୍ରେଜ୍

ଭୁବନେଶ୍ବର ୨୨/୦୩ ଧମାଲ୍ କରୁଛି ଆକ୍ସନ ଥ୍ରୀଲର ମୁଭି 'ଧୁରନ୍ଧର' । ଫିଲ୍ମର ନାଁ ଯେପରି ଦମଦାର କାହାଣୀ ବି ସେମିତି ଦମଦାର। ବକ୍ସ ଅଫିସରେ ଦିନକୁ ଦିନ ସବୁ ରେକର୍ଡ ଭାଙ୍ଗୁଛି ଏହି ମୁଭି। ଖାଲି ସାରା ଦେଶ ନୁହେଁ, ଏବେ ଭୁବନେଶ୍ୱର ଥିଏଟରରେ ମଧ୍ୟ ଏହା ବେଶ୍ କମାଲ କରୁଛି। ଆଜି ରବିବାରରେ ରାଜଧାନୀର ବିଭିନ୍ନ ପ୍ରେକ୍ଷାଳୟରେ ଦେଖିବାକୁ ମିଳିଛି ‘ଧୁରନ୍ଧର’ର କ୍ରେଜ୍। ଗତକାଲି ସକାଳ ୮.୩୦ରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଲ୍ରେ ଦର୍ଶକଙ୍କ ଭିଡ଼ ଜମିଥିଲା । ୩ ଘଣ୍ଟା ୪୯ ମିନିଟ୍ର ଏହି ସିନେମା ଲୋକଙ୍କୁ କିମିଆ କରିଛି। ଦେଶପ୍ରେମ ଓ ବଳିଦାନର କାହାଣୀ ଦର୍ଶକଙ୍କୁ ୪ ଘଣ୍ଟା ଧରି ସିଟ୍ରେ ବାନ୍ଧି ରଖିପାରିଛି। ବଲିଉଡର ସବୁଠାରୁ ବଡ଼ ହିଟ୍ ଫିଲ୍ମ 'ଧୁରନ୍ଧର'ର ଏହି ସିକୁଏଲ୍ 'ଧୁରନ୍ଧର: ଦି ରିଭେଞ୍ଜ'ରେ ରଣବୀର ସିଂହଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି। ଏହି ମୁଭି ପୁରା ମନୋରଂଜନ ଯୋଗାଉଛି ବୋଲି କହିଛନ୍ତି ଦର୍ଶକ।
୧୯ ମାର୍ଚ୍ଚରେ ମୁକ୍ତିଲାଭ କରିଥିଲା ଏହି ମୁଭିରେ ଯଦିଓ ସଙ୍ଗୀତ ପ୍ରଥମ ଭାଗ ତୁଳନାରେ ଟିକେ ଦୁର୍ବଳ ମନେହେଉଛି, କିନ୍ତୁ କଳାକାରଙ୍କ ଅଭିନୟ ସବୁକିଛିକୁ ଢାଙ୍କି ଦେଇଛି। ଆଦିତ୍ୟ ଧର ତାଙ୍କ ନିର୍ଦ୍ଦେଶନା ଏବଂ ଲେଖାରେ କୌଣସି କସରତ ଛାଡ଼ି ନାହାନ୍ତି । ଫିଲ୍ମର ଗତି ଏତେ ଦ୍ରୁତ ଯେ ଆଖି ପତା ପକାଇବାକୁ ବି ସମୟ ଦେବନି।
ଏହି ମୁଭିର ସବୁଠାରୁ ଚର୍ଚ୍ଚିତ ବିଷୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍-ସ୍କ୍ରିନ୍ ଉପସ୍ଥିତି। ମୁଭିରେ ପ୍ରଧାନମନ୍ତ୍ରୀଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ରହିଛି- ପ୍ରଥମଟି ୨୦୧୪ର ଐତିହାସିକ ଶପଥ ଗ୍ରହଣ ଏବଂ ଦ୍ୱିତୀୟଟି ୨୦୧୬ର ବିମୁଦ୍ରୀକରଣ ସମ୍ପର୍କିତ ଅଭିଭାଷଣ। ଏହି ଦୃଶ୍ୟକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ‘ଧୁରନ୍ଧର-୨’ ଆଗରେ ଏବେ ‘ଜୱାନ’ ଓ ‘ପଠାନ’ ଭଳି ଫିଲ୍ମ ଫିକା ପଡ଼ିଯାଇଛି। ପ୍ରଥମ ଦିନରେ ଭାରତରେ ୧୦୦ କୋଟି ପାର କରିଥିବା ବେଳେ ବିଶ୍ୱବ୍ୟାପୀ ୨୩୬ କୋଟି ଆୟ କରି ଏହା ବଲିଉଡର ସବୁଠୁ ବଡ଼ ଓପନର୍ ଭାବେ ଉଭା ହୋଇଛି ବୋଲି କହିଛନ୍ତି ସିନେ ସମୀକ୍ଷକ।
ସେନ୍ସର ବୋର୍ଡର 'A' ସାର୍ଟିଫିକେଟ୍ ସତ୍ତ୍ୱେ ଦର୍ଶକଙ୍କ କ୍ରେଜ୍ କମିବାର ନାଁ ନେଉନାହିଁ। ରଣବୀର ସିଂହଙ୍କ ସହ ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ, ରାକେଶ ବେଦୀ ଏବଂ ସାରା ଅର୍ଜୁନଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ସମସ୍ତ କଳାକାରଙ୍କ ଦମଦାର ଅଭିନୟ ଏବେ ‘ଧୁରନ୍ଧର-୨’କୁ ବ୍ଲକବଷ୍ଟର ଦିଗରେ ନେଇଯାଉଛି। ମୋଟାମୋଟି ଭାବେ କହିଲେ ୨୦୨୬ ର ସବୁଠାରୁ ବଡ଼ ଆକ୍ସନ୍ ଫିଲ୍ମ ହେଉଛି ଧୁରନ୍ଧର : ଦ ରିଭେଞ୍ଜ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories