Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିନା ମେଡିସିନରେ ଭଲ ହେବ ମଧୁମେହ

Smruti Parija
Browse all articles by Smruti Parija
·1 year ago·2 min read
ବିନା ମେଡିସିନରେ ଭଲ ହେବ ମଧୁମେହ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଘରେ ଘରେ ଡାଏବେଟିସ୍ । ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ‘ଡାଏବେଟିସ୍’ କବଳରେ ପଡ଼ୁଛନ୍ତି । ଅନିୟନ୍ତ୍ରିତ ଜୀବନଶୈଳୀ, ଯେମିତିକି ଅତ୍ୟଧିକ ମୋଟାପଣ, ଶାରୀରିକ ପରିଶ୍ରମ ନକରିବା, ଅତ୍ୟଧିକ ଜଙ୍କ୍ ଫୁଡ୍ ପାଇଁ ମଧୁମେହ ବର୍ତ୍ତମାନ ଘାତକ ରୋଗରେ ପରିଣତ ହୋଇଛି । ମଧୁମେହକୁ ରୋକିବ ସନ୍ତୁଳିତ ଜୀବନଶୈଳୀ । ବିନା ମେଡିସିନରେ ଭଲ ହେବ ମଧୁମେହ । କଥାଟି ଟିକେ ଅଜବ ଲାଗୁଥିଲେ ବି ସତ । ଏକଥା ଟି ଆମେ କହୁନୁ କହୁଛନ୍ତି ଯୋଗ ଗୁରୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ୪୩ ଲକ୍ଷ ରୋଗୀ ମଧୁମେହରେ ମୃତ୍ୟୁ ବରଣ କରନ୍ତି ।

ଏହି ରୋଗର ସବୁଠାରୁ ବଡ କାରଣ ହେଉଛି ଖରାପ ଏବଂ ପରିବର୍ତ୍ତିତ ଜୀବନଶୈଳୀ । ଏହାକୁ ଏଡାଇବାକୁ ହେଲେ କେବଳ ଜୀବନଶୈଳୀରେ ପରିବର୍ତ୍ତନ ଦରକାର । ପୁଷ୍ଟିକର ଖାଦ୍ୟ,ସକାଳୁ କିଛି ସମୟ ଚାଲିବା ଏବଂ ଦୌଡିବା, ଧନୁରାସନ, କପାଳଭାତି, ପଶ୍ଚିମୋତ୍ତାନାଶନ, ଶବାସନ ଏବଂ ମାନସିକ ସନ୍ତୁଳନ ହିଁ ମଧୁମେହରୁ ଦୂରେଇ ରଖିବା ସହ ମାତ୍ର ୨ ରୁ ୩ ମାସ ମଧ୍ୟରେ ସଂପୂର୍ଣ୍ଣ ଭଲ ହୋଇପାରିବ ମଧୁମେହ ବୋଲି କହିଛନ୍ତି ଯୋଗ ଗୁରୁ ଓ ନେଚରପାର୍ଥି ଡକ୍ଟର....

ଅନ୍ୟପଟେ ଦିନକୁ ଦିନ ଅନିୟନ୍ତ୍ରିତ ହେବାରେ ଲାଗିଛି ମଧୁମେହ । ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଉପରମୁହାଁ ରହିଛି । ଏପରିକି ଭାରତକୁ ଏବେ ଡାଏବେଟିକ୍ କ୍ୟାପିଟାଲ ବା ମଧୁମେହର ରାଜଧାନୀ ବୋଲି ମଧ୍ୟ କୁହାଯାଉଛି । ତେବେ ପୂର୍ବରୁ ମୁଖ୍ୟତଃ ୪୦ ବର୍ଷ ପରେ ଲୋକଙ୍କୁ ମଧୁମେହ ହେଉଥିବା ବେଳେ ଆଜିକାଲି ପ୍ରାୟ ଛୋଟ ପିଲାମାନେ ମଧ୍ୟ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରୋଗରେ ପୀଡ଼ିତ ଅଧାରୁ ଅଧିକାଂଶ ବ୍ୟକ୍ତିଙ୍କୁ ମଧୁମେହ ହୋଇଥିବା କଥା ସେମାନେ ଜାଣିପାରନ୍ତି ହିଁ ନାହିଁ । ମଧୁମେହ ରୋଗ ଶରୀରରେ ସୃଷ୍ଟି ହେବା ମାତ୍ରେ ହିଁ, ବାରମ୍ବାର ପରିସ୍ରା ଲାଗିବା, ଶୋଷ ଲାଗିବା କିମ୍ବା ଅଧିକ ଭୋକ ଲାଗିବା, ହଠାତ୍ ଓଜନ କମିଯିବା, ଆଖିକୁ ଜାଳଜାଳୁଆ ଦିଶିବା, ଘା ଶୀଘ୍ର ନଶୁଖିବା, ଚର୍ମ ରୋଗ ଦେଖାଦେବା, ଥକ୍କା ଲାଗିବା, କ୍ରୋଧ ଏବଂ ଚିଡିଚିଡାପଣ ଅନୁଭବ ହେବା ଭଳି ସଙ୍କେତ ଦେଖା ଦେଇଥାଏ । 

ତେବେ ଆଜି ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଥିବା ବେଳେ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ରାଜଧାନୀ ରେ ଶ୍ରିଟି ଫାଉଣ୍ଡେସନ ପକ୍ଷରୁ ‘ବିଶ୍ଵ ମଧୁମେହ ଦିବସ’ ପାଳନ କରାଯାଇଛି । ୫୦ ରୁ ଉର୍ଦ୍ଧ୍ୱ ସଦସ୍ୟକୁ ନେଇ ପୋଖରୀପୁଟ ସ୍ଥିତ ମଧୁସୂଦନ ପାର୍କରୁ ଏକ ରାଲି ବାହାରି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇଥିଲେ । ଏଥିସହ ଡାଇବେଟିସ ଟେଷ୍ଟ ଆଦି କରାଯାଇ ଲୋକଙ୍କୁ ସଚେତନ କରାଯାଇଛି । ଚଳିତ ବର୍ଷ ଥିମ୍ ରଖାଯାଇଛି "Breaking Barriers, Bridging Gaps" । 

ମଧୁମେହ ଏମିତି ଏକ ରୋଗ ଯାହା ବିଭିନ୍ନ ରୋଗକୁ ନିମନ୍ତ୍ରଣ ଦେଇଥାଏ । ଫଳରେ ଏହା ଭାରି ମାରତ୍ମକ । ମୋଟାମୋଟି ଭାବେ କହିବାକୁ ଗଲେ ଅନିୟନ୍ତ୍ରିତ ଜୀବନଶୈଳୀ, ଯେମିତିକି ଅତ୍ୟଧିକ ମୋଟାପଣ, ଶାରୀରିକ ପରିଶ୍ରମ ନକରିବା, ଅତ୍ୟଧିକ ଜଙ୍କ୍ ଫୁଡ୍ ତଥା ତେଲ ଜାତୀୟ ଖାଦ୍ୟ ଖାଇବା,ପୋଷକଯୁକ୍ତ ଖାଇବାର ଅଭାବ, ମାଦକ ଦ୍ରବ୍ୟଠୁ ଦୂରେଇ ରହିଲେ ହିଁ ମଧୁମେହ କୁ ଆମେ କହିପାରିବା ନା...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Diabetes can be cured without medicine. | Argus News