ବାଙ୍କୀ ହରିରାଜପୁର ଗାଁରେ ଡାଇରିଆ ଆତଙ୍କ, ୪୨ ଆକ୍ରାନ୍ତ

ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତରେ ଦୁଇ ଦିନ ଧରି ଡାଇରିଆ ବ୍ୟାପିଛି। ଜଣକ ପରେ ୪୨ ଜଣ ଆକ୍ରାନ୍ତ ହୋଇ ନିକଟସ୍ଥ ବାଙ୍କୀ ଉପଖଣ୍ଡ ଡ଼ାକ୍ତରଖାନାରେ ଚିକତ୍ସିତ ହୋଇ ଘରକୁ ଫେରିଛନ୍ତି। ଏବେ ବି ଦୁଇ ଜଣ ଚିକିତ୍ସିତ ହେଉଛନ୍ତି। ଚାରି ହଜାର ଜନ ସଂଖ୍ୟା ବିଶିଷ୍ଟ ଗାଆଁରେ ଶତାଧିକ ଲୋକ ଝାଡା ବାନ୍ତିରେ ପଡ଼ି ଘରୋଇ ଚିକିତ୍ସା କରାଇଅଛନ୍ତି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ମହାନଦୀରୁ ଆସୁଥିବା ପାଣି ପିଇ ଏଭଳି ଡାଇରିଆ ବ୍ୟାପିଥିବାର ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।
ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ମହାନଦୀରୁ ଯେଉଁ ସ୍ଥାନରୁ ପାଣି ଆସୁଛି। ଅତି ଦୂଷିତ ପାଣି ଯେଉଁଠି ଲୋକେ ପୋଖରୀ ଭଳି ଶୌଚ ଏବଂ ଗାଧୁଆ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଏବେ ଗାଆଁରେ ଏକ ଟିମ୍ ଯାଇ ଘର୍ କୁ ଘର୍ ବୁଲି ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝି( ଓଆରଏସ) ବଟିକା ଦେଉଛନ୍ତି। ମହାନଦୀ ରୁ ଯେଉଁ ପାଣି ପିଇବା ପାଇଁ ଆସୁଛି ସେ ପାଣିକୁ ପରୀକ୍ଷା ପାଇଁ ପଠାଯାଇଛି। ଏବେ ଡାଇରିଆ ସ୍ଥିତି ସ୍ଥିର ଅଛି ଅଧିକ ବ୍ୟାପିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବନବାସି ବେହେରା ସୂଚନା ଦେଇଛନ୍ତି।