Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାଜପୁରରେ ବଢୁଛି ଝାଡାବାନ୍ତି , ଆଜି ୧୫ ଆକ୍ରାନ୍ତ ଚିହ୍ନଟ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଯାଜପୁରରେ ବଢୁଛି ଝାଡାବାନ୍ତି , ଆଜି ୧୫ ଆକ୍ରାନ୍ତ ଚିହ୍ନଟ

Key Points

ଯାଜପୁରରେ ବଢୁଛି ଝାଡାବାନ୍ତି
ଯାଜପୁରରେ ପୁଣି ବଢିଲା ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା
ଆଜି ୧୫ଜଣ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ
ଜିଲ୍ଲାରେ ୨୫୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି

ଯାଜପୁରରେ ଅଣାୟତ ହଇଜା । ଯାଜପୁରରେ ପୁଣି ବଢିଲା ଝାଡାବାନ୍ତି ରୋଗୀ ସଂଖ୍ୟା। ଗତକାଲି ୨୪୪ ରହିଥିବା ବେଳେ ଆଜି ଜ଼ିଲ୍ଲାରେ ୨୫୯ ରୋଗୀ ଚିକିତ୍ସିତ ହୋଉଛନ୍ତି। ଆଜି ଦିନକରେ ଜ଼ିଲ୍ଲାରେ ୧୫ ଜଣ ନୂଆ ରୋଗୀ ଚି଼ହ୍ନଟ ହୋଇଛନ୍ତି। ଗତ କାଲି ୨ ଜଣଙ୍କ ଝାଡା ବାନ୍ତି ରେ ମୃତ୍ୟୁ ଘଟିଥିଲା ଏଯାଏଁ ୭ଜଣଙ୍କ ମୃତ୍ୟୁ ହୋଇଛି । ୧୪ ଜଣିଆ କେନ୍ଦ୍ରୀୟ ଟିମ ଗତ କାଲି ଠାରୁ ଯାଜପୁର ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧ଟି ନମୂନା ହଇଜା ପଜିଟିଭ୍ ଚିହ୍ନଟ ହୋଇଛି ।


ଗତକାଲି ଗ୍ରାଉଣ୍ଡ ଜିରୋରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଂଚି ଯାଜପୁର ମେଡିକାଲ, ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିଥିଲେ । ସ୍ଥିତିକୁ ଦେଖି ଯାଜପୁର ବରିରେ ବନ୍ଦ ହୋଇଛି ସମସ୍ତ ହୋଟେଲ, ଢାବା । ସେହିପରି ଷ୍ଟ୍ରିଟ୍ ଫୁଡ ଗୁପଚୁପ, ଚାଟ, ଆଇସକ୍ରିମ କାରଖାନା, ଜଳଖିଆ ଦୋକାନ, ପାଣି ପାଉଚ କାରଖାନା ଏବଂ ପାଣି ପ୍ୟାକେଜିଙ୍ଗ କାରଖାନା ଦୁଇ ସପ୍ତାହ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବରୀ ତହସିଲଦାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Diarrhea is increasing in Jajpur, 15 infected people identified today | Argus News