Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଟିଏ ଦିନରେ 300 ନୂଆ ରୋଗୀ,ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Smruti Parija
Browse all articles by Smruti Parija
·1 year ago·2 min read
ଗୋଟିଏ ଦିନରେ 300 ନୂଆ ରୋଗୀ,ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Key Points

ଜିଲ୍ଲାକୁ ଜିଲ୍ଲା ଡେଉଁଛି ଡ଼ାଇରିଆ
୫ ଜିଲ୍ଲାରେ ସ୍ଥିତି ବେକାବୁ
ଗୋଟିଏ ଦିନରେ 300 ନୂଆ ରୋଗୀ
ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ସମସ୍ତ ଜିଲ୍ଲାକୁ କରାଗଲା ଆଲର୍ଟ
ଗାଁ ଗାଁ ରେ ୭ ଦିନ ଯାଏ ସଚେତନତା ବାର୍ତ୍ତା
ପ୍ରତ୍ୟେକ ଦିନ ହେବ ରାଜ୍ୟ ସ୍ତରୀୟ ସମୀକ୍ଷା

ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି ଡାଇରିଆ । ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଝାଡ଼ା ବାନ୍ତି ଏବେ ଅନ୍ୟ ଜିଲ୍ଲାକୁ ଖୀପ୍ର ବେଗରେ ମାଡି ଚାଲିଛି । ଯାହାକୁ ନେଇ ଆଜି ଜରୁରୀକାଳୀନ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ୫ ଜିଲ୍ଲାର ବେକାବୁ ସ୍ଥିତିକୁ ଦେଖି ସମସ୍ତ ଜିଲ୍ଲାକୁ ଆଲର୍ଟ ରହିବା ସହ ସତର୍କତା ମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଳ ଉତ୍ସ ଗୁଡ଼ିକୁ ସଫା ରଖିବା ସହ ବିଶୋଧନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ହସ୍ପିଟାଲ ଗୁଡ଼ିକ ପ୍ରସ୍ତୁତ ରହିବାକୁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ । ବୈଠକ ପରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ନୂଆ କେସର କ୍ୟାଟେଗୋରୀ ସାମାନ୍ୟ ରହୁଛି। ଡାଇରିଆ ବ୍ୟାପିବାର ନିର୍ଦ୍ଦିଷ୍ଟ ସୋର୍ସ ଜଣାପଡିନି। ତେଣୁ ସବୁ ସୋର୍ସକୁ ବିଶୋଧନ ପାଇଁ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସଚେତନ ପାଇଁ ଗାଁ ଗାଁ ରେ 7 ଦିନ ଯାଏଁ ମାଇକରେ ପ୍ରଚାର କରାଯିବ । ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଅତି କମରେ ୨୪ ଘଣ୍ଟା ନିରିକ୍ଷଣରେ ରଖାଯିବ ।


ସେପଟେ ମିଳିଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ଯାଜପୁରରେ ୨୪୭ ରୋଗୀ ଚିକିତ୍ସାଧୀନ ଥିବା ବେଳେ ୮ ଜଣଙ୍କ ଜୀବନ ନେଲାଣି ଝାଡ଼ାବାନ୍ତି । ସେହିପରି କଟକ ଜିଲ୍ଲାରେ ମଧ୍ୟ ୧୫୦ ରୁ ଅଧିକ ରୋଗୀ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ଭୁବନରେ ୮୦ ଜଣ ଡାଇରିଆ ଆକ୍ରାନ୍ତ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସିମୁଳିଆରେ ବି ୨୫ରୁ ଉର୍ଦ୍ଧ୍ବ ଡାଇରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଝାଡ଼ାବାନ୍ତିରେ 11 ଆକ୍ରାନ୍ତ ଭର୍ତ୍ତି ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ 32 ଡାଇରିଆ ରୋଗୀ ଭର୍ତ୍ତି ହୋଇଛନ୍ତି । ଲୋକମାନେ ନିଜ ପିଇବା ପାଣି ଓ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜି ୪ ଟି ରାଜ୍ୟ ସ୍ତରୀୟ ଟିମଙ୍କୁ ଗ୍ରାଉଣ୍ଡକୁ ପଠାଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ଓ ପରାମର୍ଶଦାତାମାନଙ୍କୁ ନେଇ ଏହି ଟିମ୍ ଗଠନ କରାଯାଇଛି । ଏମାନେ ଭୁବନ, ବାଙ୍କୀ, ଧର୍ମଶାଳା, ବଡ଼ଚଣା ଓ ଭଣ୍ଡାରପୋଖରୀ ଆଦି ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିବା ସହ ବିଭିନ୍ନ ବିଭାଗୀୟ ଟିମମାନଙ୍କ ମଧ୍ୟରେ ସମନ୍ୱୟ ରଖିବେ । ଜଳଉତ୍ସ ମାନଙ୍କର ବିଶୋଧନ, ଘରକୁ ଘର ଅଭିଯାନ, ଡାଇରିଆ ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ ଓ ପ୍ରାଥମିକ ଚିକିତ୍ସା, ଘରକୁ ଘର ଔଷଧ ଓ ହଲୋଜେନ୍‌ ବଟିକା ବଣ୍ଟନ, ଜନ ସଚେତନତା କାର୍ଯ୍ୟକ୍ରମ ଆଦିର ତଦାରଖ ପାଇଁ ଏହି ଟିମକୁ କୁହାଯାଇଛି ।


Sponsored
diarrhea-is-spreading-from-district-to-district-situation-in-5-districts-is-critical-300-new-patients-in-a-day | Argus News