Videos
|
Odisha

ବ୍ୟାପୁଛି ଝାଡ଼ାବାନ୍ତି, ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

Banajyotshna Ray
Browse all articles by Banajyotshna Ray
·1 year ago
ବ୍ୟାପୁଛି ଝାଡ଼ାବାନ୍ତି, ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

Key Points

ରାୟଗଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି

ଲଗାଣ ବର୍ଷା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି

ରାୟଗଡ଼ାରେ ବ୍ୟାପୁଛି ଝାଡ଼ାବାନ୍ତି । ଲଗାଣ ବର୍ଷା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ରାୟଗଡ଼ା ସଦର ପେଣ୍ଟା, ପିତାମହାଲ ସମେତ କୋଲନରା ବ୍ଳକର ସୁରୀ, ଚାନ୍ଦିଲି ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଛନ୍ତି । ଝାଡ଼ାବାନ୍ତିକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।


ଝାଡ଼ାବାନ୍ତି ବେଳେ କୌଣସି ଗୁଣିଗାରେଡ଼ିର ସହାୟତା ନ ନେଇ ଡାକ୍ତରଖାନାକୁ ଯାଇ ଚିକିତ୍ସା କରାଇବାକୁ ଡାକ୍ତର ମାନେ ପରାମର୍ଶ ଦେଉଛନ୍ତି । ଡାକ୍ତରୀ ଟିମ୍‌ ବୁଲିବା ସହ ଲୋକଙ୍କୁ ସଚେତନ କରୁଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ରଥଯାତ୍ରା ଉପଲକ୍ଷେ ଖୋଲାଯାଇଥିବା ଜଳଖିଆ ଦୋକାନ ଗୁଡ଼ିକରେ ରେଡ୍ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
diarrhea-is-spreading-the-number-of-cases-is-increasing-due-to-heavy-rains | Argus News