Videos
|
Odisha

ଡାଇରିଆ ଆତଙ୍କ, ୨ ମୃତ

Banajyotshna Ray
Browse all articles by Banajyotshna Ray
·1 year ago
ଡାଇରିଆ ଆତଙ୍କ, ୨ ମୃତ

Key Points

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଉସ୍ତପଲ୍ଲୀ ଗାଁରେ ଡ଼ାଇରିଆ ଆତଙ୍କ

ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଉସ୍ତପଲ୍ଲୀ ଗାଁରେ ଡ଼ାଇରିଆ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି । ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି I ୧୦ ଜଣ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଓ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ବିଧାୟକ ଓ ପ୍ରଶାସନ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ I ମେଡିକାଲ ଟିମ ସହ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ଅଧିକାରୀ ପହଞ୍ଚି ପାଣି ନମୁନା ସଂଗ୍ରହ କରି ଲ୍ୟାବକୁ ପଠାଯାଇଛି I


ରାଜ୍ୟରେ ଗତ କିଛି ଦିନ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଯାହାର ପ୍ରଭାବରେ ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥା। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁଥି ପାଇଁ ଡାଇରି୍ରା ପରି ସମସ୍ୟା ମଧ୍ୟ ଉପୁଜୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
diarrhea-panic-2-dead | Argus News