Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡାଇରିଆ ଆତଙ୍କ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛି କେନ୍ଦ୍ରୀୟ ଟିମ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଡାଇରିଆ ଆତଙ୍କ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛି କେନ୍ଦ୍ରୀୟ ଟିମ୍

Key Points

ବ୍ୟାପୁଛି ଡାଇରିଆ

ଦୂଷିତ ପାଣି ପାଇଁ ବ୍ୟାପିଛି ଡାଇରିଆ

ପ୍ରତି 3 ଦିନରେ ଥରେ ବିଶୋଧନ କରାଯିବ

ଦୂଷିତ ପାଣି ପାଇଁ ବ୍ୟାପିଛି ଡାଇରିଆ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏ ନେଇ ସୂଚନା ଦେଇଛି କେନ୍ଦ୍ରୀୟ ଟିମ୍। ଡାଇରିଆ ସଂକ୍ରମିତ ଜିଲ୍ଲା ଗସ୍ତ କରିଥିବା କେନ୍ଦ୍ରୀୟ ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳମାନଙ୍କରେ ସମସ୍ତ ଜଳ ଉତ୍ସର ବିଶୋଧନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ। ପ୍ରତି 3 ଦିନରେ ଥରେ ବିଶୋଧନ କରାଯିବ। ରୋଗୀଙ୍କ ରୋଗ ବିବରଣୀ ଲିପିବଦ୍ଧ ହେବ। ସ୍ୱାସ୍ଥ୍ୟ, ପଂଚାୟତି ରାଜ, ମିଶନ ଶକ୍ତି, ନଗର ଉନ୍ନୟନ ବିଭାଗ ସହ ବିସ୍ତୃତ ଆଲୋଚନା ହୋଇଛି।


ଡାଇଇରିଆକୁ ନେଇ ବ୍ୟାପକ ସଚେତନତା କରାଯିବ। ଗ୍ରାଉଣ୍ଡରେ କର୍ମଚାରୀ ସବୁବେଳେ ସକ୍ରିୟ ରହିବେ। ପଞ୍ଚାୟତିରାଜ ବିଭାଗର RWSS କର୍ମଚାରୀମାନେ ବୁଲି ଜଳ ଉତ୍ସ ସବୁ ଦେଖିବେ । ଡାଇରିଆ ସଚେତନତା କ୍ୟାମ୍ପନରେ ଯୋଗଦେବେ ମିଶନ ଶକ୍ତି ମହିଳା । ସମସ୍ତ ଜିଲ୍ଲାରେ ଜାରି ରହିବ ସଚେତନତା କାର୍ଯ୍ୟକ୍ରମ । ଆଜିଠାରୁ ଯାଜପୁର, କଟକ ଓ ଭଦ୍ରକକୁ କେନ୍ଦ୍ରୀୟ ଟିମ୍ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟିମ୍ ଯିବେ। ପ୍ରତ୍ୟେକ ଜିଲ୍ଲାରେ କୋର୍ ଟିମ୍ ଗଠନ କରାଯିବ। ଟିମର ଆବାହକ ରହିବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବା CDMO। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୫ ଜିଲ୍ଲାରେ ଏବେ ବି ଅଣାୟତ୍ତ ଡାଇରିଆ ସ୍ଥିତି। ୩ ଜଣଙ୍କୁ ମିଶାଇ ଝାଡ଼ାବାନ୍ତିରେ ଗଲାଣି ୧୧ ଜୀବନ। ପାନୀୟ ଜଳର ଉତ୍ସ ଚିହ୍ନଟ କରି ଯାଞ୍ଚ ଓ ବିଶୋଧନ ପାଇଁ କେନ୍ଦ୍ରୀୟ ଟିମର ପରାମର୍ଶ। ଯାଜପୁର ସହ ଭଦ୍ରକ ଓ କେନ୍ଦୁଝର ଉପରେ ଅଧିକ ଫୋକସ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବ୍ୟାପୁଥିବା ଡାଇରିଆକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ସହ ପୃଥକ ପୃଥକ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍। ନିରାକରଣ ପାଇଁ ଦେଇଛନ୍ତି ୫ଟି ପରାମର୍ଶ।

Sponsored