Videos
|
Odisha

ବ୍ୟାପିଲା ଝାଡ଼ାବାନ୍ତି, ଭୁବନେଶ୍ଵର ୧୩ ନମ୍ବର ୱାର୍ଡ ନୀଳାଦ୍ରି ଆପାର୍ଟମେଣ୍ଟରେ ୧୫୦ରୁ ଅଧିକ ଆକ୍ରାନ୍ତ

Sushanta Sahoo
Browse all articles by Sushanta Sahoo
·1 year ago
ବ୍ୟାପିଲା ଝାଡ଼ାବାନ୍ତି, ଭୁବନେଶ୍ଵର ୧୩ ନମ୍ବର ୱାର୍ଡ ନୀଳାଦ୍ରି ଆପାର୍ଟମେଣ୍ଟରେ ୧୫୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରକୁ ଝାଡ଼ାବାନ୍ତି ଭୟ । ବିଏମସି ୧୩ ନମ୍ବର ୱାର୍ଡରେ ଝାଡ଼ାବାନ୍ତିରେ ୧୫୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ଅଭିଯୋଗ । ଚନ୍ଦ୍ରଶେଖରପୁର ନୀଳାଦ୍ରି ଆପାର୍ଟମେଣ୍ଟରେ ଝାଡ଼ାବାନ୍ତିରେ ଏକାଧିକ ଆକ୍ରାନ୍ତ ହୋଇଥିବା ବେଳେ ଏଥିପାଇଁ ବିଏମ୍‌ସିକୁ ଦାୟୀ କରିଛନ୍ତି ।


ଦୂଷିତ ପାଣି ପାଇଁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା ମିଳିଛି । ନୀଳାଦ୍ରି ଆପାର୍ଟମେଣ୍ଟର ଘରେ ଘରେ ପିଲାଟୁ ବୁଢ଼ା ଝାଡ଼ାବାନ୍ତିରେ ପୀଡ଼ିତ ହୋଇଛନ୍ତି । ଆଜି ସ୍ଵାସ୍ଥ୍ୟ ବିଭାଗର ଏକ ସ୍ଵତନ୍ତ୍ର ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି ।


୫ ଦିନରୁ ଅଧିକ ସମୟ ହେବ ଜଣକ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଜଣା ପଡିଥିଲା, ଆପାର୍ଟମେଣ୍ଟକୁ ସପ୍ଲାଏ ହେଉଥିବା ପାଣି ଦୂଷିତ ହୋଇଥିବାରୁ ଏଭଳି ଘଟଣା ଘଟିଛି । ତେବେ ଏଥିପାଇଁ ବିଏମ୍‌ସିକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Diarrhea Spread In Chandrasekharpur, 150 Affected | Argus News