କାୟା ମେଲାଉଛି ଝାଡ଼ା ବାନ୍ତି, ଲୋକେ ଭୟଭୀତ
·1 year ago·1 min read

Key Points
ପୁଣି ମୁଣ୍ଡ ଟେକିଲା ଝାଡ଼ା ବାନ୍ତି
ଯାଜପୁର, ଭଦ୍ରକ , କେନ୍ଦୁଝର ପରେ ଏବେ ଜଟଣୀରେ
ଲୋକେ ଭୟଭୀତ
ଯାଜପୁର, ଭଦ୍ରକ , କେନ୍ଦୁଝର ପରେ ପୁଣି ମୁଣ୍ଡ ଟେକିଲା ଝାଡ଼ା ବାନ୍ତି । ଭୁବନେଶ୍ୱର ଉପକଣ୍ଠ ଜଟଣୀ ବ୍ଲକ ବେଣାପଞ୍ଜୁରୀ ପଞ୍ଚାୟତ , ରାଣୀପୁର ଗାଁ ରେ ଝାଡା ବାନ୍ତି ଆକ୍ରାନ୍ତ,୧୫ ରୁ ୨୦ ଆକ୍ରାନ୍ତ ହୋଇଥିବା ସୂଚନା। ଘଟଣା ସ୍ଥଳ ରେ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନମୁନା ସଂଗ୍ରହ ପରେ ପାନୀୟ ଜଳ ରୁ ବ୍ୟାପିଥିବା ଜଣାପଡ଼ିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେଜଣଙ୍କ ମୃତ୍ୟୁ ହୋଇଥିବା ଵେଳେ ଆଉ ଜଣେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଡାଇରିଆ ପରି ସମସ୍ୟା ଉପୁଜିଛି। ଏହାକୁ ଯଥାଶୀଘ୍ର କଣ୍ଟ୍ରୋଲ କରାଯିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ୱନ କରାଯାଉଛି। ତଥାପି ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପି ଚାଲିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: