ଜିଲ୍ଲାକୁ ଜିଲ୍ଲା ବ୍ୟାପୁଛି ଝାଡାବାନ୍ତି: ଶେଷ ହୋଇପାରିଲାନି ୨୦୭ ମେଗା ଜଳ ପ୍ରକଳ୍ପର କାମ

Key Points
ଜିଲ୍ଲାକୁ ଜିଲ୍ଲା ବ୍ୟାପୁଛି ଝାଡାବାନ୍ତି
କାହିଁକି ଲୋକେ ପାଉନାହାନ୍ତି ବିଶୁଦ୍ଧ ପାଣି
କାହିଁକି ଶେଷ ହୋଇପାରିଲାନି ୨୦୭ ମେଗା ଜଳ ପ୍ରକଳ୍ପର କାମ
ପୂର୍ବ ନବୀନ ସରକାରଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ
କହିଲେ ଦକ୍ଷିଣୀ କଂପାନୀକୁ ପ୍ୟାକେଜ୍ କାମ ଦେଇଦେଇଥିଲେ ପୂର୍ବ ସରକାର
ଝାଡାବାନ୍ତିରେ ପ୍ରଭାବିତ ଜିଲ୍ଲା ଯାଜପୁରରେ ବିଶୁଦ୍ଧ ପାଣିର କଣ ରହିଛି ସ୍ଥିତି ଏବେ ତାହା ଜଣା ପଡୁଛି । ଯାଜପୁର ଜିଲ୍ଲାରେ ଏବେ ବି ୨୮ ପ୍ରତିଶତ ପରିବାର ପାଉନାହାନ୍ତି ପାଇପ ପାଣି। କୋରେଇ ବ୍ଲକରେ ଏବେବି ୭୦ ପ୍ରତିଶତ ପରିବାର, ବରି ବ୍ଲକରେ ୬୭ ପ୍ରତିଶତ ପରିବାର ଓ ରସୁଲପୁର ବ୍ଲକରେ ୫୦ ପ୍ରତିଶତରୁ ଅଧିକ ପରିବାର ପାଇପ ଯୋଗେ ପାଣିରୁ ବଂଚିତ । ଏବେ ବି ପାଣି ରାଜ୍ୟର ଅନେକ ଅଞ୍ଚଳରେ ସ୍ଥିତି ସଂଗୀନ।
ପୂର୍ବ ସରକାରରେ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଯୋଜନା କରାଯାଇଥିଲା। ହେଲେ ଶେଷ ହୋଇଛି ମାତ୍ର ୧୬ଟି । ପାନୀୟ ଜଳକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦକ୍ଷିଣ କଂପାନୀ ଠିକା କଥା କହି ଖୁବ୍ ବର୍ଷିଛନ୍ତି।
ନିଜ ଜିଲ୍ଲାର ଉଦାହରଣ ନେଇ ପୂର୍ବ ସରକାରଙ୍କ ଦୁର୍ନିତୀର ପୋଲ୍ ଖୋଲିଛନ୍ତି ମୋହନ ମାଝୀ । ଏମିତି କି ତାଙ୍କ ଗାଁର ସ୍ଥିତି ଅର୍ଗସକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ କହିଛନ୍ତି ମୁଖ୍ୟମନ୍ତ୍ରୀ।
ଜୁନ୍ ୧୨ ବିଜେପୁ ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେବି ମୁଖ୍ୟମନ୍ତ୍ରୀଙ୍କ ତାଙ୍କ ଖବରକାଗଜ ଆର୍ଟିକଲରେ ବି ପାନୀୟ ଜଳ ସମସ୍ୟା କଥା ଉଲ୍ଲେଖ କରିଥିଲେ। ଲେଖିଥିଲେ ଦକ୍ଷିଣ ଭାରତରୁ ଠିକାଦାର ଆଣି ସେମାନଙ୍କୁ ପ୍ୟାକେଜ୍ ମାଧ୍ୟମରେ କାମ ଦେଇଥିଲେ ପୂର୍ବ ସରକାର। ଏବେ ସେମାନଙ୍କ ବିରୋଧରେ ଆକସନ୍ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ୨୦୨୬ ସୁଦ୍ଧା ୯୦ ପ୍ରତିଶତ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ସରକାର।