Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପୁଛି ଝାଡାବାନ୍ତି , ୭ ମୃତ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପୁଛି ଝାଡାବାନ୍ତି , ୭ ମୃତ

Key Points

ରାଜ୍ୟରେ ବ୍ୟାପୁଛି ଝାଡାବାନ୍ତି
ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ପରେ କଟକ
ସ୍ବାସ୍ଥ୍ୟ ସଚିବ କହିଲେ ପାଣି ମାଧ୍ୟମରେ ବ୍ୟାପୁଛି ସଂକ୍ରମଣ
ସ୍ବଚ୍ଛ ପାନୀୟ ଜଳ ମୁଖ୍ୟ ସମସ୍ୟା
ଏବେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 7
ହଇଜା ସଂକ୍ରମଣକୁ ଚେକ୍‌ ଦେବା ପାଇଁ ଆଜିଠୁ ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ



ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପୁଛି ଝାଡାବାନ୍ତି । ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ପରେ କଟକ । ଯାଜପୁରରେ ହଇଜା ବ୍ୟାପିବାର କାରଣ ଖୋଜିଛନ୍ତି ସ୍ବାସ୍ଥ୍ୟ ସଚିବ । ପାଣି ମାଧ୍ୟମରେ ହିଁ ବ୍ୟାପୁଛି ସଂକ୍ରମଣ । ସ୍ବଚ୍ଛ ପାନୀୟ ଜଳ ମୁଖ୍ୟ ସମସ୍ୟା । ଝାଡାବାନ୍ତିରେ ସରକାରୀ ଭାବେ ଏ ପର୍ଯ୍ୟନ୍ତ 7ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ୨୪୪ ରହିଥିବା ବେଳେ ଆଜି ଜ଼ିଲ୍ଲାରେ ୨୫୯ ରୋଗୀ ଚିକିତ୍ସିତ ହୋଉଛନ୍ତି । ଆଜି ଦିନକରେ ଜ଼ିଲ୍ଲାରେ ୧୫ ଜଣ ନୂଆ ରୋଗୀ ଚି଼ହ୍ନଟ ହୋଇଛନ୍ତି।...

ରାଜ୍ୟରେ କଲେରା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ । କହିଛନ୍ତି , ଯାଜପୁରରେ କଲେରା ବ୍ୟାପିଛି। କିଛି ଡାଇରିଆ ମାମଲା ବି ଅଛି। କେନ୍ଦ୍ରୀୟ ଟିମ ଭାବେ ରାଜ୍ୟ ସରକାରଙ୍କୁ ଅନେକ ପ୍ରତିକାରମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ପାନୀୟ ଓ ଖାଦ୍ୟ ନିରାପତ୍ତା ସହ ବ୍ୟକ୍ତିଗତ ସ୍ୱଚ୍ଛତା ନେଇ ପରାମର୍ଶ ଦିଆଯାଇଛି ।

ଯାଜପୁର ପରେ ଭଦ୍ରକ ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରଥମେ ଭଣ୍ଡାରିପୋଖରୀ ଏବେ ଧାମନଗରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ମୋଟ 35 ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 30 ଜଣ ସୁସ୍ଥ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳଖିଆ ଦୋକାନ ଉପରେ ଚଢ଼ାଉ ହୋଇଛି । ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାବାସୀ ବାହାର ଖାଦ୍ୟକୁ ବର୍ଜନ କରନ୍ତୁ, ସମସ୍ତେ ପାଣିକୁ ଫୁଟାଇ ପିଅନ୍ତୁ ।

ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ପରେ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ପୂର୍ବରୁ ବାଙ୍କିରେ ୨୯ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ନରସିଂହପୁରରେ ବ୍ୟାପୁଛି ଝାଡାବାନ୍ତି । ନରସିଂହପୁରରେ ଝାଡାବାନ୍ତି ଆକ୍ରାନ୍ତ ଚିହ୍ନଟ ପରେ ୪ ଜଣିଆ ଟିମ ଡିମିରିଆରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏ ଦୃଶ୍ୟ ଭୁବନେଶ୍ବରର । ହୋଟେଲରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କଡା ଯାଞ୍ଚ । ସମ ହସ୍ପିଟାଲ ଛକ ନିକଟରେ ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରିଛନ୍ତି । ହୋଟେଲରେ ଚଢ଼ାଉ କରି ଫ୍ରିଜରୁ ମାଛ ଆଉ ଖାଦ୍ୟରେ ମିଶୁଥିବା ରଙ୍ଗ ଜବତ କରିଛନ୍ତି ଅଧିକାରୀ ।
ଝାଡା ବାନ୍ତି ବ୍ୟାପିବା ପରେ ଆଲର୍ଟ ରେ ନଗର ଉନ୍ନୟନ ବିଭାଗ । ପାନୀୟ ଜଳ ସ୍ୱଛତା ଉପରେ ନଜର ରଖିବାକୁ ଵି ଏମ ସି, ସି ଏମ ସି ସହ ସବୁ ପୌରାଞ୍ଚଳ କୁ ନିର୍ଦେଶ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Diarrhea spreads to one district after another, 7 dead | Argus News