Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ପୃଷ୍ଠପୋଷକତାରେ ଅଚ୍ୟୁତ ଚଳାଇଥିଲେ କି କେଳେଙ୍କାରୀ?

Ritu Das
Browse all articles by Ritu Das
·1 year ago·2 min read
ବିଜେଡି ପୃଷ୍ଠପୋଷକତାରେ ଅଚ୍ୟୁତ ଚଳାଇଥିଲେ କି କେଳେଙ୍କାରୀ?

ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଏବେ ବିବାଦରେ କିଟ ଏବଂ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଅଚ୍ୟୁତଙ୍କ ନାଁରେ ରହିଛି ଜମି କେଳେଙ୍କାରୀର ସଙ୍ଗୀନ ଅଭିଯୋଗ । ବେଆଇନ ଭାବେ ଡଙ୍ଗଲ ଜମି ମାଡି ବସିଛନ୍ତି କିଟ କର୍ତ୍ତୃପକ୍ଷ । ବିଜେଡି ପୃଷ୍ଠୋପୋଷକତାରେ ଅଚ୍ୟୁତ ଚଲାଇଥିଲେ କି କେଳେଙ୍କାରୀ । ଅଚ୍ୟୁତ ସାମନ୍ତ କେଉଁ ଦଳର ସାଂସଦ ଥିଲେ ଏବଂ ତାଙ୍କୁ କିଏ କୋଳରେ ବସାଇଥିଲେ ବୋଲି ପଚାରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଭୁବନେଶ୍ବରରେ ଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ ବା କିସ୍‌କୁ ଜଙ୍ଗଲ ଜମି ଆବଣ୍ଟନ ମାମଲା ରେ କଡା ଅଭିମୁଖ୍ୟ ପୋଷଣ କରିଥିଲେ କେନ୍ଦ୍ର ସରକାର । କିସକୁ ଦିଆଯାଇଥିବା ୪ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଉପରେ ରୋକ ଲଗାଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର। ମୁଖ୍ୟ ସଚିବଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ।


ଅଭିଯୋଗ ହୋଇଛି ଯେ ଶହ ଶହ ଏକର ଜଙ୍ଗଲ ଜମି ମାଡ଼ି ବସି ଅଚ୍ୟୁତ ସାମନ୍ତ ଚଳାଇଥିଲେ ମାଫିଆ ରାଜ୍। କେବେ ଜଙ୍ଗଲ ଜମି ଅଧିଗ୍ରହଣ କରିଛନ୍ତି ତ ଆଉ କେବେ ବିନା BDA ଅନୁମତିରେ ଜଙ୍ଗଲ ଜମିରେ ନିର୍ମାଣ କରିଛନ୍ତି ମଲ୍ଟି ଷ୍ଟୋରେଜ ବିଲ୍ଡିଙ୍ଗ। ସୂଚନା ଅଧିକାର ଆଇନ ବଳରେ KIIT କେଳେଙ୍କାରୀର ଅନେକ ଗୁମର ଖୋଲିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ କେଲେଙ୍କାରିର ଅନେକ ଚିଠା ହସ୍ତଗତ ହୋଇଛି। ଏମିତିକି ଅନେକ ଜଙ୍ଗଲ ଜମି ହାତେଇଥିବା KIIT,KISS ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପରବର୍ତ୍ତୀ ସମୟରେ ପୂର୍ବ BJD ରାଜ୍ୟ ସରକାରଙ୍କ ଅଫିସରଙ୍କୁ ହାତ କରି ଶହ ଶହ ଏକର ଜମିକୁ GA,PG ଓ IDCO କୁ ହାତ କରି ହାତେଇ ନେଇଥିବା ଅଭିଯୋଗ ହୋଇଛି। କିଟ କ୍ୟାମ୍ପସରେ ବିଭିନ୍ନ ସମୟରେ ମାନବାଧିକାର ଉଲ୍ଲଂଘନର ଅଭିଯୋଗମାନ ମଧ୍ୟ ଆସିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Did Achyut run with BJD support or was it a scam? | Argus News