Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲଲ ଜାମିନ୍ ଆବେଦନ କରିନାହାନ୍ତି ବୋଲି ଦେଇଥିଲେ କି ମିଛ ବୟାନ ?

Odisha

ଲଲ ଜାମିନ୍ ଆବେଦନ କରିନାହାନ୍ତି ବୋଲି ଦେଇଥିଲେ କି ମିଛ ବୟାନ ?

Rashmita Mishra
Browse all articles by Rashmita Mishra
·1 year ago·2 min read
ଲଲ ଜାମିନ୍ ଆବେଦନ କରିନାହାନ୍ତି ବୋଲି ଦେଇଥିଲେ କି ମିଛ ବୟାନ ?

Key Points

  • ମିଛ କହିଥିଲେ କି ଭବପ୍ରକାଶ ଦାସ ଓରଫ ଲଲଙ୍କ ଓକିଲ ?
  • ଲଲ ଜାମିନ୍ ଆବେଦନ କରିନାହାନ୍ତି ବୋଲି ଦେଇଥିଲେ କି ମିଛ ବୟାନ ?
  • ଭବ ପ୍ରସାଦ ବେଲ ମାଗିନଥିବା ବୟାନକୁ ପ୍ରତିପକ୍ଷ ଓକିଲ କଲେ ଖଣ୍ଡନ 
  • ବେଲ ମାଗିନାହାନ୍ତି କହି ଲଲଙ୍କୁ ହିରୋ ବନାଇବାକୁ ଥିଲା କି ଚାଲ ?
  • ଜେଲ ଡରରେ ବେଲ ଆଦେଦନ ନକରିବା ନିଷ୍ପତିରୁ ଓହରି ଗଲେ କି ଭବପ୍ରକାଶ ?
     

କିଏ କହୁଛି ସତ। ଭବ ପ୍ରକାଶ ଦାସ ଓରଫ ଲଲ ଦାସଙ୍କ ଓକିଲ ପୂର୍ଣ୍ଣ ଚନ୍ଦ୍ର ଦେଓ । ନା ବିଧାୟକ ହିମାଂଶୁ ସାହୁଙ୍କ ଓକିଲ ରଘୁନାଥ ଦାସ। ଶନିବାର ବିରଜା ହାଟରେ ବ୍ୟବସାୟୀଙ୍କୁ ଧମକ ଦେବା ଓ ମାଡ଼ ମାରିବା ଅଭିଯୋଗରେ ପୋଲିସ ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଓରଫ ଲଲଙ୍କୁ ଗିରଫ କରି । ଏସଡିଜେଏମ୍ ଙ୍କ ବାସଭବନରେ ହାଜର କରିଥିଲେ। ତେବେ ଲଲଙ୍କୁ ମିଳିବ ବେଲ ନା ଯିବେ ଜେଲ ଅଦାଲତ କଣ ନିଷ୍ପତ୍ତି ନେବେ ସେ ନେଇ ସମସ୍ତଙ୍କ ମଧ୍ୟରେ ଥିଲା ଉତ୍କଣ୍ଠା। ତେବେ ଭବ ପ୍ରକାଶଙ୍କ ଓକିଲ ବାହରକୁ ଆସି ସୂଚନା ଦେଇଥିଲେ ଯେ ଭବ ପ୍ରକାଶ ଏସଡିଜେଏମଙ୍କ ପାଖରେ ଜାମିନ ପାଇଁ କୌଣସି ଆବେଦନ କରିନାହାନ୍ତି। କଣ କହିଥିଲେ ଲଲଙ୍କ ଓକିଲ ପୂର୍ଣ୍ଣ ଚନ୍ଦ୍ର ଦେଓ ପୂରା ପ୍ରତିକ୍ରିୟା 

ବିରଜା ପ୍ରକଳ୍ପ ପାଇଁ ଚାଲିଥିବା ଆନ୍ଦୋଳନରେ ଯାଜପୁରବାସୀଙ୍କୁ ମିଥ୍ୟ ମୋକଦ୍ଦମାରେ ଫସାଯାଇଛି ତା ପ୍ରତିବାଦରେ ଭବ ପ୍ରକାଶ ଜାମୀନ ଅବେଦନ କରିନଥିବା କହିଥିଲେ ତାଙ୍କ ଓକିଲ। କିନ୍ତୁ ଏହା ସଂପୂର୍ଣ୍ଣ ମିଛ। ଭବ ପ୍ରକାଶ ଜାମିନ ଆବେଦନ କରିଥିଲେ। ଅଦାଲତ ତାହା ଖାରଜ କରିବାରୁ ତାଙ୍କୁ ଜେଲ ଯିବାକୁ  ପଡିଲା ବୋଲି କହିଛନ୍ତି ବିଧାୟକ ହିମାଂଶୁ ସାହୁଙ୍କ ଓକିଲ ରଘୁନାଥ ଦାସ। 

ଏବେ ପ୍ରଶ୍ନ ଉଠୁଛି ୪ ୪ଟି ମାମଲାରେ ଛନ୍ଦି ହୋଇ ବଦନାମ ହୋଇଥିଲା ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ବବିଦାସଙ୍କ ଭାଇ ଲଲଙ୍କ ପାଇଁ ଅନୁକମ୍ପା ହାସଲ ଲାଗି ଏପରି ମିଛି କହିଥିଲେ କି ତାଙ୍କ ଓକିଲ। ନା ଜେଲ ଡରରେ ବେଲ ଆଦେବନ ନକରିବା ନିଷ୍ପତ୍ତିରୁ ଓହରି ଯାଇଥିଲେ ଲଲ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବିରଜା ମନ୍ଦିର ପ୍ରକଳ୍ପକୁ ନେଇ ପ୍ରଚାର ହେଉଥିବା ଗୁଜବ ଉପରେ ଶନିବାର ସ୍ପଷ୍ଟି କରଣ ରଖିଥିଲେ ଯାଜପୁର ଜିଲ୍ଲାପାଳ। ପ୍ରସ୍ତାବିତ ପ୍ରକଳ୍ପକୁ ଠିକ ସମୟରେ ଶେଷ ହେବ ଏବଂ ସେଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ କରୁଥିଲା କହିଥିଲେ କଲେକ୍ଟର। ବିରଜା ହାଟ ସ୍ଥାନାନ୍ତରଣ ଓ ବିରଜା ପ୍ରକଳ୍ପର ସମାଧାନ ପାଇଁ ଚାଷୀ, ହାଟ ବ୍ୟବସାୟୀ ଏବଂ ମନ୍ଦିର ସେବାୟତ ମାନଙ୍କ ସହ ଆଲୋଚନ କରାଯାଇ ଏହାର ସମାଧାନ ବାହାରିବ ବୋଲି ସେ କହିଥିଲେ। 
ଏଥିସହ ଶନିବାର ରାତିଲେ ଯାଜପୁର ସହରରେ ପୋଲିସ କରିଥିଲା ଫ୍ଲାଗ ମାର୍ଚ୍ଚ। ସହରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିବାବେଳେ ଟାଉନ ଥାନା ଏବଂ ସଦର ଥାନା ଅଞ୍ଚଳରେ 163 BNS ଜାରୀ କରାଯାଇଛି। ଆବଶ୍ୟକ ପଡ଼ିଲେ ୧୪୪ ଧାରା ଲାଗୁ ହେବ ବୋଲି କହିଛି ଜିଲ୍ଲା ପ୍ରଶାସନ। ବବି ଦାସଙ୍କ ଭାଇ ଗିରଫଦାରୀ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଆଗକୁ ଏହା କେଉଁ ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

 

Sponsored
Did Lal lie by saying he had not applied for bail? | Argus News