Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିସ୍ଫୋରକ ଲୁଟି ମାଓବାଦୀ ଯୋଜନା କରିଥିଲେ କି ଘଟାଇବାକୁ ବଡ଼ କାଣ୍ଡ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିସ୍ଫୋରକ ଲୁଟି ମାଓବାଦୀ ଯୋଜନା କରିଥିଲେ କି ଘଟାଇବାକୁ ବଡ଼ କାଣ୍ଡ?

Key Points

ବିସ୍ଫୋରକ ଲୁଟି ମାଓବାଦୀ ଯୋଜନା କରିଥିଲେ କି ଘଟାଇବାକୁ ବଡ଼ କାଣ୍ଡ?
ଉଚିତ ସମୟରେ ସୁରକ୍ଷାକର୍ମୀଙ୍କ ଆକ୍ସନ ଯୋଗୁଁ ଯୋଜନା ହେଲା କି ପଣ୍ଡ ?
ଝାଡ଼ଖଣ୍ଡ ଜରେଇକେଲା ଜଙ୍ଗଲ ମାଟିତଳୁ ଆଉ ୨.୫ ଟନ୍ ବିସ୍ଫୋରକ ଠାବ
ବିସ୍ଫୋରକ ଲୁଟିବା ପରେ ମାଓବାଦୀଙ୍କ ଲୁଚକାଳି ହଜାଇଛି ସୁରକ୍ଷାକର୍ମୀଙ୍କ ନିଦ ?
ବାହାର ରାଜ୍ୟକୁ ଚାଳାଣ ପାଇଁ ଯାଉଥିବା ୨ଗାଡ଼ି ବିସ୍ଫୋରକ ରାଉରକେଲାରୁ ଜବତ!
ଖଣି ଖନନ ପାଇଁ ବିସ୍ଫୋରକ ସ୍ଥାନାନ୍ତର ବେଳେ ହେଉନି କି SOP ପାଳନ?

ଝାରଖଣ୍ଡର ଜରେଇକେଲା ଥାନା ଅଧିନସ୍ଥ ଜଙ୍ଗଲରୁ ପୁଣି ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ। ବିସ୍ଫୋରକଗୁଡ଼ିକୁ ମାଟିତଳେ ପୋତି ଲୁଚାଇଥିଲେ ମାଓବାଦୀ। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ପ୍ରାୟ ଅଢେଇ ଟନ୍ ବିସ୍ଫୋରକ ମିଳିଛି। ବାକି ବିସ୍ଫୋରକଗୁଡ଼ିକୁ ଉଦ୍ଧାର କରିବା ପାଇଁ ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ଜାଗୁଆର, ଓଡ଼ିଶାର କୋବ୍ରା ବାଟାଲିୟନ୍ ଓ ସିଆରପିଏଫ୍ ଯବାନଙ୍କ ପକ୍ଷରୁ ଜାରି ରହିଛି ଅପରେସନ୍। କାଳେ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ କେଉଁଠି ଲ୍ୟାଣ୍ଡମାଇନ୍ କିମ୍ବା ବିସ୍ଫୋରକ ଖଞ୍ଜିଥିବେ ମାଓବାଦୀ ସେଥିପାଇଁ ଅତି ସତର୍କତାର ସହ ସର୍ଚ୍ଚ ଅପରେସନ କରାଯାଉଛି। ସେପଟେ SIT ପକ୍ଷରୁ ବିସ୍ଫୋରକ ଲୁଟ୍ ଘଟଣାର ତଦନ୍ତ କରାଯାଉଛି। ଏବେ ପ୍ରଶ୍ନ ଉଠୁଛି ଏତେ ପରିମାଣର ବିସ୍ଫୋରକ ଲୁଟ୍ କରି କୌଣସି ବଡ଼ ଆକ୍ରମଣ ପାଇଁ ଥିଲା କି ମାଓବାଦୀଙ୍କର ଯୋଜନା ? ସୁରକ୍ଷାକର୍ମୀ ସମୟ ପୂର୍ବରୁ ବିସ୍ଫୋରକ ଠାବ କରିବା ଯୋଗୁଁ ମାଓବାଦୀଙ୍କ ଯୋଜନା ହେଲା କି ପଣ୍ଡ?

ସେପଟେ ରବିବାର ରାଉରକେଲା ରଘୁନାଥପାଲି ଥାନା ବାଲୁଘାଟ ଜାତୀୟ ରାଜପଥ ପିୟୁଷ ପେଟ୍ରୋଲ ପମ୍ପରୁ ୨ବିସ୍ଫୋରକ ବୋଝଇ ମିନି ଟ୍ରକ୍ ଜବତ ହେବା ଘଟଣା ମାମଲାକୁ ଆହୁରି ଜଟିଳ କରିଛି । ବିନା SOPରେ ଏତେ ପରିମାଣର ବିସ୍ଫୋରକ କିଭଳି ସ୍ଥାନାନ୍ତର କରାଯାଉଥିଲା ସେ ନେଇ ଉଠିଛି ପ୍ରଶ୍ନ ? ବଡ ଗାଁ ଇତମା ବିସ୍ପୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ବେଆଇନ୍ ଷ୍ଟକ୍ ରଖି ବାହାର ରାଜ୍ୟକୁ ବିସ୍ଫୋରକ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଗୋଦାମ ମାଲିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।


ପ୍ରଶ୍ନ ଉଠୁଛି ବିନା ସୁରକ୍ଷାରେ କିପରି ଏତେ ପରିମାଣର ବିସ୍ଫୋରକ ସ୍ଥାନାନ୍ତର କରାଯାଉଛି ? ପୋଲିସ କିମ୍ବା ପ୍ରଶାସନକୁ ଏନେଇ କାହିଁକି ସୂଚନା ଦିଆଯାଉନି ?
ଗତ ବୁଧବାର ବାଙ୍କୋ ପଥର ଖଣିକୁ ଯାଉଥିବା ୪ ଟନ୍ ବିସ୍ଫୋରକକୁ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ ମାଓବାଦୀ। ଯହାର ତଲାସ ଏବେବି ଜାରି ରହିଛି। ଏବେ ପ୍ରଶ୍ନ ଉଠୁଛି ଏହି ଘଟଣା ପରେ ବିସ୍ଫୋରକ ଗୋଦାମଗୁଡ଼ିକୁ ଟାଇଟ୍ କରିବେ କି ରାଜ୍ୟ ସରକାର ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
did-the-maoists-plan-to-loot-explosives-or-cause-a-major-incident | Argus News