Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆପୋଲୋରେ ହୋଇଥିଲା କି ନବଙ୍କ ଡେଡବଡିର ଅପରେସନ୍ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆପୋଲୋରେ ହୋଇଥିଲା କି ନବଙ୍କ ଡେଡବଡିର ଅପରେସନ୍ ?

Key Points

ଟେକ୍ସଟ ଫଟୋ.ଆପୋଲୋ...ନବ...ଫାୟାରିଂ
ଆପୋଲୋରେ ହୋଇଥିଲା କି ନବଙ୍କ ଡେଡବଡିର ଅପରେସନ୍ ?
ନବଙ୍କ ରକ୍ତଭିଜା ସାର୍ଟ ନଷ୍ଟ କରିଦେଇଛନ୍ତି ଅପୋଲୋ କର୍ତ୍ତୃପକ୍ଷ ?
ପ୍ରମାଣ ନଷ୍ଟ ଅଭିଯାନରେ ଆପୋଲୋକୁ କିଏ କରିଥିଲା ମୋହରା
ଜାଣିଶୁଣି ନବଙ୍କୁ ନିଆଯାଇଥିଲା କି ଆପୋଲୋ ହସପିଟାଲ୍
କିଏ ସେ ଷଡଯନ୍ତ୍ରକାରୀ, କିଏ କ୍ରାଇମବ୍ରାଞ୍ଚକୁ କରିଥିଲା ଢାଲ
ନବ ମୃତ ଜାଣିଥିଲେ ବୋଲି ଆପୋଲୋରେ ନମସ୍କାର କଲେ କି ନବୀନ

ଅର୍ଗସ ବ୍ୟୁରୋ:  ନବ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ସାଂଘାତିକ ଖୁଲାସା। ନବଙ୍କ ରକ୍ତଭିଜା ସାର୍ଟ ଗାଏବ୍ ନେଇ ଅର୍ଗସରେ ଖବର ପ୍ରସାରଣ ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଆପୋଲୋରେ ରକ୍ତଭିଜା ସାର୍ଟ ନଷ୍ଟ ଅଭିଯୋଗ ପରେ ହସପିଟାଲ କର୍ତ୍ତୃପକ୍ଷ ଦେଇଥିବା ସ୍ପ୍ପଷ୍ଟୀକରଣ ସୃଷ୍ଟି କରିଛି ସନ୍ଦେହ । ଏଥିରେ ଉଲ୍ଲେଖ କରାଯାଇଛି ନବ ଦାସଙ୍କ ଅପରେସନ୍ କରାଯାଇଛି ଆପୋଲରେ, ତାଙ୍କ ହାର୍ଟ ଓ ଲଙ୍ଗସରେ ଲାଗିଥିଲା ଗୁଳିର ଆଘାତ। ଆଉ ଏପଟେ ଏଇ ଭାଇରାଲ୍ ଇସିଜି ରିପୋର୍ଟ ସୃଷ୍ଟି କରୁଛି ପ୍ରଶ୍ନ, ନବଙ୍କ ଡେଡବଡିର ହୋଇଥିଲା କି ଅପରସେନ୍। ଇସିଜି ରିପୋର୍ଟ ଅନୁସାରେ ଝାରସୁଗୁଡାରେ ବନ୍ଦ ହୋଇଯାଇଛି ନବଙ୍କ ହାର୍ଟବିଟ୍। ଏ ଇସିଜି ନବଙ୍କର ନୁହେଁ ବୋଲି କହୁନାହିଁ ତଦନ୍ତକାରୀ ସଂସ୍ଥା। ଅର୍ଥାତ ନବଙ୍କ ଡେଡବଡିର ହୋଇଥିଲା କି ଅପରେସନ୍, ନବୀନ ବାବୁ ଜାଣିଥିଲେ କି ନବ ଦାସ ଆଉ ନାହାନ୍ତି, ସେଥିପାଇଁ ଆପୋଲୋ ହସପିଟାଲରେ ନମସ୍କାର କରି ଶବକୁ ଦେଇଥିଲେ ସମ୍ନାନ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ସେପଟେ ଆପୋଲୋ ହସପିଟାଲ ପ୍ରତି ବଢୁଛି ସନ୍ଦେହ। ଅଭିଯୋଗ ହୋଇଛି ନବ ଦାସଙ୍କ ରକ୍ତଭିଜା ସାର୍ଟକୁ ନଷ୍ଟ କରିଦେଇଛନ୍ତି ଆପୋଲୋ ହସପିଟାଲ୍ କର୍ତ୍ଜୃପକ୍ଷ। କୋଭିଡ୍ ପ୍ରୋଟକଲର ବାହାନ ନେଇ ଏଭଳି କାଣ୍ଡ କରିଥିବା ଅଭିଯୋଗ ହେଉଛି। ତେବେ ବଡ଼ କଥା ହେଉଛି ନଭେମ୍ବର 2022ରୁ କୋଭିଡ କଟକଣା ଉଠିଯାଇଥିବା ବେଳେ କାହିଁକି ଏ ବାହାନା, କାହା ଇଙ୍ଗିତରେ ନଷ୍ଟ କରାଯାଇଛି ନବଙ୍କ ସାର୍ଟକୁ, ଷଡଯନ୍ତ୍ରକାରୀ ନିର୍ଦ୍ଦେଶରେ ଆପୋଲୋ ନଷ୍ଟ କରିଦେଇଛି କି ପ୍ରମାଣ, ଜାଣିଶୁଣି ପ୍ରମାଣ ନଷ୍ଟ ପାଇଁ ନବଙ୍କୁ ନିଆଯାଇଥିଲା କି ଆପୋଲୋ, ପ୍ରମାଣ ନଷ୍ଟ ଅଭିଯୋଗରେ କାହିଁକି ଆପୋଲୋ ନାଁରେ ହେଲାନାହିଁ ମାମଲା ରୁଜ୍ଜୁ, କାହା ନିର୍ଦ୍ଦେଶରେ ଆପୋଲୋ କରିଛି ଷଡଯନ୍ତ୍ର ।


ନବ ହତ୍ୟା ମାମଲାରେ ନବଙ୍କ ରକ୍ତଭିଜା ସାର୍ଟ ଗାଏବ୍, ଗୁଳିର ପତ୍ତା ମିଳୁନାହିଁ, ରକ୍ତଭିଜା ଟାୱେଲର ବି ପତ୍ତା ନାହିଁ। ଝାରସଗୁଡାରେ ନବ ଦାସଙ୍କ ମୃତ୍ୟୁ ପରେ ଆପୋଲୋ ଅଣାଯିବା ପାଇଁ ହୋଇଥିଲା କି ଷଡଯନ୍ତ୍ର, ପରିବାର ଲୋକେ ସିବିଆଇ ତଦନ୍ତ ଦାବି କରୁଛନ୍ତି, ଏବେ ନଜର କେବେ ଖୋଲିବହ ଗୁମର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored