Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୀର୍ଘ ବର୍ଷ ପରେ ପୁଣି ଫେରିଲା କି ଟପ ମାଓ ନେତା ଉଦୟ

Odisha

ଦୀର୍ଘ ବର୍ଷ ପରେ ପୁଣି ଫେରିଲା କି ଟପ ମାଓ ନେତା ଉଦୟ

Rashmita Mishra
Browse all articles by Rashmita Mishra
·1 year ago·2 min read
ଦୀର୍ଘ ବର୍ଷ ପରେ ପୁଣି ଫେରିଲା କି ଟପ ମାଓ ନେତା ଉଦୟ

ଅର୍ଗସ ବ୍ୟୁରୋ: ଛତିଶଗଡରେ ପୁଲିସର ଘନ ଘନ ଚଢାଉ ଏବଂ ମାଓ ଦମନରେ ସଫଳତା ଯୋଗୁଁ ନକ୍ସଲ ଏବେ ପୁଣି ଓଡିଶା ମୁହାଁ ।  ମାଲକାନଗିରି ଜଂଗଲରେ ପୁଣି ନକ୍ସଲ ପଶିଛନ୍ତି। କାଲିମେଳା ଏବଂ ଚିତ୍ରକୋଣ୍ଡା ଅଂଚଳରେ ନକ୍ସଲ ଏବେ ଘୁରି ବୁଲୁଛନ୍ତି। ଲୁଚିବା ପାଇଁ ସ୍ଥାନ ଖୋଜୁଛନ୍ତି। ସୂଚନା ଅନୁସାରେ ଏମାନଙ୍କର ନେତା ଉଦୟ ମଧ୍ୟ ସାଥିରେ ରହିଛି। ଛତିଶଗଡ଼ରେ ମାଓ ନେତା ଉଦୟ ସୁରକ୍ଷିତ ନଥିବା ଜାଣିବା ପରେ ପୁଣି ସେ ମାଲକାନଗିରି ଫେରିଆସିଥିବା ସୂଚନା ମିଳିଛି। ଉଦୟ ଉପରେ ଦେଢ଼କୋଟିରୁ ଊର୍ଦ୍ଧ୍ବ ଟଂକାର ପୁରସ୍କାର ରାଶି ଘୋଷଣା କରିଛନ୍ତି ସରକାର। ବିଜାପୁର, ନାରାୟଣପୁର,ଦନ୍ତେୱାଡ଼ାର ଆଭ୍ୟନ୍ତରୀଣ ଅଂଚଳରେ ପୁଲିସ କ୍ୟାମ୍ପ ଖୋଲିବାରୁ ପୁଣି ସେ ମାଲାକନଗିରି ମୁହାଁ ହୋଇଛି। ଅପରେସନ ଉଦୟ ନାମରେ ଏବେ କୁମ୍ବିଂ ଜୋରଦାର ହେଉଛି।

ଉଦୟ ସହ ୧୦ରୁ ଊର୍ଦ୍ଧ୍ବ ସାଥୀ ତାର ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଶୁକ୍ରବାର ଜଣେ ଗିରଫ ପରେ ସନ୍ଦେହ ଦୃଢ଼ୀବୁତ ହୋଇଛି । ଜିଲ୍ଲାର mv 79 ଥାନା ଅନ୍ତର୍ଗତ କୁତ୍ତୀ ଜଙ୍ଗଲରୁ ଆଣ୍ଟି ମାଧବୀ ନାମକ ଜଣେ ମହିଳା ମାଓବାଦାକୁ ଗିରଫ କରିଛି ପୋଲିସ। ଆଣ୍ଟି ମାଧବି ଓରଫ୍ ଲକି ନାମକ ଜଣେ ମହିଳା ମାଓବାଦୀ ନେତା ସୁକୁମା ମାଓବାଦୀ ସଂଗଠନ ଉଦୟ ପ୍ରୋଟେକଷ୍ଟ ୟୁନିଟର ସଦସ୍ୟ ଥିଲେ। ଓଡିଶା ଏବଂ ଛତିଶଗଡର ଉଭୟ ସରକାର ତାଙ୍କ ମୁଣ୍ଡ ଉପରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଉଦୟର ନେତୃତ୍ବରେ ଓଡିଶାରେ ଭାଙ୍ଗିଯାଇଥିବା ମାଓ ସଂଗଠନକୁ ପୁନଃ ଗଠନ କରିବା ଆଶା ନେଇ ସେ ଓଡିଶା ଆସିଥିଲା ବୋଲି କୁହାଯାଉଛି । 

ଗଜରାଲା ରବି ଓରଫ ଉଦୟ । ସ୍ପେଶାଲ ଜୋନାଲ କମିଟିରୁ କେନ୍ଦ୍ରୀୟ କମିଟି ସଦସ୍ୟ । ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ମୁଖିଆ । ଉଦୟ କୁ ମିଳିଥିଲା ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ସମ୍ପାଦକର ଦାୟିତ୍ବ। ମାଲକାନଗିରି ଜିଲ୍ଲାରେ ମାଓ ନେତା ଉଦୟର ରହିଥିଲା ବେଶ ଦବଦବା । 
2009 ରେ ରାମଗିରି ଫାଣ୍ଡି ଆକ୍ରମଣ 
2013 ଡିସେମ୍ବରରେ ପାଡିଆ ବ୍ଲକ ବିସ୍ପୋରଣ  
2015 ଅଗଷ୍ଟ ପାଳଙ୍ଗ ରାୟରେ 3 bsf ଯବାନଙ୍କୁ ହତ୍ୟା  
2012 ଫେବୃଆରୀ ରେ ଲ୍ୟାଣ୍ଡ ମାଇଣ୍ଡ ବିସ୍ପୋରଣ ରେ କମାଣ୍ଡର ଙ୍କ ସମେତ 4 bsf ଯବାନଙ୍କୁ ହତ୍ୟା, 
2011 ଫେବ୍ରୁଆରୀ ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ 
ଏଭଳି ବହୁ ବଡ ବଡ ଘଟଣାରେ ଥିଲା ସେ ମାଷ୍ଟର ମାଇଣ୍ଡ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାଲକାନଗିରି ଜିଲ୍ଲା ରାମା ଗୁଡା ଏନକାଉଣ୍ଟର ରେ 24 ଟପ ମାଓ ନେତା ଙ୍କ ମୃତ୍ୟୁ ପରେ RK ଙ୍କ ଠାରୁ ଦାୟିତ୍ବ କାଢି ନେଇ ଉଦୟକୁ ଦିଆଯାଇଥିଲା । TCOC ( Tatcical Counter Offensive Campaign )ରେ ସିଦ୍ଧ ହସ୍ତ ଉଦୟ । ଉଦୟ ନା ରେ ଓଡିଶା, ଛତିଶଗଡ , ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା ଭଳି ମାଓ ଉପଦ୍ରବ ରାଜ୍ୟ ପକ୍ଷରୁ ଦେଢ଼ କୋଟିରୁ ଉର୍ଦ୍ଧ ଟଙ୍କା ଘୋଷଣା କରାଯାଇଛି । ତେବେ ମାଲକାନଗିରି ଜିଲ୍ଲାରେ ଉଦୟ ର ଉପସ୍ଥିତି ସୂଚନା ମିଳିବା ପରେ ଆକ୍ସନ ମୋଡ଼ ରେ ଆସିଛି ମାଲକାନଗିରି ପୋଲିସ ଓ କାର୍ଯ୍ୟରତ ସୁରକ୍ଷା ବାହିନୀ । ଆରମ୍ଭ ହୋଇଛି ଅପରେସନ ଉଦୟ । ମିଳିତ ଅପରେସନ ରେ ବଡ ସଫଳତା ଆଶାରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସୁରକ୍ଷା ବାହିନୀ । 

 

Argus Whatsapp Channel Mobile Top
Sponsored
Did top Maoist leader Uday return after many years? | Argus News