Digha Jagannath Temple: ପଚରାଉଚରା ପରେ ଜଣାପଡ଼ିଲା ସବୁ ସତ...

ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଆରମ୍ଭରୁ ବିବାଦ ଦେଖାଦେଇଛି । କେମିତି ମୂର୍ତ୍ତି ତିଆରି ହେଲା ? କିଏ ମୂର୍ତ୍ତି ଗଢ଼ିଲା ? କେଉଁ କାଠରେ ଗଢ଼ା ହେଲା ? ସତରେ କ'ଣ ନବକଳେବର ବେଳେ ଆସିଥିବା ଦାରୁରେ ଗଢ଼ାଯାଇଛି କି ଚତୁର୍ଦ୍ଧା ମୂର୍ତ୍ତି ? ଯଦି ଗଢ଼ାଯାଇଛି ତେବେ ଏଥିପାଇଁ କିଏ ଦେଲା ଅନୁମତି ? ଏହା କ'ଣ ଠିକ୍ ନା ଭୁଲ ? ଏମିତି ନାନା ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଛି । ଆଉ ଏହି ସବୁ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ଖୋଦ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି, ବଳକା ଦାରୁରେ ମୂର୍ତ୍ତି ନିର୍ମାଣ କଥା ସମ୍ପୂର୍ଣ୍ଣ ମିଛ । ମାତ୍ର ଅଢ଼େଇ ଫୁଟ୍ ଉଚ୍ଚ ଦାରୁରେ ମୂର୍ତ୍ତି ନିର୍ମାଣ ଅସମ୍ଭବ। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଥିବା କହିଲେ । ରାମକୃଷ୍ଣ ମହାପାତ୍ର ଯାହା ସବୁ କହିଥିଲେ, ତାହା କହୁ କହୁ କହିଦେଇଥିବା ଜଣାଇଛନ୍ତି । ଭୁବନେଶ୍ବରର ସୁଦର୍ଶନ ମହରଣା ନିମ୍ବ କାଠରେ ମୂର୍ତ୍ତି ତିଆରି କରିଛନ୍ତି । ଏହି ମୂର୍ତ୍ତି ନେଇ ରାମକୃଷ୍ଣ ଦାସମହାପାତ୍ର ଦୀଘାରେ ଦେଇଛନ୍ତି ବୋଲି ଆଇନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ମହାପ୍ରଭଙ୍କ ଦୈନିନ୍ଦିନ କାର୍ଯ୍ୟ କଣ ରହିବ ଏନେଇ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ପକ୍ଷରୁ ଖୁବଶୀଘ୍ର ମାର୍ଗ ଦର୍ଶିକା ଜାରି ହେବ ।
ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ଦୀଘାଠାରେ ମହାଦୋଧି ନାଁକୁ କାଟିବା ପାଇଁ କୁହାଯିବ । ଯଦି ପଶ୍ଚିମବଙ୍ଗ ସରକାର ନମାନିଲେ ଆଇନ ଗତ ଆଶ୍ରୟ ନିଆଯିବ । ସେବାୟତମାନେ କେଉଁଠିକୁ ଯିବେ ନଯିବେ ସେନେଇ ମଧ୍ୟ ମାର୍ଗଦର୍ଶିକା ଜାରି ହେବ । ଶ୍ରୀମନ୍ଦିର ଆକ୍ଟ ଅନୁଯାୟୀ ପୁଣି ୭ ଦିନ ଭିତରେ ଜଣାଇବା ପାଇଁ କୁହାଯାଇଛି । ସେଥିରେ ସନ୍ତୁଷ୍ଟ ନହେଲେ ଶ୍ରୀମନ୍ଦିର ପ୍ରଶାସନ ଦଣ୍ଡିତ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ତେବେ ଆଜି ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ଉପସ୍ଥିତ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି ଓ ଅନ୍ୟ ଅଧିକାରୀ ।
📱 Get Argus News App
✨ଅନ୍ୟପଟେ ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ବିରୋଧ ପରେ ଆଜି ମୁଣ୍ଡ ନୁଆଁଇଛନ୍ତି ମମତା । ଦୀଘା ଜଗନ୍ନାଥ ମନ୍ଦିର ଆଗରୁ ହଟିଲା ଜଗନ୍ନାଥ ଧାମ ଲେଖାଥିବା ସିଗ୍ନେଚର୍ । ସୋସିଆଲ୍ ମିଡିଆ ଏକ୍ସରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ବିଜେପି ସୋସିଆଲ୍ ମିଡିଆ ସେଲ୍ ମୁଖ୍ୟ ଅମିତ ମାଲବ୍ୟ । ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପ୍ରବଳ ବିରୋଧ ପରେ, ପଶ୍ଚିମବଙ୍ଗ ସରକାର ଦୀଘାରେ ଥିବା 'ଜଗନ୍ନାଥ ଧାମ୍' ସାଇନ୍ ବୋର୍ଡ ହଟାଇବାକୁ ବାଧ୍ୟ ହୋଇଛନ୍ତି । ଏହା ହିନ୍ଦୁ ଏକତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ବୋଲି କହିଛନ୍ତି ଅମିତ ମାଲବ୍ୟ । ମମତା ବାନାର୍ଜୀଙ୍କ ବିଭାଜନକାରୀ ଏଜେଣ୍ଡା ପ୍ରତି ଏକ ଶକ୍ତ ଧକ୍କା । ଯେତେବେଳେ ହିନ୍ଦୁମାନେ ଏକ ହୋଇ ଠିଆ ହୁଅନ୍ତି, କୌଣସି ରାଜନୈତିକ ହେରଫେର୍ ସଫଳ ହୋଇପାରେ ନାହିଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାଣିଶୁଣି ଦୀଘା ଜଗନ୍ନାଥ ଧାମ ଲେଖି ଓଡ଼ିଶା ଓ ବେଙ୍ଗଲକୁ ବିବାଦ ଆଡ଼କୁ ନେବା ପାଇଁ କରିଥିଲେ ଅପଚେଷ୍ଟା ।
