Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାଦରେ ଦୀଘା ଜଗନ୍ନାଥ ମନ୍ଦିର

Rashmita Mishra
Browse all articles by Rashmita Mishra
·1 year ago
ବିବାଦରେ ଦୀଘା ଜଗନ୍ନାଥ ମନ୍ଦିର

ବିବାଦରେ ଦୀଘା ଜଗନ୍ନାଥ ମନ୍ଦିର । `ଜଗନ୍ନାଥ ଧାମ୍' କହିବାରୁ ଉପୁଜିଛି ବିବାଦ । ଦୀଘା ଜଗନ୍ନାଥ ମନ୍ଦିରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ `ଜଗନ୍ନାଥ ଧାମ୍' ବୋଲି କହିଛନ୍ତି । ଯାହାକୁ ବିରୋଧ କରିଛନ୍ତି ଶ୍ରୀମନ୍ଦିରର ଅନେକ ସେବକ । ଅକ୍ଷୟ ତୃତୀୟାରେ ଦୀଘାରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବାବେଳେ ପୁରୀରୁ ଯାଇଛନ୍ତି ସେବାୟତ ପ୍ରତିନିଧି । ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନେତୃତ୍ୱରେ ୧୫ ଜଣ ଯାଇଛନ୍ତି । ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାସହ ଚତୁର୍ଦ୍ଧାବିଗ୍ରହଙ୍କୁ ପଥର ମୂର୍ତ୍ତିରେ ନିର୍ମାଣ କରି ବ୍ରହ୍ମ ସଂସ୍ଥାପନ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Digha Jagannath Temple in controversy | Argus News