Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Digha Temple Row: ରାଗି ପାଚି ଲାଲ, ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମୁହଁ ଖୋଲିଲେ ମମତା...

Odisha

Digha Temple Row: ରାଗି ପାଚି ଲାଲ, ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମୁହଁ ଖୋଲିଲେ ମମତା...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Digha Temple Row: ରାଗି ପାଚି ଲାଲ, ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ମୁହଁ ଖୋଲିଲେ ମମତା...

ରାଗି ପାଚି ଲାଲ । ଦୀଘା ଜଗନ୍ନାଥ ମନ୍ଦିର ବାବଦରେ ପଚାରିବାରୁ ରାଗି ଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏବେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଢ଼େର ଚର୍ଚ୍ଚା । ଦୀଘା ଜଗନ୍ନାଥ ମନ୍ଦିରକୁ କାହିଁକି ଜଗନ୍ନାଥ ଧାମ ବୋଲି କୁହାଯିବ ସେନେଇ ଏବେ ବିବାଦ ଚରମସୀମାରେ ପହଞ୍ଚିଲାଣି।


ଅନ୍ୟପଟେ ନବକଳେବର ବେଳର ବଳକା ଦାରୁରେ ଦୀଘା ଜଗନ୍ନାଥ ମନ୍ଦିରରେ ସ୍ଥାପିତ ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ ଘଟଣାକୁ ନେଇ ମଧ୍ୟ ଜୋରଦାର ସମାଲୋଚନା କରାଯାଉଛି । ସେହିଭଳି ଏହି ମନ୍ଦିର ନିର୍ମାଣ ହେବା ପରେ ଏବେ ସୋସିଆଲ ମିଡିଆରେ 'ବଙ୍ଗବାହିନୀ' ପକ୍ଷରୁ #BoyCutPuriTourisim କ୍ୟାମ୍ପେନ ମଧ୍ୟ ଆରମ୍ଭ ହୋଇଛି । ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଗୋଟିଏ ପଟେ ଏତେ ସବୁ ଘଟଣା ଘଟୁଥିଲେ ବି ଚୁପ୍‌ ଥିଲେ ମମତା ବାନାର୍ଜୀ । ହେଲେ ଆଜି ଏହି ପ୍ରସଙ୍ଗରେ ସେ ମୁହଁ ଖୋଲିଛନ୍ତି । ଆଉ ତାଙ୍କ କଥାରେ କେବଳ ନିଆଁ ବର୍ଷା କରିଛନ୍ତି । ଗଣମାଧ୍ୟମ ପ୍ରତିନିଧି ଏହି ବିବାଦ ବାବଦରେ ତାଙ୍କୁ ପଚାରିବାକୁ ସେ ଚିଡ଼ି ଯାଇଛନ୍ତି । ଆଉ ରାଗିଯାଇ କହିଛନ୍ତି, 'କାଳୀ ମନ୍ଦିର ଏବଂ ଗୁରୁଦ୍ୱାର ଦେଶର ସବୁଠି ଅଛି। ଶିବ ମନ୍ଦିର ବି ସବୁଠି ଅଛି । ସେତେବେଳେ କିଛି ଅସୁବିଧା ହେଉନି ତ । ଆମେ ପୁରୀର ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ କରୁ। ହେଲେ ଏହି ପ୍ରସଙ୍ଗରେ ବିଜେପି ଏତେ କ୍ରୋଧିତ କାହିଁକି ? ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ?' ବୋଲି ମମତା ପ୍ରଶ୍ନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ସୋସିଆଲ ମିଡିଆରେ 'ବଙ୍ଗବାହିନୀ'ର ପୁରୀ ବୟକଟ୍ ଟ୍ରେଣ୍ଡ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ସେ କହିଛନ୍ତି, ଯିଏ ପ୍ରକୃତ ଭକ୍ତ, ତାକୁ କେହି ରୋକି ପାରିବେନି। ଡୁପ୍ଲିକେଟ୍ କେବେ ଅରିଜିନାଲ ହୋଇପାରିବନି। ଯେତେ ଡୁପ୍ଲିକେଟ୍ କଲେ ପିତ୍ତଳ କେବେ ସୁନା ହେବନି। ଦୁଇ ରାଜ୍ୟ ମଧ୍ୟ ବିବାଦ ଲାଗିଥିବା ବେଳେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠି ଏହାର ଫାଇଦା ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପ୍ରିୟଦର୍ଶନ ।

ସେହିଭଳି କିଛି ବଙ୍ଗାଳି ପର୍ଯ୍ୟଟକ କହିଛନ୍ତି ଜଗନ୍ନାଥ କହିଲେ ପୁରୀ, ଅନ୍ୟ ସବୁ ଯାଗାକୁ ଏହା ସହ ତୁଳନା କରାଯିବା ଭୁଲ। ପୁରୀକୁ ବୟକଟ କରାଯିବା ସମ୍ଭବ ନୁହେଁ ।


Sponsored
Digha Temple Row: Angry Pachi Lal, Mamata opens up about Digha Jagannath Temple... | Argus News