Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡିଜିଟାଲ ଯୁଗରେ ସୀମାନ୍ତରେ ନେଟୱାର୍କ କାଳ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଡିଜିଟାଲ ଯୁଗରେ ସୀମାନ୍ତରେ ନେଟୱାର୍କ କାଳ

Key Points

ଗଛ ଉପରେ ପାଠ
ନେଟୱର୍କ ଖୋଜିବାକୁ ଚଢିବାକୁ ପଡୁଛି ଗଛ
ଡିଜିଟାଲ ଯୁଗରେ ସୀମାନ୍ତରେ ନେଟୱାର୍କ କାଳ
ଅଧୁରା ରହୁଛି ଜରୁରୀ କାମ

ଆଧୁନିକ ଯୁଗରେ ଡିଜିଟାଲ ସହ ତାଳ ମେଲେଇବା ପାଇଁ ମୋବାଇଲ ନେଟୱର୍କ ନିହାତି ଜରୁରୀ l କିନ୍ତୁ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନାହିଁ ନେଟୱାର୍କ l ଗାଁରେ ନେଟୱାର୍କ ନଥିବା କାରଣରୁ ଛାତ୍ରଛାତ୍ରୀ ଅନଲାଇନ କ୍ଲାସ ହେଉ ଅବା ପାଠ ପଢିବା ପାଇଁ ଗଛ ଉପରେ କିମ୍ବା କୋଣସି ଉଚ୍ଚ ସ୍ଥାନରେ ଜାଇ ପାଠ ପଢୁଛନ୍ତି l ଏପରିକି ଅନେକ ସମୟରେ ଆନଲାଇ କ୍ଲାସ କରିବାରୁ ବଞ୍ଚିତ ହେଉଛନ୍ତି l ଏଭଳିଆ ଦୃଶ୍ୟ ଦେଖିବାକୁ ମିଳୁଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ମାଳିପୁଟ ଓ ପଟ୍ଟାଙ୍ଗି ପଞ୍ଚାୟତର ବିଭିନ୍ନ ଗାଁ ଗୁଡିକରେ। ସୀମାନ୍ତରେ ଥିବା ଦୁଇଟି ପଞ୍ଚାୟତରେ ପ୍ରତିଦିନ ଚିନ୍ତା ବଢାଉଛି ନେଟୱର୍କ ସମସ୍ୟା।

ଆଜିର ଯୁଗରେ ନେଟୱର୍କ ବିନା ଚଳିବା ବହୁତ କଷ୍ଟ । କାରଣ ଆଜିକାଲି ଅଫିସ କାମ ଠାରୁ ଆରମ୍ଭ କରି ପେମେଣ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ଅନଲାଇନରେ ହେଉଛି । କିନ୍ତୁ ଆଜି ବି ଏଭଳି କିଛି ଗାଁ ରହିଛି ଯେଉଁଠି ଲୋକଙ୍କୁ ଟିକେ ନେଟୱାର୍କ ପାଇବା ପାଇଁ ଏମିତି ଅନେକ ସଂଘର୍ଷ କରିବାକୁ ପଡୁଛି । ଆବସ୍ୟକ ପଡିଲେ ପାହାଡ଼ିଆ ସ୍ଥାନ କିମ୍ବା ଗଛ ଉପରକୁ ଚଢ଼ି ଫୋନ କରିବାକୁ ପଡୁଛି। ତାହା ପୁଣି ଅନିଶ୍ଚିତତା ଭିତରେ।


ଇଣ୍ଟରନେଟ ସେବା ଯେତେବେଳେ ସମସ୍ତଙ୍କ ମୌଳିକ ଆବସ୍ୟକତା ଭିତରୁ ଗୋଟିଏ ହୋଇ ପଡିଲାଣି। ଏଭଳି ସମୟରେ ଟାୱାର ସମସ୍ୟା ପଟାଙ୍ଗିର ଦୁଇ ପଞ୍ଚାୟତରବାସୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Network Crisis at Border in the Digital Age | Argus News | Argus News