Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyber Crime / ରାଜଧାନୀରେ ଡିଜିଟାଲ୍ ଆରେଷ୍ଟର ଛାତିଥରା କାହାଣୀ

Rashmita Mishra
Browse all articles by Rashmita Mishra
·8 months ago·2 min read
ରାଜଧାନୀରେ ଡିଜିଟାଲ୍ ଆରେଷ୍ଟର ଛାତିଥରା କାହାଣୀ

Key Points

ରାଜଧାନୀରେ ଡିଜିଟାଲ୍ ଆରେଷ୍ଟର ଛାତିଥରା କାହାଣୀ । 
ଦେଢ଼ କୋଟି ଟଙ୍କା ଠକେଇ ପଛର ପୁରା କାହାଣୀ  । 
ସେହି ୧୦ ଦିନର ଭୟ, ଭୋକ, ମାନସିକ ନିର୍ଯାତନାର କରୁଣ କାହାଣୀ । 
ଭୁବନେଶ୍ଵର ଭିଏସଏସନଗରରେ ୧୦ ଦିନ ଘର ଭିତରେ ବନ୍ଦୀର ପୁରା ଷ୍ଟୋରୀ । 

ରାଜଧାନୀରେ ଚାଞ୍ଚଲ୍ୟ... ବରିଷ୍ଠ ନାଗରିକ ହେଲେ ଡିଜିଟାଲ ଆରେଷ୍ଟର ଶିକାର । କଷ୍ଟମ ବିଭାଗ ଅଧିକାରୀ ପରିଚୟ ସହ ମନି ଲଣ୍ଡ୍ରିଂ ହୋଇଥିବା କହି କରିଥିଲେ ଡିଜିଟାଲ ଆରେଷ୍ଟ୍ । ୧୦ ଦିନ ଧରି ସାଇବର ଠକ କରିଥିଲେ ଗୃହ ବନ୍ଦୀ । ରିଟାର୍ଡ ଚାଟାର୍ଡ ଆକାଉଣ୍ଟାଣ୍ଟ ହେଲେ ଲୁଟର ଶିକାର । ଦୁଇଟି ଫେଜରେ ଦେଢ଼ କୋଟି ଟଙ୍କା ଲୁଟିଲେ ସାଇବର ଫ୍ରଡ୍ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ୧୨ ଲକ୍ଷ ଟଙ୍କା ବ୍ଲକ କରାଯାଇଛି ।

ଅର୍ଗସ ପାଖରେ ଲାଗିଛି ରାଜଧାନୀରେ ଡିଜିଟାଲ୍ ଆରେଷ୍ଟର ଛାତିଥରା କାହାଣୀର ତଥ୍ୟ । କେମିତି ସାଇବର ଠକ ଠକି ନେଲେ ଦେଢ କୋଟି ଟଙ୍କା ? ୧୦ ଦିନ ଘର ଭିତରେ ଭୟ, ଭୋକ, ମାନସିକ ନିର୍ଯାତନା ସହି ୨ ସିନିୟର ସିଟିଜେନଙ୍କ ଅକୁହା ବେଦନାର ପୁରା ଘଟଣା । ଭୁବନେଶ୍ଵର ଭିଏସଏସ୍ ନଗରରେ ରହୁଥିବା ଦାସ ବାବୁ ଓ ତାଙ୍କ ପତ୍ନୀ । ଦାସ ବାବୁ ଅର୍ଥ ବିଭାଗରେ କାମ କରୁଥିଲେ, ଦୁଇ ଝିଅ ବିଦେଶରେ ରୁହନ୍ତି ଆଉ ବାପା-ମା ଭୁବନେଶ୍ଵରରେ ।

୨୪ ଅକ୍ଟୋବରରେ ହଠାତ୍ ଆସିଲା କଲ୍ । ମୁମ୍ବାଇ କ୍ରାଇମବ୍ରାଞ୍ଚରୁ କଲ୍ କରିଛୁ କହି ଦାସ ବାବୁଙ୍କୁ ତନାଘନା କଲେ । ଦାସ ବାବୁଙ୍କ ନମ୍ବରରୁ ଯୁବତୀଙ୍କୁ ଚାଟିଂ କରାଯାଇଥିବା କହିଲେ । ଯୌନ ଉତ୍ପୀଡନର ଆଣିଲେ ସାଂଘାତିକ ଅଭିଯୋଗ । ଦାସ ବାବୁ ଡରିଲେନି, ଫୋନ କାଟିଦେଲେ ।

୨୬ ତାରିଖରେ ପୁଣି ଆସିଲା କଲ୍, ସେହି ମୁମ୍ବାଇ କ୍ରାଇମବ୍ରାଞ୍ଚ । ସେଦିନ ବଡ଼ ଅଭିଯୋଗ ଆସିଲା ଦାସ ବାବୁଙ୍କ ନାଁରେ । ଗୋଟେ ଘରୋଇ ଏୟାରୱେଜର ମାଲିକଙ୍କ ଠକେଇ ହୋଇଛି । ମନି ଲଣ୍ଡ୍ରିଂର ଯେଉଁ ଟଙ୍କା ଯାଇଛି ତାହା ଦାସ ବାବୁଙ୍କ ଆକାଉଣ୍ଟ ଦେଖାଉଛି । ଏଭଳି କଥା କହି ଦାସ ବାବୁଙ୍କୁ ଭୟଭୀତ କରାଇଲେ ସାଇବର ଠକ । CVV ନମ୍ବର ସହ ସବୁ ଡିଟେଲସ୍ ନେଇଗଲେ ସାଇବର ଠକ । ଭିଡିଓ କଲରେ ପୁରା ନଜରରେ ରହିଲେ ଦାସ ଦମ୍ପତି । ଘର ବାହାରୁ ଲକ୍ କରାଇଲେ, ସବୁ କାମବାଲାଙ୍କୁ କାମ ବନ୍ଦ କରାଇଲେ । ୩୧ ଅକ୍ଟୋବରରେ ୭୫ ଲକ୍ଷ, ୪ ତାରିଖରେ ୮୨ ଲକ୍ଷ । ମୋଟ ୧ କୋଟି ୫୭ ଲକ୍ଷ ଟଙ୍କା ଲୁଟି ନେଲେ । ବର୍ତ୍ତମାନ ସୁଦ୍ଧା ଫ୍ରିଜ୍ ହୋଇଛି ୧୨ ଲକ୍ଷ ଟଙ୍କା ।

ତେବେ ଡିଜିଟାଲ୍ ଆରେଷ୍ଟ କିଛି ନାହିଁ, ଏହା ସବୁ ହେଉଛି ସାଇବର ଠକଙ୍କର ଏକ ଚାଲ୍ । ଆପଣ ବି ସାବଧାନ୍ ହେଇଯାଆନ୍ତୁ । ଯଦି ଏଭଳି କଲ୍ ଆସୁଛି କିଛି ସେୟାର କରନ୍ତୁ ନାହିଁ । OTP, CVV ନମ୍ବର, ବ୍ୟାଙ୍କ ଡିଟେଲସ୍ ଦିଅନ୍ତୁ ନାହିଁ । ତୁରନ୍ତ ପୋଲିସକୁ ଜଣାନ୍ତୁ ସୁରକ୍ଷିତ ରୁହନ୍ତୁ ।

ଏଥିସହ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cyber Crime | Shocking Digital Arrest Story in Bhubaneswar | Argus News | Argus News