Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ

ଅର୍ଗସ ବ୍ୟୁରୋ:  ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ଜାଗାରେ ୨୮ ପ୍ଲାଟୁନ ଫୋର୍ସକୁ ସଜାଗ କରାଯାଇଛି। ଆଗାମୀ ଦିନରେ ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜେ ହେଡ କ୍ୱାର୍ଟରରୁ ଅଧିକ ଫୋର୍ସ ଆଣିବା ପାଇଁ ପୂର୍ବାଞ୍ଚଳ ଡିଆଇଜି ସ୍ପଷ୍ଟ କରିଛନ୍ତି। ସେପଟେ ଆଜି ଘଟଣାରେ ଆହୁରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହାସହ ଡିଆଇଜି ସ୍ପଷ୍ଟ କରିଛନ୍ତି ଯେ, ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ।

ବିରଜା ଅଗ୍ନିଶ୍ବର ହାଟ ବନାମ ବବି ପରିବାର । ପୁରୁଣା ସ୍ଥାନକୁ ହାଟ ସ୍ଥାନାନ୍ତର ନେଇ ଘୋଷଣା କରିବା ପରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ବିରଜା ହାଟରେ । ବିରଜା ଅଗ୍ନିଶ୍ବର ହାଟରେ କିଛି ବ୍ୟବସାୟୀ ଆସି ବସିଥିବା ବେଳେ ବବି ଦାସଙ୍କ ଭାଇ ଲଲଙ୍କ ଉପସ୍ଥିତିରେ ବେପାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବବିଙ୍କ ଭାଇ ଲଲଙ୍କ ନାଁରେ ଥାନାରେ 4ଟି ମାମଲା ହୋଇଛି । ଚାଷୀମାନଙ୍କ ପକ୍ଷରୁ 3ଟି ମାମଲା ଦିଆଯାଇଥିବା ବେଳେ ପୋଲିସ ନିଜ ଆଡୁ ଗୋଟିଏ ମାମଲା ଦାୟର କରିଛି । ଲଲଙ୍କ ବିରୋଧରେ ଲାଗିଛି ସଙ୍ଗିନ ଦଫା । ଦଫା 115(2), 126(2), 132, 189(2), 190, 296, 423(4), 451(2), 3(5), 303(2), 324(4), 189(2), 351(2)

ଗୋଟିଏ ପୁରୁଣା ସ୍ଥାନର ଆଉ ଗୋଟିଏ ନୂଆ ସ୍ଥାନର। ଯାଜପୁର ବିରଜା ଅଗ୍ନିଶ୍ବର ହାଟକୁ ନେଇ ସାଂଘାତିକ ଖେଳ ଖେଳାଯାଇଛି । ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ପଛର ଷଡଯନ୍ତ୍ର ଏହି ବିରଜା ଅଗ୍ନିଶ୍ବର ହାଟକୁ ନେଇ । ଚାଷୀଙ୍କ ସ୍ବାର୍ଥକୁ ପଛରେ ପକାଇ ବବି ସମର୍ଥକ କରୁଥିଲେ ଆନ୍ଦୋଳନ । ପ୍ରଶ୍ନ ଉଠୁଛି ଚାଷୀଙ୍କ ସ୍ବାର୍ଥ ପାଇଁ ହାଟ ସ୍ଥାନାନ୍ତରକୁ କାହିଁକି ବବି ସମର୍ଥକ ବିରୋଧ କରୁଛନ୍ତି ।  ବର୍ଷ ବର୍ଷ ହେଲା ମା ବିରଜାଙ୍କ ମନ୍ଦିର ପାଖରେ ବସୁଥିଲା ହାଟ । ଭଲ ବେପାର କରି ଦି ପଇସା ରୋଜଗାର କରୁଥିଲେ ଚାଷୀ । ହେଲେ ନିର୍ବାଚନ ପୂର୍ବରୁ ହାଟକୁ ସ୍ଥାନାନ୍ତର କରିଦେଲା ପ୍ରଶାସନ । ହାଟ ସ୍ଥାନାନ୍ତର ପଛରେ ଥିଲେ ସେତେବେଳର ବିଧାୟକ ବବି ଦାସ । ଏନେଇ ଚାଷୀମାନେ ବାରମ୍ବାର ପ୍ରତିବାଦ କରିଥିଲେ । ହାଟ ସ୍ଥାନାନ୍ତର ପାଇଁ ବାରବାର ଦାବି କରିଥିଲେ । ଏବେ ପୁରୁଣା ସ୍ଥାନକୁ ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନ ଘୋଷଣା କଲା ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ । ବବି ଦାସ ଆନ୍ଦୋଳନ ପଛର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ହୋଇଛି । ପୁରୁଣା ସ୍ଥାନରୁ ହାଟ ହଟାଇ ଦେଇଥିଲେ । ଏବେ କରାଇ ନଦେବାର ଜିଦ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DIG's press meet on the Birja project | Argus News