Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ

Odisha

ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ

Ritu Das
Browse all articles by Ritu Das
·1 year ago·2 min read
ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ

ଅର୍ଗସ ବ୍ୟୁରୋ: ଜୀବନର ସଂଘର୍ଷ ତାଙ୍କୁ ଶିଖାଇଦେଇଛି ବଞ୍ଚିବା। ଯେଉଁ ବୟସରେ ବାପାଙ୍କ ହାତ ଧରି ଏ ଦୁନିଆକୁ ଦେଖିବା କଥା। ସେ ବୟସରେ ବିଧାତା ବି ତାଙ୍କୁ କଷଣ ଦେଇଛି। କିନ୍ତୁ ବାପାଙ୍କ ଅନୁପସ୍ଥିତିକୁ କେବେ ଜାହିର କରିବାକୁ ଦେଇ ନାହାନ୍ତି ମା'। ନିଜେ କମ ପାଠ ପଢ଼ିଲେ ମଧ୍ୟ ପାଠର ମହତ୍ତ୍ବ ବୁଝି ପୁଅକୁ ଆଜି ଡାକ୍ତର କରାଇବାରେ ସଫଳ ହୋଇଛନ୍ତି। 

 

ଏହି ଘଟଣା ହେଉଛି ଗଜପତି ଜିଲ୍ଲା ରଣାଲଇ ଗାଁର ଦିପୁ କାର୍ଜୀଙ୍କ କଥା। ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବାକୁ ଯାଉଛନ୍ତି ଦିପୁ। ତେବେ ଆସନ୍ତୁ କିଭଳି ଦୁଃଖ କଷ୍ଟ ରେ ବିଧବା ମା' ପଢ଼ାଉଛନ୍ତି ଦେଖିବା ଏହି ରିପୋର୍ଟରେ l 

ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ଅନ୍ତର୍ଗତ ଏକ ଛୋଟିଆ ଆଦିବାସୀ ଗାଁ ହେଉଛି ରଣାଲଇ। ଏହି ଗାଁର ଜଣେ ଗରିବ ଆଦିବାସୀ ବିଧବା ମହିଳା ହେଉଛନ୍ତି ତଉତି କlର୍ଜି। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପୁଅ ଦିପୁ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ବେଳେ ସ୍ବାମୀଙ୍କ ଅକାଳ ମୃତ୍ୟୁ ହୋଇଥିଲା l ଛୋଟ ଛୋଟ ପୁଅ ଝିଅଙ୍କୁ କିଭଳି ପାଠ ପଢ଼ାଇ ବଡ କରାଇବେ ସେଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତଉତି ଜଣେ ଅଙ୍ଗନୱାଡ଼ି କର୍ମୀ ଥିବାବେଳେ ସେତେବେଳ ମାତ୍ର 3 ହଜାର ଟଙ୍କା ଦରମା ମିଳୁଥିଲା। ତେଣୁ ଜମିବାଡ଼ି ଚାଷ କରି ପୁଅ ଝିଅଙ୍କ ପାଠପଢ଼ା ସହ  ପରିବାର ଚଳାଉଥିଲେ। ହେଲେ ପୁଅ ଦିପୁ ଭଲ ପାଠପଢିବା ସହ ଡାକ୍ତର ହେବାକୁ ଇଚ୍ଛା ଥିବା ମା'ଙ୍କୁ ଜଣାଇଥିଲା। ତେଣୁ ତଉତି ନିଜର ଜମି ବାଡି, ସୁନା ବିକ୍ରି କରି ପୁଅ ଦିପୁକୁ ପାଠ ପଢ଼ାଇ ଥିବା କହିଛନ୍ତି। ପୁଅ ଏବେ ଡାକ୍ତର ହେବ ସେଥିପାଇଁ ଖୁସିରେ ଆତ୍ମହରା ହେବାସହ କାନ୍ଦି ପକାଇଥିଲେ ତଉତି। ଯଦି ଏବେ ତାଙ୍କ ସ୍ଵାମୀ ଥାନ୍ତେ ଆହୁରି ଖୁସି ହୋଇଥାନ୍ତେ ବୋଲି କହିଛନ୍ତି l ବ୍ରହ୍ମପୁର MKCG ମେଡିକାଲ ଡାକ୍ତରୀ ଛାତ୍ର ଭାବେ ଜଏନ୍ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି ଦିପୁ। ହେଲେ ଏଥିପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ତେଣୁ ସରକାର ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ଦିପୁ ଓ ତାଙ୍କ ମା l

ଗାଆଁର ଜଣେ ଗରିବ ଆଦିବାସୀ ପୁଅ ଡାକ୍ତର ହେବାକୁ ଯାଉଥିବାରୁ ଖୁସି ପ୍ରକାଶ କରିଛନ୍ତି ଗ୍ରାମବାସୀ l ଗାଁ ପାଇଁ ଦିପୁ ଗୌରବ ଆଣିଛନ୍ତି। ଆର.ଉଦୟଗିରି ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ଅନେକ ଏଠି ଅନ୍ଧବିଶ୍ୱାସ ବଶବର୍ତ୍ତୀ ହୋଇଥାନ୍ତି ।ଏଣୁ ସେମାନଙ୍କ ମନରେ ଥିବା ସନ୍ଦେହ ଓ ଦ୍ୱନ୍ଦକୁ ଦୂର କରି ସେମାନଙ୍କୁ ଉଚିତ ସେବା ଯୋଗାଇବା ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।ତେବେ ତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସରକାର ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ l 

ଆଜିବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ମୋଧାବୀ ପିଲାଙ୍କ ରାସ୍ତାରେ ଦାରିଦ୍ର୍ୟତା ବାଧକ ସାଜୁଛି। କିନ୍ତୁ ଅଭାବକୁ ପାଖରେ ଦେଖି ମଧ୍ୟ ଜୀବନର ସଂଗ୍ରାମରେ ଆଉ ପଛକୁ ଫେରି ନ ଚାହିଁ ଅନ୍ୟମାନଙ୍କ ଉଦାହରଣ ସାଜିଛନ୍ତି ଦୀପୁ। ସେଦିନର ସେ ଆଦିବାସୀ ପିଲା ଯେ, ଡାକ୍ତର ହେବ କେହି ସ୍ବପ୍ନରେ ସୁଦ୍ଧା ଭାବି ନ ଥିବା ଅଞ୍ଚଳବାସୀ ଡାକ୍ତର ଦୀପୁଙ୍କୁ ନେଇ ବେଶ ଗର୍ବିତ ବୋଲି କହୁଛନ୍ତି। ଅନ୍ୟପକ୍ଷରେ ମେଡିକାଲ ପାଠ ପଢ଼ିବାକୁ ମୋହନ ସରକାର ତାଙ୍କୁ ସହାୟତା ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି।

Raja Festival
Sponsored
Dipu will become | Argus News