Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣରେ ଓଡ଼ିଶାରେ ନୈରାଶ୍ୟଜନକ ସ୍ଥିତି

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣରେ ଓଡ଼ିଶାରେ ନୈରାଶ୍ୟଜନକ ସ୍ଥିତି

Key Points

ସାମ୍ନାକୁ ଆସିଲା ବିଜେଡି ଶାସନର ବଡ଼ ବିଫଳତା

ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣରେ ଓଡ଼ିଶାରେ ନୈରାଶ୍ୟଜନକ ସ୍ଥିତି

ସାମ୍ନାକୁ ଆସିଲା ବିଜେଡି ଶାସନର ବଡ଼ ବିଫଳତା। ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣରେ ଓଡ଼ିଶାରେ ନୈରାଶ୍ୟଜନକ ସ୍ଥିତି । 34ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ 28 ନମ୍ବର ସ୍ଥାନରେ ଓଡ଼ିଶା। ୮୮ ଲକ୍ଷ ୬୭ ହଜାର ଗ୍ରାମାଞ୍ଚଳ ପରିବାର ମଧ୍ୟରୁ ଏବେ ସୁଦ୍ଧା ୨୦ ଲକ୍ଷ ୫୨ ହଜାର ପରିବାର ପାଖରେ ପହଞ୍ଚି ପାରିନାହିଁ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ । ତଥ୍ୟ ଅନୁସାରେ ୨୦୧୯-୨୦ରେ ୪ ଲକ୍ଷ ୩୭ ହଜାର ଘରକୁ ଟ୍ୟାପ ୱାଟର କନକେସନ ହୋଇଥିବାବେଳେ ୨୦୨୦-୨୧ ରେ ୧୫ ଲକ୍ଷ ୪୭ ହଜାର, ୨୦୨୧-୨୨ ରେ ୧୭ ଲକ୍ଷ ୪୭ ହଜାର,୨୦୨୨-୨୩ ରେ ୧୨ ଲକ୍ଷ ୨୨ ହଜାର, ୨୦୨୩-୨୪ରେ ୧୨ ଲକ୍ଷ ୬ ହଜାର, ୨୦୨୪-୨୫ ରେ ଲକ୍ଷ ୨୫ ହଜାର, ୨୦୨୫-୨୬ରେ ବର୍ତ୍ତମାନ ସୁଦ୍ଧା ୧୯ ହଜାର ଗ୍ରାମାଞ୍ଚଳର ପରିବାରକୁ ଟ୍ୟାପ ୱାଟର ସଂଯୋଗ ହୋଇଛି।


ପ୍ରତି ଘରକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ସରକାର ୨୦୧୯ରୁ ଆରମ୍ଭ କରିଛନ୍ତି ହର ଘର ଜଲ ଯୋଜନା। ଏହି ଯୋଜନାରେ ଗୁଜରାଟ, ହରିୟାଣା, ଗୋଆ ଭଳି ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି । ତେବେ ଓଡ଼ିଶା ଏହି ତାଲିକାରେ ୨୮ ନମ୍ବରରେ ଥିବା ବେଳେ ଏହା ତଳକୁ ରହିଛନ୍ତି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
disappointing-situation-in-odisha-regarding-tap-water-supply | Argus News