କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ଦେବାକୁ ଆଜି ପ୍ରଶ୍ନକାଳରେ ଆଲୋଚନା

ବିଧାନସଭାରେ ବାଲିଯାତ୍ରା ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀଙ୍କ ପ୍ରତିକ୍ରିୟା। କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କ ପ୍ରୟାସ। UNESCO ସହ ଯୋଗାଯୋଗରେ ଅଛନ୍ତି ବିଶେଷଜ୍ଞ ଟିମ୍। ଖୁବଶୀଘ୍ର କଟକ ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା ! । UNESCO ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । ଜାତୀୟ ମାନ୍ୟତା ଦେବା UNESCOର କାମ । ବାଲିଯାତ୍ରାକୁ UNESCO କିପରି ଜାତୀୟ ମାନ୍ୟତା ମିଳିବ, ସେ ନେଇ ଏକ ବିଶେଷଜ୍ଞ ଟିମ୍ UNESCO ସହ ଯୋଗାଯୋଗରେ ଥିବା ବିଧାନସଭାରେ କହିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ବାଲିଯାତ୍ରାକୁ ନେଇ ଆଜି ପ୍ରଶ୍ନକାଳରେ ଆଲୋଚନା ହୋଇଛି । ବାରବାଟୀ ବିଧାୟିକା ସୋଫିଆଙ୍କ ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ । ବାଲିଯାତ୍ରାରେରେ ମୋଟ ୨ ହଜାର ୪୩୮ ଷ୍ଟଲ ଦିଆଯାଇଥିଲା । ସେଥି ମଧ୍ୟରୁ ୧୧୮୬ ଷ୍ଟଲ ନିଲାମ ଓ ୧୨୫୦ ଷ୍ଟଲ୍ ସ୍ଥିରୀକୃତ ଆଧାରରେ ଆବଣ୍ଟନ କରାଯାଇଥିଲା । ଏଥିରୁ ମୋଟ ୬କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି । ଏ ସବୁ ଜିଲ୍ଲାପାଳଙ୍କ ଜରିଆରେ କରାଯାଇଛି । ବାଲିଯାତ୍ରାରେ ସାଂସ୍କୃତିକ ପ୍ରଚାର ପ୍ରସାର ଦାୟିତ୍ଵ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର । କଟକ ବାରବାଟୀ ବିଧାୟିକା ସୋଫିଆଙ୍କ ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ।
📱 Get Argus News App
✨ବାଲିଯାତ୍ରାରେ ତାରକଶି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି କଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବହୁ ଉଦ୍ୟମ କରିଥିଲେ । ଏହାକୁ ନେଇ ସଂସ୍କୃତି ମନ୍ତ୍ରୀ କହିଲେ ଯେ, ଆଗକୁ ତାରକଶି ଷ୍ଟଲ ପାଇଁ ବି ବ୍ୟବସ୍ଥା ହେବ । ହେଲେ ଜାତୀୟ ମାନ୍ୟତା ଦେବା ଟଘଋଝଉଙର କାମ । ବାଲିଯାତ୍ରାକୁ ଟଘଋଝଉଙ କିପରି ଜାତୀୟ ମାନ୍ୟତା ମିଳିବ, ସେନେଇ ଏକ ବିଶେଷଜ୍ଞ ଟିମ ଟଘଋଝଉଙ ସହ ଯୋଗାଯୋଗରେ ଅଛନ୍ତି । ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି ।
ଏହି ସବୁ ଆଲୋଚନା ଭିତରେ ବାଲିଯାତ୍ରାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମାହାଙ୍ଗା ବିଧାୟକ । ବୈଷ୍ଣବ ପାଣି ମଞ୍ଚରେ ବମ୍ବେ କଳାକାର ଆଣି ରେକର୍ଡ ଡାନ୍ସ କରାଗଲା । ବିଧାୟକ ହିସାବରେ ମତେ ବି ଉପେକ୍ଷା କରାଗଲା । ବିଭାଗୀୟ ମନ୍ତ୍ରୀ ଷ୍ଟଲ୍ ଆବଣ୍ଟନର ତଦନ୍ତ କରନ୍ତୁ ଓ ଓଡ଼ିଆ ଅସ୍ମିତା କୁ ରକ୍ଷା କରନ୍ତୁ । ଯଦି ବରପୁତ୍ର ମାନଙ୍କ ମଞ୍ଚରେ ଅଶୋଭନୀୟ ନୃତ୍ୟ ପରିବେଷଣ ହେଲା ତାହାଲେ ଆମେ ଆଗକୁ ଏଥିରେ ହସ୍ତକ୍ଷେପ କରିବୁ । କାରଣ ବାଲିଯାତ୍ରା ପରିଚାଳନା ଦାୟିତ୍ଵ ହେଲା କଟକ ସାଂସ୍କୃତିକ ପରିଷଦର । ଆବଣ୍ଟନରେ ଯେପରି ଅସଙ୍ଗତି ନରହିବ ସେଥିପାଇଁ ଆଗକୁ ବିଭାଗ ଦୃଷ୍ଟି ଦେବ । ଏହା ସହିତ ମାହାଙ୍ଗା ବିଧାୟକଙ୍କୁ କାହିଁକି ନିମନ୍ତ୍ରଣ ହେଲାନି ସେନେଇ ମଧ୍ୟ ନଜର ଦେବୁ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।