Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଧାନମନ୍ତ୍ରୀଙ୍କ ୨ ପ୍ରମୁଖ ସଚିବଙ୍କ ଗସ୍ତକୁ ନେଇ ଚର୍ଚ୍ଚା

Odisha

ପ୍ରଧାନମନ୍ତ୍ରୀଙ୍କ ୨ ପ୍ରମୁଖ ସଚିବଙ୍କ ଗସ୍ତକୁ ନେଇ ଚର୍ଚ୍ଚା

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରଧାନମନ୍ତ୍ରୀଙ୍କ ୨ ପ୍ରମୁଖ ସଚିବଙ୍କ ଗସ୍ତକୁ ନେଇ ଚର୍ଚ୍ଚା

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଗୁରୁବାର ୪ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ସେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ହେଲେ ସରକାରୀଭାବେ ଏହି ସମୟ ଭିତରେ ତାଙ୍କର କେଉଁ ସବୁ କାର୍ଯ୍ୟକ୍ରମ ରହିଛି ସେ ନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। ତାଙ୍କ କାର୍ଯ୍ୟକ୍ରମର ମୁଖ୍ୟାଂଶ ପ୍ରାୟତଃ ଗୋପନୀୟ ରଖାଯାଇଛି। ତେବେ ସେ ଶୁକ୍ରବାର ସକାଳୁ ଘଟଗଁ। ତାରିଣୀ ପୀଠକୁ ଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଏହାପରେ ରାଜ୍ୟ ସରକାରଙ୍କର ବିଭିନ୍ନ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ଥିବା ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଅନ୍ୟତମ ପ୍ରମୁଖ ସଚିବ ପି.କେ. ମିଶ୍ର ଶୁକ୍ରବାର ଓଡ଼ିଶା ଆସି ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇବେ ବୋଲି ଜଣାପଡ଼ିଛି। ହେଲେ ତାଙ୍କ ଓଡ଼ିଶା ଗସ୍ତ ସମ୍ପର୍କିତ କୌଣସି ଖବର ମଧ୍ୟ ସାର୍ବଜନୀନ କରାଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବ ଓଡ଼ିଶା ଆସି ରାଜ୍ୟର ଶାସନ ବ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରିବେ।

ଏହା ସହ ସରକାରୀ ଅଧିକାରୀମାନେ କିପରି ରାଜ୍ୟ ସରକାର ଆଣିଥିବା ଯୋଜନାଗୁଡ଼ିକୁ ଠିକ୍‌ ଭାବେ କାର୍ଯ୍ୟାନ୍ବୟନ କରିବେ ତା’ର ଏକ ସମୀକ୍ଷା କରିବେ। ଏହି ୨ ବରିଷ୍ଠ ଅଧିକାରୀଙ୍କ ଓଡ଼ିଶା ଗସ୍ତ ଖବର ସରକାରୀ ମହଲରେ ବିଶେଷ ଚର୍ଚ୍ଚାର ବିଷୟ ପାଲଟିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
discussion-on-the-visit-of-the-prime-ministers-two-principal-secretaries | Argus News