Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଲୋକ ବ୍ୟବସ୍ଥା ନଥିବାରୁ ଅନ୍ଧାରରେ ମାତୁଛନ୍ତି ଦୁର୍ବୃତ୍ତ

Smruti Parija
Browse all articles by Smruti Parija
·11 months ago·1 min read
ଆଲୋକ ବ୍ୟବସ୍ଥା ନଥିବାରୁ ଅନ୍ଧାରରେ ମାତୁଛନ୍ତି ଦୁର୍ବୃତ୍ତ

Key Points

ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ପୁରୀରେ ଅବ୍ୟବସ୍ଥା

ଆଲୋକ ବ୍ୟବସ୍ଥା ନଥିବାରୁ ଅନ୍ଧାରରେ ମାତୁଛନ୍ତି ଦୁର୍ବୃତ୍ତ

ଲୁଟପାଟ ସହ ମହିଳାଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ

ପୁରୀ ସହରର ଉପକଣ୍ଠରେ ରାଜ କରୁଛି ଘନ ଅନ୍ଧାର। ଏହା ହିଁ ବଢ଼ାଉଛି ଅପରାଧୀମାନଙ୍କ ମନୋବଳ। ଅନ୍ଧାରର ସୁଯୋଗ ନେଇ ଲୋକଙ୍କ ଠାରୁ ଲୁଟପାଟ କରୁଛନ୍ତି ତ ମହିଳା ଓ ଯୁବତୀଙ୍କୁ ଦୁର୍ବୁତ୍ତମାନେ କରୁଛନ୍ତି ଅସଦାଚରଣ। ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ପୁରୀ ବେଳାଭୂମିର ଷ୍ଟ୍ରିଲିଙ୍ଗ ଛକରେ ଅନ୍ଧାରର ରାଜୁତି। ଏହି ରାସ୍ତା ପୁରୀ-ଭୁବନେଶ୍ୱରକୁ ସଂଯୋଗ କରୁଛି। ସେହିପରି ମଙ୍ଗଳାଘାଟ ଛକରୁ ସମଙ୍ଗ ବସ୍ ପାର୍କିଂକୁ ଥିବା ରାସ୍ତାର ଦୃଶ୍ୟ ମଧ୍ୟ ସମାନ।


ଏଠି ଷ୍ଟ୍ରିଟ୍ ଲାଇଟ୍ ଲାଗିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ସନ୍ଧ୍ୟା ପରେ ଚାରିଆଡେ଼ ଅନ୍ଦାର। ଏହାର ପରିଣାମ ସ୍ବରୂପ ଗତ କିଛିଦିନ ତଳେ ସନ୍ଧ୍ୟାରେ ଏହି ରାସ୍ତା ଦେଇ କଣ୍ଠପୁର ଗାଁକୁ ଯାଉଥିବା ତିନି ଭଉଣୀଙ୍କୁ କିଛି ଅସାମାଜିକ ଯୁବକ ଅସଦାଚରଣ କରିଥିଲେ। ତେବେ ପୁରୀ ଭଳି ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ହଜାର ହଜାର ପର୍ଯ୍ୟଟକମାନେ ପ୍ରତିଦିନ ଆସୁଥିବା ବେଳେ ପୁରୀ ବେଳାଭୂମି ରାସ୍ତା ଅନ୍ଧାରରେ ରହିବା ଏବଂ ପୁରୀ ଉପକଣ୍ଠ ଅଞ୍ଚଳରେ ଥିବା ରାସ୍ତା ଗୁଡିକରେ ଆଲୋକର ବ୍ୟବସ୍ଥା ନରହିବା ଅପରାଧୀଙ୍କୁ ଅପରାଧ ଘଟାଇବା ପାଇଁ ବେଶ୍ ସୁହାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରଥଯାତ୍ରା ସମୟରେ ସହର ଉପକଣ୍ଠରେ ଯଥେଷ୍ଟ ମାତ୍ରାରେ ସରକାରଙ୍କ ପକ୍ଷରୁ ଷ୍ଟ୍ରିଟ ଲାଇଟ ଲଗାଯାଇଥିଲା l ସମ୍ପୂର୍ଣ୍ଣ ଆଲୋକୀକରଣ କରିବା ପାଇଁ କୋଟିକୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା l କିନ୍ତୁ ରଥଯାତ୍ରା ସରିବା ମାତ୍ରେ ସହର ଏବଂ ସହର ଉପକଣ୍ଠରେ ଷ୍ଟ୍ରିଟ ଲାଇଟ ହୋଇପଡିଛି ଅଚଳ। ଫଳରେ ଅସାମାଜିକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି l ଯାହାଫଳରେ ପର୍ଯ୍ୟଟକ ମାନେ ଲୁଟର ଶିଖାର ହେବା ସହ ବିଭିନ୍ନ ଅସଦାଚରଣର ସମ୍ମୁଖୀନ ହେଉଛନ୍ତି।

ରାତିରେ ଘନ ଅନ୍ଧକାରର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଆତଙ୍କ ଖେଳାଉଥିବାବେଳେ ରାଜ୍ୟ ସରକାର ଏନେଇ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Sponsored
disorder-in-the-global-tourist-destination-of-puri | Argus News