Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟିକେଟ ପାଇଁ ବିଜେଡି ଭାଗ ଭାଗ

Odisha

ଟିକେଟ ପାଇଁ ବିଜେଡି ଭାଗ ଭାଗ

Smruti Parija
Browse all articles by Smruti Parija
·2 years ago·2 min read
ଟିକେଟ ପାଇଁ ବିଜେଡି ଭାଗ ଭାଗ

Key Points

  • ଟିକେଟ ପାଇଁ ବିଜେଡି ଭାଗ ଭାଗ
  • ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ
  • ଉପକୂଳଠୁ ପଶ୍ଚିମ...ଦଳ ଫାଳଫାଳ

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଫାଳଫାଳ ହେଲାଣି ବିଜେଡି । ଦାଣ୍ଡରେ ପଡି ହାଟରେ ଗଡିଲାଣି ଦଳୀୟ କନ୍ଦଳ । କିନ୍ତୁ ଇଲେକ୍ସନ ପୂର୍ବରୁ ଏମିତି ସ୍ଥିତି ଦେଖାଯାଇଥିବାରୁ ଚିନ୍ତାରେ ଶୀର୍ଷ ନେତୃତ୍ଵ ।  ନୂଆପଡା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡିର ଅନ୍ତଃକଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ସ୍ଥିତି ଏମିତି ହେଲାଣି ଯେ ବିଜେଡି ସୁପ୍ରିମୋଙ୍କୁ ଭରସା କରି ପାରୁନାହାନ୍ତି ଖୋଦ୍‌ ବିଜେଡି କର୍ମୀ । ବିଜେଡି କର୍ମୀଙ୍କ କଥା ଭିକେ ପାଣ୍ଡିଆନ, ବବି ଦାସ, ନବୀନ ପଟ୍ଟନାୟକ ନଶୁଣିଲେ ଖଡ଼ିଆଳରେ ବିଜେଡିର ଫାଟ ସୃଷ୍ଟି ହେବ । ତାହାର ଝଲକ ପୁଣି ଦେଖିବାକୁ ମିଳିଛି ଜିଲ୍ଲାରେ ।

ଲଗାତାର ଦୁଇ ଦିନ ଧରି ବିଜେଡି କର୍ମୀ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ଆଉ ଚର୍ଚ୍ଚା ଗୋଟିଏ । ଦଳ କାହାକୁ ଦେବ ଟିକେଟ୍ ? ଯଦି ଦଳୀୟ ନେତାଙ୍କୁ ଟିକେଟ୍ ମିଳେ କିଛି ଅସୁବିଧା ନାହିଁ । କିନ୍ତୁ ଆମଦାନୀ ନେତାଙ୍କୁ ଟିକେଟ୍ ଦେଲେ ସମର୍ଥନ କରିବୁନି ବୋଲି ରୋକଠୋକ କହିଲେଣି କର୍ମୀ ।

ଫେବୃଆରୀ 21 ରେ ସିନାପାଲି ବ୍ଲକ ବିଜେଡିର ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଯେଉଁଥିରେ ଅନ୍ୟ ଦଳର ନେତାଙ୍କୁ ବିଜେଡି ଟିକେଟ ଦେବା ନେଇ ଅଞ୍ଚଳରେ ଚର୍ଚ୍ଚାକୁ ବିଜେଡି କର୍ମୀ ମାନେ ସହଜରେ ଗ୍ରହଣ କରୁ ନଥିବାବେଳେ ଅନ୍ୟ ଦଳର ନେତାଙ୍କୁ ବିଜେଡି ଟିକେଟ ଦେଲେ ବିଜେଡି କର୍ମୀ ଇସ୍ତଫା ଦେବେ ବୋଲି ସଫା ସଫା ଶୁଣାଇଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଫେବୃଆରୀ ୨୧ ପରେ ପୁଣି ଫେବୁଆରୀ 22ରେ ହେଲା ଆଉ ଏକ ସମ୍ମିଳନୀ । ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଭାଗ ଭାଗ ହୋଇ ଯିବ ବୋଲି କର୍ମୀ ମହଲରେ ଜୋର୍ ସୋର୍ ଚର୍ଚ୍ଚା ହେଲା । ବିଜେଡି ଟିକେଟ ଚର୍ଚ୍ଚା ନେଇ ଏବେ ବିଜେଡି କର୍ମୀ ଅସନ୍ତୋଷ ଦେଖିବାକୁ ମିଳୁଛି । ଅଞ୍ଚଳରେ ବିଜେଡିର ନେତୃତ୍ତ୍ୱ ନେଉଥିବା ଲମ୍ବୋଦର ନିଆଲଙ୍କୁ ବିଜେଡି ଟିକେଟ ନଦେଲେ ସାମୁହିକ ଇସ୍ତଫା ଦେବା ନେଇ ଖଡ଼ିଆଳ ଠାରେ ଦ୍ୱିତୀୟ ଥର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି କର୍ମୀ । 

Sponsored
dispute-in-khadiala-bjd | Argus News