Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫେସବୁକରେ କମେଣ୍ଟ ମରାକୁ ନେଇ ଆକ୍ରମଣ, ଥାନାରେ ମାମଲା

Smruti Parija
Browse all articles by Smruti Parija
·1 year ago·1 min read
ଫେସବୁକରେ କମେଣ୍ଟ ମରାକୁ ନେଇ ଆକ୍ରମଣ, ଥାନାରେ ମାମଲା

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦକୋଟ ପଂଚାୟତର କଣ୍ଟାପଡା ଗ୍ରାମରେ ଫେସବୁକରେ କମେଣ୍ଟ ମରାକୁ ନେଇ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ଫେସବୁକରେ କମେଣ୍ଟ ମରା ବିଷୟକୁ ନେଇ ସୋମବାର ଦିନ ଏହି ଗ୍ରାମର ରତ୍ନାକର ଖଟୁଆ ଓ କିଛି ଯୁବକଙ୍କ ସହ ବଚସା ହେବା ସହ ହାତାହାତି ହୋଇଥିଲା । ଫଳରେ ରତ୍ନାକର ସେଠାରୁ ଖସି 112 କୁ କଲ୍ କରି ପୋଲିସକୁ ଜଣାଇଥିଲେ । ଖବର ପାଇ କୋଦଳା ପୋଲିସ ଘଟଣାସ୍ଥଳରେ ପହଂଚି ରତ୍ନାକରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ଏହି ଗ୍ରାମର କେତେଜଣ ବ୍ୟକ୍ତି ତାଙ୍କୁ ଛାଡି ନ ଥିଲେ। ଏପରି କି ପୋଲିସ ଉପସ୍ଥିତିରେ ରତ୍ନାକରକୁ ଆକ୍ରମଣ କରିଥିବା ଏବଂ ପୋଲିସ ନାକେଦମ ହୋଇଥିବା ଏତଲାରୁ ଜଣାପଡିଛି । 

ପରେ ଗ୍ରାମର କିଛି ଭଦ୍ର ଲୋକ ଓ ପୋଲିସ ସହାୟତାରେ ରତ୍ନାକରକୁ ଉଦ୍ଧାର କରାଯାଇଥିଲା । ରତ୍ନାକର କୋଦଳା ଥାନାରେ 12 ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଏତଲା ଦେବା ପରେ ପୋଲିସ 535/ 2024 ରେ ଏକ ମାମଲା ରୁଜୁ କରିଥିଲେ । ଅନ୍ୟ ପକ୍ଷରେ ପୋଲିସକୁ ନିଜ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିବା ଓ ଆଇନକୁ ଅବମାନନା କରିଥିବା ଯୋଗୁଁ ପୋଲିସ ପକ୍ଷରୁ 534/2024 ରେ ଏକ ମାମଲା ମଧ୍ୟ ରୁଜୁ କରିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । 

ରତ୍ନାକରକୁ କୋଦଳା ମେଡିକାଲକୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ କାହାରିକୁ ଗିରଫ କରା ନ ଯାଇଥିବା ପୋଲିସ ସୂଚନା ଦେଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dispute-in-village-over-facebook-comments-in-ganjam-kodala-police-station | Argus News