Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି କନ୍ଦଳ ଅସମ୍ଭାଳ,ନିରବ ନବୀନ!

Sangram Tripathy
Browse all articles by Sangram Tripathy
·1 year ago·2 min read
ବିଜେଡି କନ୍ଦଳ ଅସମ୍ଭାଳ,ନିରବ ନବୀନ!


ଅର୍ଗସ ବ୍ୟୁରୋ:ବିଜେଡିରେ କନ୍ଦଳ ଅସମ୍ଭାଳ,ନିରବ ନବୀନ। ଦିନକୁ ଦିନ ବିଗୁଡୁଛି ବିଜେଡି ସ୍ଥିତି। ଦଳ ଉପରୁ ନିୟନ୍ତ୍ରଣ ହରାଉଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ। ନିର୍ବାଚନ ହାରିବା ପରେ ବଢ଼ୁଥିବା ଗୋଷ୍ଠୀକନ୍ଦଳରେ ଲଗାମ ଲଗାଇବାରେ ଅସଫଳ ହେଉଛନ୍ତି ନବୀନ, ତାଙ୍କ ସାମ୍ନାରେ ଜଣେ ପରେ ଜଣେ ନେତା ଅସନ୍ତୋଷ ଝାଡ଼ିଛନ୍ତି କାରଣ ଶୁଣିବା ପରେ ବି ଚୁପ୍, ଖପ୍ପା ଶଙ୍ଖ ଦଳର ନେତାଏ। ପୂର୍ବରୁ ଦଳର କାର୍ପଟଦାର ଥିବା ବଡ଼ ନେତାଙ୍କ ବିରୋଧରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବିଷ ଓଗାଳିଲେ। ଅଧିକାଂଶ ବିଜେଡି ନେତାଙ୍କ ଟାର୍ଗେଟରେ ଥିଲେ ବବି ଓ ପାଣ୍ଡିଆନ। ସୁପ୍ରିମୋ ନା ପ୍ରତିକ୍ରିୟା ରଖିଲେ ନା କାହାରିକୁ ତାଗିଦ କଲେ। ନବୀନଙ୍କ ଅସ୍ବାଭାବିକ ନିରବତା, ନୋ ଆକ୍ସନ ଥିଓରୀକୁ ଏବେ ବିଜେଡି ନେତାଙ୍କ ଭିତରେ ନୂଆ ଅସନ୍ତୋଷ। ପୁଣି ବିଜେଡି ବିପର୍ଯ୍ୟୟର ବଡ଼ କାରଣ  କୁହାଯାଉଥିବା ପରାଜୟ ସମୀକ୍ଷା ପରେ ବବି ଦାସଙ୍କ କମବ୍ୟାକ୍ ଏବେ ପାଲଟିଛି ବଡ଼ ଅସନ୍ତୋଷର କାରଣ। ବବି ବିଜେଡିର କୌଣସି କମିଟିରେ ନାହାନ୍ତି, କିନ୍ତୁ ଦଳର ସବୁ ବୈଠକରେ ସେ ପ୍ରେଜେଣ୍ଟ ରହୁଛନ୍ତି, ଯାହାକୁ ନେଇ ଅନୁସୂଚିତ ଜନଜାତି ବୈଠକରେ ବିଷୋଦଗାର କରିଛନ୍ତି ଦଳର ବରିଷ୍ଠ ନେତା ମଙ୍ଗଳା କିଷାନ । ସେପଟେ ଲଗାତାର ବୟାନବାଜିକୁ ନେଇ ତେଜୁଛି ବିଜେଡି ରାଜନୀତି । ସମାଲୋଚନା କରୁଥିବା ନେତା ଦଳରେ ନ ରୁହନ୍ତୁ ବୋଲି ସିଧା ସିଧା ଶୁଣାଇଛନ୍ତି ବିଧାୟକ ପ୍ରଦୀପ ଦିଶାରୀ ।

୨୪ ମହାଲଢ଼େଇ ସମୟରେ ପୂର୍ବାନୁମାନ କରିଥିଲେ ପ୍ରଧାନମନ୍ତ୍ରୀ। ଛଅ ମାସ ଭିତରେ ବିଜେଡିରେ ହେବ ବିସ୍ଫୋରଣ। କିନ୍ତୁ ମାତ୍ର ୩ ମାସ ଭିତରେ ବିଜେଡିରେ ସ୍ଥିତି ଅସମ୍ଭାଳ। କଳି ବଢୁଛି, ପରସ୍ପର ଉପରକୁ କାଦୁଅ ଫିଙ୍ଗୁଛନ୍ତି ବିଜେଡି ନେତା। ସବୁ ପରେ ବି ସୁପ୍ରମୋ ନବୀନଙ୍କ ନିରବତା ବହୁ ନେତା ଓ ବିଧାୟକଙ୍କ ମନୋବଳ ଭାଙ୍ଗୁଛି। ଯେଉଁ ସବୁ ନେତାଙ୍କ ପାଇଁ ଦଳ ୨୪ ବାଜି ହାରିଛି,ପୁଣି ନବୀନ ସେମାନଙ୍କୁ ତାଗିଦ୍ କରିବା ବଦଳରେ ଅଣ୍ଟିରେ ପୁରାଉଛନ୍ତି,ଆଗକୁ ଦଳ ରହିବ ତ,ଏଭଳି ପ୍ରଶ୍ନ କରିବା ଆରମ୍ଭ କଲେଣି ରାଜନୀତିକ ବିଶେଷଜ୍ଞ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dissatisfaction in BJD silent Naveen Patnaik! | Argus News