Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମ ଓଡ଼ିଶା ନବୀନ ଓଡ଼ିଶା' ବିରୋଧରେ ତେଜୁଛି ଅସନ୍ତୋଷ

Odisha

ଆମ ଓଡ଼ିଶା ନବୀନ ଓଡ଼ିଶା' ବିରୋଧରେ ତେଜୁଛି ଅସନ୍ତୋଷ

Manini Pattanayak
Browse all articles by Manini Pattanayak
·2 years ago·2 min read
ଆମ ଓଡ଼ିଶା ନବୀନ ଓଡ଼ିଶା' ବିରୋଧରେ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ଆମ ଓଡ଼ିଶା ନବୀନ ଓଡ଼ିଶା' ବିରୋଧରେ ସାରା ରାଜ୍ୟରେ ତେଜୁଛି ଅସନ୍ତୋଷ। ସବୁଠି ଆକ୍ରୋଶ ଓ ପ୍ରତିବାଦ। କେଉଁଠି ମହିଳା ବିକାଶ ନାଁରେ ମିଛ ପ୍ରଚାରର ପୋଲ୍ ଖୋଲୁଛନ୍ତି ମହିଳା, ଆଉ କେଉଁଠି ଚାଷୀ ସହାୟତା ଡିଣ୍ଡିମର ଗୁମର ଖୋଲୁଛନ୍ତି ଚାଷୀ। ବିଜେଡି ବିଧାୟକଙ୍କ ବିରୋଧରେ ବିଜେଡି ସରକାର ବିରୋଧରେ ବିଷୋଦଗାର କରୁଛନ୍ତି ନିର୍ବାଚିତ ଜନ ପ୍ରତିନିଧି।
`ପୂର୍ବରୁ ପଶ୍ଚିମ... ଉତ୍ତରରୁ ଦକ୍ଷିଣ, ସବୁଠି ଆମ ଓଡ଼ିଶା ନବୀନ ଓଡ଼ିଶାକୁ ଜୋରଦାର ବିରୋଧ। ସବୁଠି ଜନତାଙ୍କ ଆକ୍ରୋଶ। ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବାସୀଙ୍କ ଅସନ୍ତୋଷ କେମିତି ସୀମା ଲଂଘିଲାଣି ତାର ପ୍ରମାଣ ହେଉଛି ବ୍ରହ୍ମଗିରିରୁ ଆସିଥିବା ଏ ଚିତ୍ର। ମଞ୍ଚ ଉପରେ ସରକାରଙ୍କ ମହିଳା ବିକାଶ ମିଛ ଡିଣ୍ଡିମର ପୋଲ୍ ଖୋଲିଲେ ଏହି SHG ସଦସ୍ୟ। ତାଙ୍କ ଗାଁକୁ ନା ଫନି ସହାୟତା ମିଳିଛି ନା ଗାଁକୁ ଅଛି ରାସ୍ତା । ଋଣ ଦେବାକୁ କହି SHG ମହିଳାଙ୍କୁ ଭୁଆଁ ବୁଲାଇଛନ୍ତି ରାଜ୍ୟ ସରକାର। ବାସୁଦେବପୁରର ଗୌରାଙ୍ଗ ବେହେରା ଜଣେ ଚାଷୀ, ଜଣେ ନିର୍ବାଚିତ ଜନପ୍ରତିନିଧି। ତାଙ୍କୁ ସରକାରୀ ଯୋଜନାରେ କୌଣସି ସହାୟତା ମିଳିନାହିଁ, କିନ୍ତୁ ଆମ ଓଡ଼ିଶା ନବୀନ ଓଡ଼ିଶା ପୁସ୍ତିକାରେ ତାଙ୍କୁ ଚାଷ ସହାୟତା ମିଳିଥିବା ପ୍ରଚାର କରାଯାଇଛି।  ଏହାକୁ ବିରୋଧ କରିବାରୁ ତାଙ୍କୁ ବିଜେଡି ନେତ୍ରୀ ମାଡ଼ ମାରିଥିବା ସେ କରିଛନ୍ତି ଅଭିଯୋଗ। 

ସେପଟେ ବରଗଡ଼ ପଦମପୁରରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଖୋଦ୍ ସରପଞ୍ଚ ଖୋଲିଛନ୍ତି ସରକାରଙ୍କ ମିଛ ପ୍ରଚାରର ପୋଲ୍। ବିଜେଡି ବିଧାୟିକା ବର୍ଷା ସିଂ ବରିହାଙ୍କ ଉପସ୍ଥିତିରେ କହିଛନ୍ତି, ପଞ୍ଚାୟତକୁ କୋଟି କୋଟି ଟଙ୍କା ଆସୁଛି, କିନ୍ତୁ ଉନ୍ନୟନମୂଳକ କାମର ଦେଖାନାହିଁ। ସେହିପରି ବଲାଙ୍ଗିର ଜିଲ୍ଲା କଣ୍ଟାବାଂଝିରେ ସାମ୍ନାକୁ ଆସିଛି, ଆମ ଓଡ଼ିଶା ନବୀନ ଓଡ଼ିଶାକୁ ବିରୋଧର ଚିତ୍ର। ସ୍ଥାନୀୟ ମହଖଣ୍ଡ ନବଦୁର୍ଗା ମନ୍ଦିର ଓ ନାନ୍ଦୋଳ ଗାଁ ଜଗନ୍ନାଥ ମନ୍ଦିର ନାଁରେ ଆମ ଓଡ଼ିଶା ନବୀନ ଓଡ଼ିଶା ପୁସ୍ତକରେ ମିଛ ପ୍ରଚାର କରାଯାଇଥିବା ଅଭିଯୋଗରେ କାର୍ଯ୍ୟକ୍ରମରେ ପ୍ରତିବାଦ କରିଛନ୍ତି ଜନତା। କଳାହାଣ୍ଡିର ଜୁନାଗଡ଼, ମୟୁରଭଞ୍ଜର ବଡ଼ସାହି, ଢେଙ୍କାନାଳର ଭୁବନ... ସବୁଠୁ ଆସିଛି ଆମ ଓଡ଼ିଶା ନବୀନ ଓଡ଼ିଶାକୁ ଲୋକଙ୍କ ବିରୋଧର । ବିଜେଡି ସରକାରର ଦୋମୁହାଁ ଚରିତ୍ର ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Dissatisfaction is growing against 'Aam Odisha Naveen Odisha' | Argus News