Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖରାଛୁଟିକୁ ନେଇ ବଡ Update; ଆଜିଠୁ ଏହି ଜିଲ୍ଲାରେ ସ୍କୁଲ ଛୁଟି

Smruti Parija
Browse all articles by Smruti Parija
·1 year ago·1 min read
ଖରାଛୁଟିକୁ ନେଇ ବଡ Update; ଆଜିଠୁ ଏହି ଜିଲ୍ଲାରେ ସ୍କୁଲ ଛୁଟି

ଆଜିଠୁ ସ୍କୁଲ ଛୁଟି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ଝାରସୁଗୁଡା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏପ୍ରିଲ 23 ରୁ 25 ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ହିଟ୍ ୱେଭ୍ କୁ ଦୃଷ୍ଟିରେ ରଖି ଶିଶୁ ବାଟିକାଠୁ ନେଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ନେଇ ଘୋଷଣା କରାଯାଇଛି । 


ଗତ କିଛିଦିନ ଧରି ରାଜ୍ୟରେ ଝାରସୁଗୁଡାର ତାପମାତ୍ରା ସବୁ ରେକର୍ଡ ଭାଙ୍ଗିଛି । ପାରା ସବୁବେଳେ ଉପରେ ରହୁଛି । ଆଜି ଝାରସୁଗୁଡା ତାପମାତ୍ରା 46 ଡିଗ୍ରୀ ଟପିଛି । 


ଆଜି ଦିନ 2ଟା 30 ସୁଦ୍ଧା ପଶ୍ଚିମ ଓଡ଼ିଶାର 3 ସହରରେ 44ଡ଼ିଗ୍ରୀ ଛୁଇଁଛି ପାରଦ । ସେହିପରି ଝାରସୁଗୁଡା 44.8°C, ସମ୍ବଲପୁର 44.2°C,ହୀରାକୁଦ 44.0°C,ରାଉରକେଲା 42.2°C,କେନ୍ଦୁଝର 38.4°C,ଚାନ୍ଦବାଲି 38°C,ଭୁବନେଶ୍ୱର 35.8°C ରେକର୍ଡ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ଅନ୍ୟ ଜିଲ୍ଲା ଗୁଡିକରେ ସ୍କୁଲ ବନ୍ଦ ନେଇ ଆସିପାରେ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ମେ ୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେହିପରି ଖରା ବଢିଲେ ଆବଶ୍ୟକ ସ୍ଥଳେ ଅଙ୍ଗନୱାଡ଼ି ଛୁଟି ହେବ ବୋଲି କୁହାଯାଇଛି ।


ଅନ୍ୟପଟେ ଆଗାମୀ ପାଞ୍ଚ ଦିନ ପାଇଁ ହିଟୱେଭ୍ ଓ ତିନି ଦିନ ସିଭିଅର ହିଟ୍ ୱେଭ୍ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ବେଶୀ ଜରୁରୀ ନଥିଲେ ଘରୁ ନବାହାରିବାକୁ ଆଲର୍ଟ କରାଯାଇଛି ।

Sponsored
district-collector-announces-school-holiday-in-jharsuguda-district-from-april-23-to-25th | Argus News