ନିୟମ ମାନୁନାହାନ୍ତି ସରକାରୀ ଅଧିକାରୀ...

Key Points
- ସରକାରୀ ଅଧିକାରୀ ବୋଲି ସାତ୍ ଖୁନ୍ ମାଫ୍
- ରାତି ଅଧ ଯାଏଁ ଗୀତ ବଜାଇବୁ ନାଚିବୁ
- ପୋଲିସର ତାଗିତ ପରେ ବି ଶୁଣିବୁନି
କେନ୍ଦ୍ରାପଡା: ଅଧରାତି ଯାଏଁ ଗୀତର ତାଳେ ତାଳେ ମସଗୁଲ ହେଲେ, ନିୟମ ଭାଙ୍ଗିଲେ । ଏପରିକି ପୋଲିସର ତାଗିଦ ପରେ ବି କାହା କଥା ଶୁଣିଲେନି ।
ଏ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଲିଶ୍ରୀ ମେଳାର ଦୃଶ୍ୟ । ଆଉ ଆପଣଙ୍କ ଦେଖୁଥିବା ଭିଜୁଆଲରେ ଏମିତି ସେମିତି ଅଧିକାରୀ ନାହାନ୍ତି... ଅଛନ୍ତି ଜିଲ୍ଲାର ଜିଲ୍ଲାର ଦୁଇ ବରିଷ୍ଠ ଅଧିକାରୀ । ଉପଜିଲ୍ଲାପାଳ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ମହୋଦୟ ।
ଜିଲ୍ଲାରେ ବିବାହ, ବ୍ରତଘର, ଭଳି ପ୍ରୋଗ୍ରାମରେ ମାଇକ୍ ସାଉଣ୍ଡ୍ ଅନୁମତି ଯେଉଁ ଅଧିକାରୀ ଦେଇଥାନ୍ତି । ସେହି ଅଧିକାରୀ ନିଜେ କିଭଳି ଏତେ ରାତିରେ ସହରରେ ଗୀତ ବଜାଇ ମସଗୁଲ ହେଉଛନ୍ତି ଦେଖନ୍ତୁ ।
📱 Get Argus News App
✨ନିୟମ ଆନୁଯାୟୀ ରାତି 10 ରୁ ସକାଳ 6 ପର୍ଯ୍ୟନ୍ତ ଡିଜେ, କୌଣସି ପ୍ରକାର ମାଇକ ସାଉଣ୍ଡ ଆଦି ବଜାଇବା ପାଇଁ ଅନୁମତି ନାହିଁ । ଯଦି କୌଣସି କାର୍ଯ୍ୟକ୍ରମ ରହୁଛି ତେବେ ଅନୁମତି ଆଣିବାକୁ ପଡିଥାଏ । ହେଲେ ବିନା କୌଣସି ଅନୁମତିରେ ଗୀତର ତାଳେ ତାଳେ ଝୁମିଥିଲେ ଉପଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ।
ଏହା ଜଣାପଡିବା ପରେ ପୋଲିସ ଏଥିରେ ହସ୍ତକ୍ଷେପ କରିବାରୁ ତମର ବନ୍ଦ କରିବାକୁ ସାହସ କିପରି ହେଲା ବୋଲି କହିବାକୁ ପଛାଇ ନାହାନ୍ତି ଏହି ବରିଷ୍ଠ ଅଧିକାରୀ ।
ଜିଲ୍ଲାର ଦାୟିତ୍ୱରେ ଥିବା ଏହି ବରିଷ୍ଠ ଅଧିକାରୀ ଯଦି ଏପରି ବ୍ୟବହାର କରିବେ ତେବେ ସାଧାରଣ ଲୋକ ଏଥିରୁ କଣ ଶିଖିବେ।