Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘଟଗାଁ ମା' ତାରିଣୀଙ୍କ ମନ୍ଦିର ପରିସରରୁ ଜିଲ୍ଲାର ପ୍ରଥମ ଜଙ୍ଗଲ ସଫାରୀ ଉଦଘାଟିତ

Smruti Parija
Browse all articles by Smruti Parija
·1 year ago·2 min read
ଘଟଗାଁ ମା' ତାରିଣୀଙ୍କ ମନ୍ଦିର ପରିସରରୁ ଜିଲ୍ଲାର ପ୍ରଥମ ଜଙ୍ଗଲ ସଫାରୀ ଉଦଘାଟିତ

Key Points

ପର୍ଯ୍ୟଟକ ପାଇଁ ଖୁସି ଖବର । ଘଟଗାଁ ମା' ତାରିଣୀଙ୍କ ମନ୍ଦିର ପରିସରରୁ ଉଦଘାଟିତ ହେଲା ଜିଲ୍ଲାର ପ୍ରଥମ ଜଙ୍ଗଲ ସଫାରୀ ।

କେନ୍ଦୁଝର: ପର୍ଯ୍ୟଟକ ପାଇଁ ଖୁସି ଖବର । ଘଟଗାଁ ମା' ତାରିଣୀଙ୍କ ମନ୍ଦିର ପରିସରରୁ ଉଦଘାଟିତ ହେଲା ଜିଲ୍ଲାର ପ୍ରଥମ ଜଙ୍ଗଲ ସଫାରୀ । ଏଥର ପର୍ଯ୍ୟଟକଙ୍କୁ ନୂଆବର୍ଷ ଭେଟି ଦେଲା କେନ୍ଦୁଝର ଜିଲ୍ଲାର ଅଟେଇ ସଂରକ୍ଷିତ ଜଙ୍ଗଲ । କେନ୍ଦୁଝର ଜିଲ୍ଲା ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ଜଙ୍ଗଲ ସଫାରୀର ଅନୁଭୂତି ସାଉଁଟିବା ପାଇଁ ସ୍ବତନ୍ତ୍ର ସଫାରୀ ଗାଡ଼ିରେ ପର୍ଯ୍ୟଟକମାନଙ୍କୁ ବୁଲିବାର ବ୍ୟବସ୍ଥା କରିଛି ବନବିଭାଗ । ଅଟେଇ ସଂରକ୍ଷିତ ଜଙ୍ଗଲର ୧୬ ହଜାର ହେକ୍ଟର ଅଞ୍ଚଳରେ ରହିଛି ଏହି ଜଙ୍ଗଲ ସଫାରୀ ।


କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ଜଙ୍ଗଲ ସଫାରୀର ଉଦଘାଟନ କରିଛନ୍ତି । ଆଜି ସକାଳ ୧୦ ଟା ସମୟରେ ଘଟଗାଁ ମା' ତାରିଣୀ ମନ୍ଦିରରେ ସଫାରୀ ଟିକେଟ୍ ବୁକିଂ କାଉଣ୍ଟରର ଉଦଘାଟନ କରିବା ସହିତ ସଫାରୀ ଗାଡ଼ି ଗୁଡ଼ିକୁ ପୂଜାର୍ଚ୍ଚନା କରିଥିଲେ । ପରେ ଗାଡ଼ି ଗୁଡ଼ିକ ଅଟେଇ ଜଙ୍ଗଲ ସଫାରୀ ମୁହାଁ ହୋଇଥିଲା । ତେବେ ମୂର୍ଗାପାହାଡ ଠାରେ ଏହି ଅଟେଇ ଜଙ୍ଗଲ ସଫାରୀର ପ୍ରବେଶ ଗେଟ୍ ରହିଥିବା ବେଳେ ଜଙ୍ଗଲ ଭିତରେ ପାଖାପାଖି ୪୦ କିଲୋମିର ଯାତ୍ରା କରିବେ ପର୍ଯ୍ୟଟକ । ସେହି ୪୦ କିଲୋମିଟର ଯାତ୍ରା ଭିତରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ମୟୂର ଭ୍ୟାଲି, ୱାଚ ଟାୱାର, ଭିଉ ପଏଣ୍ଟ ଏବଂ ଶେଷରେ ଦରଗଡଶିଳା ଜଳାଶୟ । ପରେ ସେଠାରୁ ଯାଇ କାଦୁଅବହାଲି ଗାଁ ନିକଟରେ ଏହି ଅଟେଇ ଯାତ୍ରା ଶେଷ ହେବ । ପାଖାପାଖି ତିନି ଘଣ୍ଟାର ଯାତ୍ରା । ଟିକେଟ୍ ଗୁଡ଼ିକୁ ଅଫ୍ ଲାଇନ୍ ବୁକିଙ୍ଗ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟିକେଟ ବୁକିଂ କାଉଣ୍ଟର ମା' ତାରିଣୀ ମନ୍ଦିର ପରିସରରେ କରାଯାଇଥିବାବେଳେ ସକାଳ ୬ ଟାରୁ ୯:୩୦ ମଧ୍ୟରେ ବୁକିଂ କରିବେ । ଟିକେଟ୍ ମୂଲ୍ୟ ନନ୍ ଏ.ସି ଗାଡ଼ି ପାଇଁ ୨୦୦ ଟଙ୍କା ଏବଂ ଏ.ସି ଗାଡ଼ି ପାଇଁ ୨୫୦ ଟଙ୍କା ରଖାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତିନୋଟି ଗାଡ଼ି କାର୍ଯ୍ୟରତ ରହିବ । ଗୋଟିଏ ଏ.ସି ଏବଂ ଦୁଇଟି ନନ୍ ଏ.ସି ଗାଡ଼ି । ତେବେ ସଫାରୀ ଗାଡ଼ିରେ ବସି ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ । ଏପରିକି ଜଙ୍ଗଲ ସଫାରୀ ହୋଇଥିବା ନେଇ ବନ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ସାଂସଦ ଅନନ୍ତ ନାୟକ ।

Sponsored
districts-first-forest-safari-was-inaugurated-from-the-premises-of-the-ghatgaon-maa-tarini-temple | Argus News