|
logo
Live

Argus News - ଶିଶୁ ପୁତ୍ରକୁ ଝିଅ ଡ୍ରେସ ପିନ୍ଧେଇ ବୁଲୁଥିଲା ଅଭିଯୁକ୍ତ

Odisha

ଶିଶୁ ପୁତ୍ରକୁ ଝିଅ ଡ୍ରେସ ପିନ୍ଧେଇ ବୁଲୁଥିଲା ଅଭିଯୁକ୍ତ

Smruti Parija
Browse all articles by Smruti Parija
·1 year ago·2 min read
ଶିଶୁ ପୁତ୍ରକୁ ଝିଅ ଡ୍ରେସ ପିନ୍ଧେଇ ବୁଲୁଥିଲା ଅଭିଯୁକ୍ତ

ପ୍ରାୟ ୭୨ ଘଣ୍ଟାର ଛାନଭିନ ପରେ ମାଆ କୋଳକୁ ଫେରିଛି ଶୁଭମ । ଛୁଆକୁ ପାଇ ଭାବବିହ୍ୱଳ ହୋଇପଡିଲେ ମା । ଛୁଆକୁ ଫେରି ପାଇବି ବୋଲି ଭାବି ନଥିଲି । ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ଛୁଆକୁ ଫେରି ପାଇଛି ବୋଲି କହିଛନ୍ତି ଦୃଷ୍ଟିବାଧିତ ମହିଳା ଜୟନ୍ତୀ ମଲ୍ଲିକ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ମାଆକୁ ଶିଶୁପୁତ୍ର ହସ୍ତାନ୍ତର କରାଯାଇଛି । ସେହି ମୁହୂର୍ତ୍ତ ଥିଲା ଅବର୍ଣ୍ଣନୀୟ । ଛୁଆକୁ କୁଣ୍ଢାଇ ନିଜ ଲୁହ ସମ୍ଭାଳି ପାରିନଥିଲେ ମା । ଗେଲ କରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ । ଏପରିକି ମନ୍ଦିର ପୂଜକ...ପାଖ ଦୋକାନୀ ସମସ୍ତେ ଛୁଆ ମିଳିବା ପରେ ଖୁସି ହେବା ସହ ଭାବବିହ୍ୱଳ ହୋଇପଡିଛନ୍ତି ।


ଶନିବାର ବିଳମ୍ବିତ ରାତିରେ ମାଆ କୋଳରୁ ଶିଶୁକୁ ଅପହରଣ କରିଥିଲା ଦୁର୍ବୃତ୍ତ କେଦାରସନ ପଣ୍ଡା । ସିସିଟିଭି ଫୁଟେଜ ଆଧାରରେ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା ପୋଲିସ । କଠିନ ଅପରେସନ ପାଇଁ କମିଶନରେଟ୍ ପୋଲିସର ହୋଇଥିଲା ସ୍ବତନ୍ତ୍ର ରଣନୀତି । ତୁରନ୍ତ ନିଖୋଜ ଶିଶୁକୁ ଠାବ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଶିଶୁ ଅପହରଣ ସ୍ପର୍ଶକାତର ଘଟଣା ହୋଇଥିବାରୁ ଥିଲା ବଡ ଚ୍ୟାଲେଂଜ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ କମିଶନର କହିଛନ୍ତି , ସମସ୍ତଙ୍କୁ ଏ ଘଟଣା ବ୍ୟଥିତ କରିଥିଲା । ମୁଖ୍ୟମନ୍ତ୍ରୀ ଏ ଘଟଣା ବିଷୟରେ ଜାଣିବା ପରେ ଯଥା ଶୀଘ୍ର ଆରେଷ୍ଟ ଓ ଉଦ୍ଧାର ପାଇଁ ନିର୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲଗାତାର ଆମ ସହ ସମ୍ପର୍କରେ ଥିଲେ । କାଲି ରାତିରେ ବିଭିନ୍ନ ଜାଗାରେ ଚଢ଼ାଉ ବେଳେ ମହିଳାଙ୍କ ନିକଟରୁ ଭଦ୍ରକ ଅଞ୍ଚଳରେ ଠାବ ହେଲା । ପରେ ବାଲେଶ୍ଵର ଅଞ୍ଚଳରେ ମଧ୍ୟ ଚଢ଼ାଉ କରା ଗଲା । କେଦାରସନକୁ ପୁରୀ ଅଞ୍ଚଳରୁ କାବୁ କରାଗଲା ।


ଅପହରଣ ପରେ ଶିଶୁ ପୁତ୍ରକୁ ଝିଅ ଡ୍ରେସ ପିନ୍ଧେଇ ଦେଇଥିଲେ ଅଭିଯୁକ୍ତ । ଚୁଟି କାଟି ଦେବା ସହ ଘରେ ଝିଅ ବୋଲି କହୁଥିଲେ । ପରେ ଅଭିଯୁକ୍ତ କେଦାରସନ ପଣ୍ଡା ପୁରି ପ୍ରାୟଶ୍ଚିତ ପାଇଁ ଆସିଥିବା ବେଳେ ପୋଲିସ ମାଡି ବସିଥିଲା । ଅଭିଯୁକ୍ତ ନାଁରେ 3ଟି ଚୋରି ମାମଲା ରହିଛି । ଅଙ୍ଗ ତସ୍କରି ନେଇ କୌଣସି ସୁରାକ ମିଳିନି । ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ ମଧ୍ୟ କାମ କରୁଥିଲା କେଦାରସନ ।

Sponsored
ଶିଶୁ ପୁତ୍ରକୁ ଝିଅ ଡ୍ରେସ ପିନ୍ଧେଇ ବୁଲୁଥିଲା ଅଭିଯୁକ୍ତ | Argus News