Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Diwali Special / ଦୀପାବଳିକୁ ନେଇ ଚାଲିଛି ଦୀପ ତିଆରି

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଦୀପାବଳିକୁ ନେଇ ଚାଲିଛି ଦୀପ ତିଆରି

Key Points

ଦୀପ ତିଆରି ଚାଲିଛି ଭଳିକି ଭଳି

ଦୀପକୁ ରଙ୍ଗ ଦେବାରେ ଲାଗି ପଡିଛନ୍ତି

ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଏବେ ତତ୍ପର କୁମ୍ଭକାର ପରିବାର । ଦିନରାତି ଏକ କରି କାମରେ ଲାଗି ପଡିଛନ୍ତି ପୁରା ପରିବାର। ଦୀପ କାରିଗରଙ୍କୁ ଏବେ ଫୁରସତ ନାହିଁ । ଦୀପ ତିଆରି ଚାଲିଛି। ଭଳିକି ଭଳି ଦୀପ । ଦୀପକୁ ରଙ୍ଗ ଦେବାରେ ଲାଗି ପଡିଛନ୍ତି । କୁମ୍ଭକାର ହାତର ଶେଷ ସ୍ପର୍ଶ ପାଉଛି ଦୀପ। ଶହ ଶହ ସଂଖ୍ୟାରେ ଦୀପ ପ୍ରସ୍ତୁତ। ହାତରେ ଆଉ ସମୟ ନାହିଁ । କାରଣ ଯାହା ବିକ୍ରୀ ହେବ ମାତ୍ର ଆଉ ତିନି ଦିନ ଭିତରେ । ତେଣୁ ଦିନ ରାତି ଏକ କରି ଦେଇ ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର। ଏ ପ୍ରସ୍ତୁତି ଦୀପାବଳି ପାଇଁ।


ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ପାଇ କହ୍ନେଇପୁର, କଇରାସି ,ଡିମିରିଆ ଆଦି ଗାଁରେ ରୁହନ୍ତି ଏସବୁ କୁମ୍ଭକାର ପରିବାର । ନିଜର କୌଳିକ ବୃତ୍ତିକୁ ପାଥେୟ କରି ବାପା, ଜେଜେବାପା ଅମଳରୁ ମାଟିକୁ ବିଭିନ୍ନ ରୂପ ଦେଇ ନିର୍ମାଣ କରିଥାନ୍ତି ବିଭିନ୍ନ ପ୍ରକାରର ସାମଗ୍ରୀ। ଏବେ ଦୀପ ନିର୍ମାଣରେ ଲାଗି ପଡିଛନ୍ତି । ବିକ୍ରୀ ହେବା ପରେ ଦୁଇ ପଇସା ରୋଜଗାର ହେଲେ ପରିବାର ଚଳିଯିବ ।


ଏଥିସହ ପଢ଼ନ୍ତୁ: ୨୦ ନା ୨୧ ତାରିଖ... କେଉଁ ଦିନ ହେବ ଦୀପାବଳି ପାଳନ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀପାବଳି ସମୟରେ ଲୋକମାନେ ମାଟି ଦୀପ ବିନା ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରି ଆଲୋକର ପର୍ବ ପାଳନ କରୁଥିବାରୁ ମାଟି ଦୀପର ବିକ୍ରି କମିବାରେ ଲାଗିଛି। ସେଥିପାଇଁ କୁମ୍ଭକାର ମାନେ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି । ଯଦି ମାଟିରେ ନିର୍ମିତ ଦୀପକୁ ବିକ୍ରି ପାଇଁ ବଜାରର ସୁବିଧା ଓ ପ୍ରୋତ୍ସାହନ ମିଳିପାରନ୍ତା, ତେବେ ସେମାନଙ୍କୁ କୌଳିକ ବୃତ୍ତିକୁ ଛାଡିବାକୁ ପଡନ୍ତାନି । ଦୀପର ଏନ୍ତୁଡିଶାଳରେ ଏବେ କାରିଗରଙ୍କୁ ଫୁରସତ ନାହିଁ । ଏସବୁ ବିକ୍ରି ହୋଇଗଲେ ପରିଶ୍ରମର ମୁଲ୍ୟ ମିଳିଯିବ।


ସେପଟେ କେଉଁଦିନ ଦୀପାବଳି ? ପୁଣି ଗୋଟିଏ ପର୍ବ ୨ଟି ତାରିଖକୁ ନେଇ ଦ୍ବନ୍ଦ୍ବ । ୨୦ ନା ୨୧ ତାରିଖ କେଉଁ ଦିନ ପାଳନ କରିବେ ଦୀପାବଳି ? ମୁକ୍ତିମଣ୍ଡପ ପଣ୍ଡିତ ଓ ଜ୍ୟୋତିର୍ବିଦଙ୍କ ମଧ୍ୟରେ ମତଭେଦ । ୨୦ ତାରିଖରେ ଦୀପାବଳି ପାଳିବାକୁ କହିଲା ମୁକ୍ତିମଣ୍ଡପ । ୨୧ ତାରିଖରେ ଦୀପାବଳି ପାଳନ ପାଇଁ କହୁଛନ୍ତି ଜ୍ୟୋତିର୍ବିଦ ।

ଦୀପାବଳି ଅମାବାସ୍ୟାର ଦ୍ୱନ୍ଦ୍ୱ ଦୂରୀକରଣ କରିବା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ଆଦିତ୍ୟ ହୃଦୟ ମିଶ୍ର ଓ ସମ୍ପାଦକ ପ୍ରଫୁଲ ମିଶ୍ର ଓ ଅନେକ ଜ୍ୟୋତିର୍ବିଦ ସୂଚନା ଦେଇଛନ୍ତି ଯେ ୨୦ ତାରିଖରେ ହିଁ ଦିଆଯିବ ପୟାଶ୍ରାଦ୍ଧ। ସେହିଦିନ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତିମଣ୍ଡପ ଦାବି କରିଛି । କିନ୍ତୁ ୨୧ ତାରିଖରେ ଦୀପାବଳି ପାଳନ ପାଇଁ କହୁଛନ୍ତି ଜ୍ୟୋତିର୍ବିଦ ପଣ୍ଡିତ ହରିଶଙ୍କର ମିଶ୍ର । ଗୋଟିଏ ପର୍ବର ଦୁଇଟି ତାରିଖ ନେଇ ଦ୍ବନ୍ଦ୍ବ ଦେଖାଯାଇଛି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Related Topics

Explore more stories

Sponsored
Diwali Special | Diwali 2025: dipa Making in Full Swing Ahead of Festival of Lights | Argus News | Argus News