ପାର୍ବଣରେ DJ ଟେନସନ୍

ଅଗର୍ସ ବ୍ୟୁରୋ:ଆଗକୁ ଆସୁଛି ପାର୍ବଣର ଋତୁ,ସବୁଠି ପ୍ରସ୍ତୁତ୍ ଜୋରଦାର। ଏବେ ଠୁ ଚଳଚଞ୍ଚଳ ହେଲାଣି ଗାଁ ଠୁ ସହର। ଆଉ ଏହାରି ଭିତରେ ଚର୍ଚ୍ଚାରେ ରହିଛି ରୋଗକୁ ଡାକୁଛି DJ । ଆପଣଙ୍କ ମନରେ ଏ ପ୍ରଶ୍ନ ଆସୁଥିବ ନିଶ୍ଚୟ। ରୋଗ ସହ ଡି.ଜେର ସମ୍ପର୍କ କଣ। ଆଜି କାଲି ପୂଜା ଭସାଣି ହେଲେ ଯୁବପିଢୀଙ୍କର ଆଗରେ ଖୋଜା ପଡୁଛି ଡି.ଜେ ସାଉଣ୍ଡ,ମାତ୍ର ସେମାନଙ୍କ ଟିକିଏ ଖୁସି ପାଇଁ ରୋଗକୁ ହାତଠାରି ଡାକୁଛି ଡିଜେ। ଡିଜେ ଯୋଗୁ ଶବ୍ଦ ପ୍ରଦୂଷଣ ବଢିଚାଲିଛି,ହୃଦଘାତ,ଚିଡାପଣ, ମାନସିକ ଚାପ,ରକ୍ତଚାପ ଭଳି ରୋଗର ଶିକାରୀ ହେଉଛି ମଣିଷ।
ଗବେଷଣଙ୍କ କହିବା ଅନୁଯାୟୀ ଶବ୍ଦ ପ୍ରଦୂଷଣ ଲୋକଙ୍କୁ ବିଭିନ୍ନ ରୋଗରେ ଆକ୍ରାନ୍ତ କରିଥାଏ, କାନ ରୋଗ, ଚିଡାପଣ, ମାନସିକ ଚାପ, ହୃଦଘାତ ଭଳି ରୋଗ ଶବ୍ଦ ପ୍ରଦୂଷଣ ଦ୍ଵାରା ହୋଇଥାଏ। କାରଣ ଡିଜେରେ ଅତାଧିକ ସାଉଣ୍ଟ ଯୋଗୁଁ ଅଧିକ ରୋଗ ଆକ୍ରନ୍ତ ହେବାର ସମ୍ଭାବନା ଥାଏ। ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାକୁ ଏଥିରେ ଗଣେଶ ପୂଜାବେଳେ କୁଆଡେ ପ୍ରବେଶ କରିବେ କଲିକତାରୁ ମାଳ ମାଳ ଡିଜେ, ଫଳରେ ଡିଜେ ଆଗରେ ଫିକା ପଡିବ ବାଜା,କାରଣ ବିଭିନ୍ନ ଡିଜେ ପୂଜା ଏବଂ ଭସାଣି ଆସିବା ଫଳରେ ପାରମ୍ପରିକ ବାଦ୍ୟ ବା ବାଜା ବଜାଇ ପେଟପୋଷୁଥିବା କଳାକାରଙ୍କ ବେଉଷା ମଧ୍ୟ ଦିନକୁ ଦିନ ବୁଡିବାକୁ ବସିଲାଣି।
ଅନ୍ୟପଟେ ଜିଲ୍ଲା ପ୍ରଶାସନ ମଧ୍ୟ ଭଦ୍ରକ ଜିଲ୍ଲା ପ୍ରଶାସନ ମଧ୍ୟ ଓ ଶବ୍ଦ ପ୍ରଦୂଷଣ ରୋକିବାରେ ବିଫଳ ହେଉଥିବାର ଅଭିଯୋଗ ହେଉଛି। କାରଣ ସୁପ୍ରିମୋକୋର୍ଟ ମଧ୍ୟ ଜନଗହଳି ସ୍ଥାନରେରେ ଶବ୍ଦ ପ୍ରଦୂଷଣ ଉପରେ ରୋକ୍ ଲଗାଇଛନ୍ତି କିନ୍ତୁ ଏସବୁକୁ ଅନେକ ଲୋକ ମାନୁନଥିବା ଅଭିଯୋଗ ମଧ୍ୟ ହୋଇଛି। ଅନ୍ୟପଟେ ଭଦ୍ରକ ଜିଲ୍ଲା ରେ ପୂଜା ଭସାଣୀ ଏବଂ ବିଭିନ୍ନ ଯାତ୍ରା ବେଳେ ଡିଜେ ଉପରେ ପ୍ରତିବନ୍ଧକ କେବଳ କାଗଜପତ୍ରରେ ସୀମିତ ହୋଇରହିଥିବା ଦେଖିବାକୁ ମିଳୁଛି। ତେବେ ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନର କୈାଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଧାମନଗର SDPO କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଥିବାବେଳେ,ଅପେକ୍ଷା ଡିଜେ ଉପରେ କିଭଳି ରୋକ୍ ଲଗାଉଛି ଜିଲ୍ଲା ପ୍ରଶାସନ।