Videos
|
Odisha

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ,ଘରୁ ବାହାରନ୍ତୁ ନାହିଁ

Rashmita Mishra
Browse all articles by Rashmita Mishra
·1 year ago·1 min read
ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ,ଘରୁ ବାହାରନ୍ତୁ ନାହିଁ

ଅର୍ଗସ ବ୍ୟୁରୋ: ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା ଏବଂ ବଢ଼ିଛି ପବନର ବେଗ । ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ଦାନା । ଘଣ୍ଟା ପ୍ରତି ୧୩ କିମି ବେଗରେ ଆଗକୁ ବଢୁଛି । 

ବାତ୍ୟା ସମୟରେ କଣ କରିବେ 

. ବାତ୍ୟାକୁ ନେଇ ଭୟଭୀତ ନହେବା ଲାଗି ପରାମର୍ଶ ଦିଅନ୍ତୁ, ଘରୁ ବାହାରନ୍ତୁ ନାହିଁ

. ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଆନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

. ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ସମୟରେ ପାଖରେ ଜରୁରୀ ସାମଗ୍ରୀ ରଖନ୍ତୁ

. ଗୋଟିଏ ସ୍ଥାନରେ ସମସ୍ତେ ଏକାଠି ହୋଇ ରୁହନ୍ତୁ

. ବାତ୍ୟା ନେଇ ଆସୁଥିବା ଖବର ସହ ଅପଡେଟ୍ ରୁହନ୍ତୁ


ବାତ୍ୟା ସମୟରେ କଣ କରିବେ ନାହିଁ ?

. ଘରର ଉପର ମହଲାରେ ରୁହନ୍ତୁ ନାହିଁ

. ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯଆନ୍ତୁ ନାହିଁ

. ବିଦ୍ୟୁତ ତାରକୁ ସ୍ପର୍ଶ କରନ୍ତୁ ନାହିଁ


 

Do not be afraid of the storm, do not leave the house | Argus News