Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫଗୁଣ ପଶୁପଶୁ ତାତି କଲାଣି କଲବଲ

Manini Pattanayak
Browse all articles by Manini Pattanayak
·2 years ago·2 min read
ଫଗୁଣ ପଶୁପଶୁ ତାତି କଲାଣି କଲବଲ

ଭୁବନେଶ୍ୱର:  ବୈଶାଖ ଆସିନି ତାତି କିନ୍ତୁ ଆକ୍ତାମାକ୍ତା କଲାଣି । ଝାଞ୍ଜି ପବନ ମାଡରେ କଲବଲ ହେଲେଣି ଜନତା । ସକାଳ ୧୧ ପରେ ଘରୁ ବାହାରିବାକୁ ମନ କୁନ୍ଥୁକନ୍ଥୁ ହେଉଛି । ଅତି ଦରକାର ନପଡିଲେ ଘରୁ ବାହାରିବାକୁ ଇଚ୍ଛା ହେଉନି । ହେଲେ ଏସନ ଏଇନୁ ଯେମିତି ଖରା ହେଲାଣି ଆଗକୁ ସ୍ଥିତି ଯେ କଣ ହେବ ସେକଥା କିଏ ବା କହିବ ? ପ୍ରତିବର୍ଷ ଖରା ଦିନ ଆସିବା ମାତ୍ରେ ଠାଏଁଠାଏଁ ଜଳଛତ୍ର ସହ ବିଶ୍ରାମଗାରର ବ୍ୟବସ୍ଥା କରନ୍ତି ସରକାର ଓ ପ୍ରଶାସନ । ହେଲେ ଏସନ କାହିଁ କିଛି ଦିଶୁନି । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ । 
ଏପଟେ ଖରାକୁ ନେଇ ମେୟର କହିଛନ୍ତି ବିଭିନ୍ନ ସମାଜିକ ସଂଗଠନ ଏବଂ ବ୍ୟାଙ୍କ ଶାଖା ମାନଙ୍କ ସହାୟତା ନେବା ସହ ନିଗମ ପକ୍ଷରୁ ବିଭିନ୍ନ ଛକ ରେ ଜଳ ଛତ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।  ଖୁବ ଶୀଘ୍ର ଏନେଇ ସମସ୍ତ ଙ୍କ ଆଲୋଚନା କରାଯିବ । ଖାସ କରି  ଅଚଳ ହୋଇ ପଡ଼ିଥିବା ନଳକୂପ ଏବଂ ପିଇବାପାଣି ଟ୍ୟାପ ଗୁଡ଼ିକୁ ଠିକ କରାଯିବ ।

ସେପଟେ ଖରା ବଢ଼ୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମହାନଗର ନିଗମ ଜଳଛତ୍ର କିମ୍ବା ପିଇବା ପାଣି ବେବସ୍ଥା କରିନଥିବାରୁ ସହର ବାସୀ ଅସନ୍ତୋଷ ଜାହିର କରିଛନ୍ତି। ଅଂଶୁଘାତ କୁ ଦୃଷ୍ଟି ରେ ରଖି  ଗ୍ରୀଷ୍ମରୁତୁରେ ଅଧିକ ସାବଧାନତା ଅବଳମ୍ୱନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ `। ଟାଣ ଖରା ସମୟରେ ଦିନ ସାଢେ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହରନ୍ତୁ ନାହିଁ । ଯଦି କୌଣସି ଜରୁରୀକାମ ପଡେ ତେବେ ପ୍ରଚୁର ପରିମାଣରେ ପାଣି , କିମ୍ୱା ଓ ଆର ଏସ ପିଇ ଘରୁ ବାହାରିବେ ।  ଘରରୁ ବାହାରିବା ସମୟରେ ଟୋପି, ଛତା ,ଚଷମା  ପିନ୍ଧିବେ । · ଯଦି କେଉଁଠି ମୁଣ୍ଡ ବୁଲାଇବା କି ଦେହ ହାତ ଝିମ ଝିମ ହେଲେ ସଂଙ୍ଗେ ସଂଙ୍ଗେ ଛାୟି ସ୍ଥାନ ଦେଖି ବିଶ୍ରାମ ନେଇଯିବେ । · ଭେଣ୍ଟିଲେସନ ନଥିବା ଘରେ ବୟସ୍କ ଲୋକ କିମ୍ୱା ଛୋଟ ପିଲା ରହିଲେ ମଧ୍ୟ ଅଂଶୁଘାତ ହେବାର ମଧ୍ୟ ସମ୍ଭାବନା ରହିଛି । ·  ତେଣୁ ସେ ସବୁକୁ ଅଧିକ ସାବଧନତା ଓ ସଚେତନ ରହିବା ଦରକାର ।  ମାର୍ଚ୍ଚ ମାସର ଆରମ୍ଭରୁ ଗ୍ରୀଷ୍ମର ପ୍ରବାହ ଯଦି ଏମିତି ରୁହେ ତେବେ ଆସନ୍ତା ଦିନରେ ଖରାର ତାପମାତ୍ର ଆହୁରି ବଢିବ ବୋଲି ଆକଳନ କରାଯାଉଛି ।
ଅଧିକ ଦେଖନ୍ତୁ: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Do not come during the heavy heat between 11:30 and 3:00 | Argus News