କ'ଣ ଆପଣ ଜାଣିଛନ୍ତି ଅଘୋରୀ ସାଧୁଙ୍କ ଅନ୍ତିମ ସଂସ୍କାର କିପରି କରାଯାଏ ?
Key Points
ଅଘୋରୀ ବହୁତ ସରଳ ସ୍ୱଭାବର ହୋଇଥାନ୍ତି । ପ୍ରକୃତି ସହ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି ।
ଅର୍ଗସ ବ୍ୟୁରୋ: ଅଘୋରୀଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁଯାୟୀ କିଛି କ୍ଷେତ୍ରରେ ମେଳ ଖାଏ । କିନ୍ତୁ ଏଥିରେ ଅନେକ ନୂଆ ନୂଆ କଥା ମଧ୍ୟ ରହିଛି ଯାହା ଆପଣ ଜାଣିନଥିବେ । ଯେତେବେଳେ ଜଣେ ଅଘୋରୀ ମୃତ୍ୟୁକୁ ପ୍ରାପ୍ତ କରେ...ସେତେବେଳେ ସାଧାରଣ ମଣିଷ ଭଳି ତାଙ୍କର ଶରୀରକୁ ପୋଡାଯାଏ ନାହିଁ । ତାଙ୍କ ଜୀବନ ଭଳି ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ ଅନ୍ୟ ଠାରୁ ଭିନ୍ନ ଓ ରହସ୍ୟମୟ । ସାଧାରଣତଃ ଅଘୋରୀଙ୍କ ଅନ୍ତିମ ସଂସ୍କାର ଗଙ୍ଗା କିମ୍ବା କୌଣସି ପବିତ୍ର ନଦୀ କୂଳରେ କରାଯାଏ । ମୃତ ଅଘୋରୀଙ୍କ ସାଥୀ ତାଙ୍କୁ ପୋଡିଦିଅନ୍ତି, ପୋତିଅନ୍ତି କିମ୍ବା ଜଳେଇ ଦିଅନ୍ତି । ଅଘୋରୀ କେବେ ବି ନିଜ ସାଥୀ ଅଘୋରୀଙ୍କ ଶବକୁ ଖାଆନ୍ତି ନାହିଁ । ଏପରିକି କିଛି ଅଘୋରୀ ନିଜ ଶେଷ ଇଚ୍ଛା ଯେମିତିକି ନିଜ ଶବକୁ ଗଙ୍ଗାରେ ପ୍ରବାହିତ କରିବାକୁ କିମ୍ବା ଶ୍ମଶାନରେ ସେମିତି ଛାଡିଦେବାକୁ ବି କହିଥାନ୍ତି । ତାଙ୍କ ଇଚ୍ଛା ଅନୁସାରେ ମଧ୍ୟ ତାଙ୍କ ଅନ୍ତିମ ସଂସ୍କାର କରାଯାଏ ।