Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 5-ଟି ମାନେ ଓଡ଼ିଶା ଶାସନର ସର୍ବେସର୍ବା ପାଲଟିଥିବା ୫ ତାମିଲ !

Odisha

5-ଟି ମାନେ ଓଡ଼ିଶା ଶାସନର ସର୍ବେସର୍ବା ପାଲଟିଥିବା ୫ ତାମିଲ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
5-ଟି ମାନେ ଓଡ଼ିଶା ଶାସନର ସର୍ବେସର୍ବା ପାଲଟିଥିବା ୫ ତାମିଲ !

Key Points

ପଂଚୁପାଣ୍ଡବଙ୍କୁ ନେଇ ଟେନସନ୍‌ରେ ନବୀନ
5-ଟି ମାନେ ଓଡ଼ିଶା ଶାସନର ସର୍ବେସର୍ବା ପାଲଟିଥିବା ୫ ତାମିଲ !
ପାଣ୍ଡିଆନ୍, ମାଥି ଭାଥନନ, ପ୍ରଭାକରନ୍, ଭିନିଲକ୍ରିଷ୍ଣା ଓ ବାଲକ୍ରିଷ୍ଣନ୍
ଏହି ୫ ତାମିଲଙ୍କ ପାଖରେ ପଞ୍ଜୁରୀ ଶୁଆ ପାଲଟିଛନ୍ତି କି ନବୀନ!
 

ଅର୍ଗସ ବ୍ୟୁରୋ : ରାଜ୍ୟରେ ଏବେ ପଂଚୁପାଣ୍ଡବଙ୍କୁ ନେଇ ଚର୍ଚ୍ଚା ଚାଲିଛି । କାରଣ ରାଜ୍ୟ ଶାସନର ସବୁ ଶ୍ରେୟ ମୁଣ୍ଡାଇଛି 5 ଟି । ବିଜେଡିର ନିର୍ବାଚନୀ ସ୍ଲୋଗାନ ପାଲଟିଛି ବି 5-ଟି ଗ୍ୟାରେଣ୍ଟି । ବିଜେଡିର ଦାବି, ୫-ଟି ମାନେ ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଓ ଟ୍ରାନ୍ସଫରମେସନ୍ । କିନ୍ତୁ ନିର୍ବାଚନର ଘନଘଟା ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓଡ଼ିଶାର ରିଅଲ ଫାଇଭ୍ ଟିର ଫଟୋ । ଯେଉଁଥିରେ କୁହାଯାଉଛି ପ୍ରକୃତ 5 ଟି ହେଉଛନ୍ତି 5 ଜଣ ତାମିଲ ବାବୁ । ପାଣ୍ଡିଆନ୍, ମାଥି ଭାଥନନ, ପ୍ରଭାକରନ୍, ଭିନିଲକ୍ରିଷ୍ଣା ଓ ବାଲକ୍ରିଷ୍ଣନ୍‌ଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାରି ଭାଇରାଲ । ଏହି ୫ ତାମିଲ ହେଉଛନ୍ତି ଏବେ ଓଡ଼ିଶା ପାୱାର କରିଡରର ସର୍ବଶକ୍ତିମାନ । ଖାଲି ଓଡ଼ିଶା ଶାସନ ନୁହେଁ ବରଂ ବିଜେଡିକୁ ବି କବଜା କରି ରଖିଛନ୍ତି ଏମାନେ । 

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଭାଇରାଲ ଫଟୋରେ ରିଅଲ ଫାଇଭ ଟି ସହ ପଞ୍ଜୁରୀ ଭିତରେ ଦେଖାଯାଇଛି ଏକ କାର୍ଟୁନ ଶୁଆ। କିଏ ଏହି ପଞ୍ଜୁରୀ ଭିତର ଶୁଆ ? ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଜୁରୀ ଶୁଆ ବନାଇଛନ୍ତି ପାଣ୍ଡିଆନ୍ । ବିରୋଧୀ ବି ଲାଗାଇଆସୁଛନ୍ତି ସମାନ ଆରୋପ । ଭାଇରାଲ ରିଅଲ ଫାଇଭ୍ ଟିରେ ନମ୍ବର 1ରେ ଥିବା ପାଣ୍ଡିଆନ୍ ହେଉଛନ୍ତି ନବୀନଙ୍କର ଚଳନ୍ତି ପ୍ରତିମା । ଦଳ ଓ ସରକାରକୁ ପ୍ରକୃତରେ ଚଳାଉଛନ୍ତି ପାଣ୍ଡିଆନ୍ । ଦୁଇ ନମ୍ବର ଟି ବା ତାମିଲ ହେଉଛନ୍ତି ମାଥି ଭାତନନ । ବିରୋଧୀଙ୍କ ଅଭିଯୋଗ ରାଜ୍ୟ ସରାକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଥିବା ଏହି ତାମିଲ ଆଇଏଏସ ବାବୁ ପାଣ୍ଡିଆନଙ୍କ ଏଜେଣ୍ଡା କ୍ରିୟାନ୍ୱୟନର ମୁଖ୍ୟ କାର୍ପଟଦାର । ଅର୍ଥାତ ଫ୍ରଣ୍ଟଫୁଟ୍ ଖେଳାଳି ।  ପରଦା ପଛରେ ରହି ମାରୁଛନ୍ତି ଛକା ଓ ଚୌକା ।

ଠିକ୍‌ ସେମିତି ତୃତୀୟ ଟି ହେଉଛନ୍ତି ପ୍ରଭାକରନ୍ । ଓଡ଼ିଶାର ଖଣି କାରବାରରେ ଆଧିପତ୍ୟ ବିସ୍ତାର କରିଥିବା ତାମିଲ ବ୍ୟବସାୟୀ ପ୍ରଭାକରନଙ୍କୁ କୁହାଯାଏ । ବିଜୁ ଜନତା ଦଳ ଓ ପାଣ୍ଡିଆନଙ୍କ ଏଟିଏମ୍ । ଚତୁର୍ଥ ଟି ହେଉଛି ଭିନିଲକ୍ରୀଷ୍ଣା । ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏହି ପାୱାରଫୁଲ ଅଧିକାରୀଙ୍କ ଦଳ ଓ ସରକାରରେ ବିସ୍ତାର କରିଛନ୍ତି ପ୍ରାଧାନ୍ୟ । କୁହାଯାଏ ଇଏ ପାଣ୍ଡିଆନ ମହାଶୟଙ୍କର ଅନ୍ୟତମ ଫ୍ରଣ୍ଟଫୁଟ୍ ଖେଳାଳି । ଶେଷ ଭାଇରାଲ ଟି ହେଉଛନ୍ତି ବାଲକ୍ରିଷ୍ଣନ୍ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଥିବା ବାରକ୍ରିଷ୍ଣନଙ୍କୁ କିଏ ପାଣ୍ଡିଆନଙ୍କର ଗୁରୁ କୁହନ୍ତି ତ କିଏ କୁହନ୍ତି ଇଏ ପରଦା ଆଢୁଆଳରେ ରହି ଦଳ ଓ ସରକାର ଚଳାଇବା ପାଇଁ ତାମିଲ ଗୁମାସ୍ତାଙ୍କୁ ବୁଦ୍ଧି ଦେଇଥାନ୍ତି । ଆଉ ଏହି 5 ଟି ମାନେ ତାମିଲଙ୍କ ବିରୋଧରେ ସାରା ରାଜ୍ୟରେ ରହିଛି ତୀବ୍ର ଅସନ୍ତୋଷ...ତେବେ ସମୟ କହିବ ଏ ବାବୁଙ୍କଠୁ କେବେ ମୁକ୍ତି ପାଉଛନ୍ତି ବାବୁ ନବୀନ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5-T | Argus News