ଶିବରାତ୍ରି ଏବଂ ମହାଶିବରାତ୍ରି ମଧ୍ୟରେ କଣ ରହସ୍ୟ ରହିଛି ଜାଣିଛନ୍ତି କି?

ଆସନ୍ତାକାଲି ମହାଶିବରାତ୍ରି। ଭଗବାନ ଶିବଙ୍କୁ ନେଇ ପୁରାଣରେ ରହିଛି ଅନେକ ରହସ୍ୟ। ସେଥିମଧ୍ୟରୁ ଗୋଟିଏ ବଡ ରହସ୍ୟ ହେଉଛି ଶିବରାତ୍ରି ଏବଂ ମହାଶିବରାତ୍ରି ମଧ୍ୟରେ ଅନ୍ତର। ତେବେ ଏହା ମଧ୍ୟରେ କଣ ଅନ୍ତର ରହିଛି ଆପଣ ଜାଣିଛନ୍ତି କି? ହିନ୍ଦୁ ଧର୍ମରେ ଶିବରାତ୍ରି ଏବଂ ମହାଶିବରାତ୍ରିରେ ଦୁଇ ଦିନ ଧରି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କରନ୍ତି। ଭକ୍ତମାନେ ନିଜର ମନସ୍କାମନା ପୂରଣ ପାଇଁ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପି ଦେଇଥାନ୍ତି। ଅଧିକାଂଶ ଲୋକ ଶିବରାତ୍ରିକୁ ହିଁ ଶିବରାତ୍ରି ବୋଲି ଭାବିଦେଇଥାନ୍ତି। କିନ୍ତୁ ଏହା ସତ ନୁହେଁ। ଏହା ପଛରେ ରହିଛି ଗୂଢ଼ କାରଣ। ତେବେ ଚାଲନ୍ତୁ ଜାଣିବା ଏହାର ରହସ୍ୟ। ହିନ୍ଦୁ ଶାସ୍ତ୍ରରେ ସୋମବାର ଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପୂଜା କରାଯାଇଥାଏ। ସେମାବାର ଦିନ ଭୋଳାନାଥଙ୍କୁ ଆରାଧନା କଲେ ଜଣେ ବ୍ୟକ୍ତିଙ୍କ ବୈବାହିକ ଜୀବନ ସୁଖ ସମୃଦ୍ଧିରେ ଭରିଯାଇଥାଏ ବୋଲି ମାନ୍ୟତା ରହିଛି।
ପ୍ରଭୁ ଶିବ ଏବଂ ମାତା ପାର୍ବତୀଙ୍କ ଆଶିଷ ପାଇବା ପାଇଁ ଲୋକେ ଶିବରାତ୍ରି ଏବଂ ମହାଶିବରାତ୍ରି ଦିନ ସବୁଠାରୁ ଶୁଭ ବୋଲି କୁହାଯାଇଥାଏ। ପ୍ରତି ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ରି ପାଳନ ହୋଇଥାଏ। ଯାହାକୁ କି ସାଧାରଣ ଭାବେ ମାସିକ ଶିବରାତ୍ରି କୁହାଯାଇଥାଏ। ଅନ୍ୟପକ୍ଷେ ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିକୁ ମହାଶିବରାତ୍ରି ଭାବେ ପାଳନ କରାଯାଇଥାଏ। ପ୍ରତିମାସରେ ଥରେ ଶିବରାତ୍ରି ପାଳନ କରାଯାଏ। ଗୋଟିଏ ବର୍ଷରେ ୧୨ଥର ଶିବରାତ୍ରି ପଡ଼ିଥାଏ। ଅନ୍ୟପକ୍ଷରେ ମହାଶିବରାତ୍ରି ବର୍ଷରେ ଥରଟିଏ ପଡ଼ିଥାଏ। ସେଥିପାଇଁ ଏହି ଜାଗର ପର୍ବ ଅତ୍ୟନ୍ତ ସ୍ବତନ୍ତ୍ର। ମହାଶିବରାତ୍ରିକୁ ମହାଦେବ ଏବଂ ଦେବୀ ପାର୍ବତୀଙ୍କ ବିବାହବାର୍ଷିକୀ ଭାବେ ମଧ୍ୟ ପାଳନ କରାଯାଇଥାଏ।
📱 Get Argus News App
✨ଅନ୍ୟପକ୍ଷରେ ଶିବରାତ୍ରି ଦିନ ସେପରି କିଛି ଖାସ ହୋଇ ନଥାଏ। କେବଳ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଫେବୃଆରୀ ୨୬ ତାରିଖ ସକାଳ ୧୧ଟା ୮ ମିନିଟରୁ ଆରମ୍ଭ ହେବ ଏହି ତିଥିର ସମାପନ ଫେବୃଆରୀ ୨୭ ତାରିଖ ସକାଳ ୮ଟା୫୪ ମିନିଟରେ ସରିବ। ଉଦୟତିଥି ଆଧାରରେ ଚଳିତବର୍ଷ ମହାଶିବରାତ୍ରି ଫେବୃଆରୀ ୨୬ ତାରିଖରେ ପାଳନ କରାଯିବ। ପୌରାଣିକ ମାନ୍ୟତା ଅନୁସାରେ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଭୋଳାନାଥ ଏବଂ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଆଉ ଏହି ଦିନ ଭାରି ପବିତ୍ର। କଥାରେ ଅଛି ଶିବଙ୍କୁ ଉଜାଗର ରହି ଯାହା ମନାସିଲେ ସେହି ମନସ୍କାମନା ପୂରଣ ହୋଇଥାଏ।