Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Doctors Protest / ସରକାରଙ୍କ ନିର୍ଦ୍ଦେଶ ମାନିଲେନି ଡାକ୍ତର, ପୁଣି ରୋଗୀ ହନ୍ତସନ୍ତ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ସରକାରଙ୍କ ନିର୍ଦ୍ଦେଶ ମାନିଲେନି ଡାକ୍ତର, ପୁଣି ରୋଗୀ ହନ୍ତସନ୍ତ
Doctors Protest

Key Points

ସକାଳ ୯ଟାରୁ ୧୧ ଟା ପର୍ଯ୍ୟନ୍ତ ରୋଗୀ ସେବା ପ୍ରଭାବିତ ହୋଇଛି ।

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସେବା ତଥା ରକ୍ଷଣାବେକ୍ଷଣ ଆଇନ ଲାଗୁ ହୋଇଥିଲେ ମଧ୍ୟ ଜାରି ରହିଛି ପ୍ରତିବାଦ । OMSA ଡାକ୍ତରଙ୍କ ପକ୍ଷରୁ ଦୁଇ ଘଣ୍ଟିଆ ଆନ୍ଦୋଳନ ଜାରି ରହିଛି । ସକାଳ ୯ଟାରୁ ୧୧ ଟା ପର୍ଯ୍ୟନ୍ତ ରୋଗୀ ସେବା ପ୍ରଭାବିତ ହୋଇଛି ।

ସରକାରଙ୍କ ନିଷ୍ପତ୍ତିକୁ ମାନିବାକୁ ନାରାଜ OMSA। ୬୦ ଜଣ ଭର୍ଚୁଆଲ ମୋଡରେ ଏକାଠି ହୋଇ ଆଲୋଚନା କରିଛନ୍ତି । ESMA ଲାଗୁ କରି ସରକାର ଆମକୁ ଡରାଇ ପାରିବେନି । ସରକାରଙ୍କ ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିବା ସହ ୧୦ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓମସାର ସାଧାରଣ ସଂପାଦକ ଡକ୍ଟର ସଂଜୀବ ପ୍ରଧାନ କହିଛନ୍ତି ।

ସୂଚନାଯୋଗ୍ୟ, ସାରା ଓଡ଼ିଶାରେ ଡାକ୍ତରମାନେ ପ୍ରତିଦିନ ଦୁଇ ଘଣ୍ଟା ଧରି ଓପିଡିରେ ବସୁନଥିବାରୁ ଅତ୍ୟାବଶ୍ୟକ ସେବା ତଥା ରକ୍ଷଣାବେକ୍ଷଣ ଆଇନ, ୧୯୮୮ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହି ନିୟମ ଅନୁଯାୟୀ ଛଅ ମାସ ପାଇଁ ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ପାରାମେଡିକ୍ସ, ଟେକ୍ନିସିଆନ୍, ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଧର୍ମଘଟକୁ ନିଷେଧ କରାଯାଇଛି ।

ଏନେଇ ଗୃହ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ ଡାକ୍ତରଖାନା, ଏରିଆ ହସ୍ପିଟାଲ୍, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ମୁନସିପାଲ ହସ୍ପିଟାଲ୍, ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ଜେଲ୍ ଏବଂ ପୋଲିସ ହସ୍ପିଟାଲଗୁଡ଼ିକ ଉପରେ କାର୍ଯ୍ୟକାରୀ ହେବ।

ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଯେପରି କୌଣସି ଅସୁବିଧା ନହୁଏ ଓ 'ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ସରକାର କହିଛନ୍ତି। ଏହି ଆଦେଶକୁ କଡାକଡି ଭାବେ ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ପୋଲିସ କର୍ତ୍ତୃପକ୍ଷ, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି ।

ତେବେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ ର ସଦସ୍ୟମାନେ ଦାବିକରିଥିବା ସମସ୍ୟାଗୁଡ଼ିକର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା କିନ୍ତୁ ସେଠାରେ କୌଣସି ସମାଧାନ ନ ହେବାରୁ ଆନ୍ଦୋଳନ ବୃଦ୍ଧି ପାଇଥିଲା । ସେପଟେ ଏହାକୁ ଦୁର୍ଭାଗ୍ୟଜନକ କହିଲେ ଆନ୍ଦୋଳନରତ ଡାକ୍ତର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Doctors Protest | Doctor disobeys government orders, patient suffer | Argus News