ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦୁର୍ବ୍ୟବହାର , ଥାନାର ଦ୍ଵାରସ୍ଥ ହେଲେ ଡାକ୍ତର
·1 year ago·1 min read

Key Points
ମୁଖ୍ୟ ଚିକିତ୍ସାଳୟରେ ୩ ଦିନ ପୂର୍ବରୁ ଜଣେ ନାବାଳିକା ମୃତ୍ୟୁକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ନାବାଳିକାର ପରିବାର ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ସପନ ଦିଣ୍ଡା ନାମକ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ ।
ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଆକ୍ରମଣ । ଥାନାର ଦ୍ୱାରସ୍ଥ ହେଲେ ଚିକିତ୍ସାଳୟର ସମସ୍ତ ଡାକ୍ତର । ତେବେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଦିନ ପୂର୍ବରୁ ଜଣେ ନାବାଳିକା ମୃତ୍ୟୁକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ନାବାଳିକାର ପରିବାର ଲୋକେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ସପନ ଦିଣ୍ଡା ନାମକ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ ।
ଏହି ଘଟଣାକୁ ନେଇ ମୃତ ଶିଶୁ କନ୍ୟାର ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀମାନେ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: