Videos
|
Odisha

Odisha Politics / BJD ସାଇଟ୍‌ରେ ପାଣ୍ଡିଆନଙ୍କ ଜୟଗାନ ବିଷୟରେ ଜାଣିଛନ୍ତି ତ ନବୀନ ?

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
BJD ସାଇଟ୍‌ରେ ପାଣ୍ଡିଆନଙ୍କ ଜୟଗାନ ବିଷୟରେ ଜାଣିଛନ୍ତି ତ ନବୀନ ?
VK Pandian

Key Points

ବିଜେଡିରୁ ନେଇଛନ୍ତି ସନ୍ୟାସ କିନ୍ତୁ ଅଫିସିଆଲ ୱେବସାଇଟରେ ଏବେ ବି ଛାଇ ରହିଛନ୍ତି ।

ବିଜେଡିର ପ୍ରକୃତ ବସ୍ କିଏ ନବୀନ ନା ପାଣ୍ଡିଆନ ? ଦଳର ଅଫିସିଆଲ ୱେବ ସାଇଟ, ରାଜନୈତିକ ମହଲରେ ଏବେ ସୃଷ୍ଟି କରିଛି ଏମିତି କିଛି ପ୍ରଶ୍ନ । କାରଣ ବିଜୁ ଜନତା ଦଳ ଓଡ଼ିଶା ନାଁରେ ଥିବା ଦଳର ଅଫିସିଆଲ ୱେବ ସାଇଟରେ ନବୀନଙ୍କ ଅପେକ୍ଷା ଭୈରବ ପାଣ୍ଡିଆନଙ୍କର ହେଉଛି ଅଧିକ ଜୟ ଜୟ କାର । ବିଜେଡି ସରକାରରେ ନବୀନ ନୁହେଁ ବରଂ ସବୁ କିଛି ଯେମିତି ପାଣ୍ଡିଆନ ହିଁ କରୁଥିଲେ ବୋଲି ଏବେ ବି ପ୍ରଚାର କରୁଛି ଦଳର ଅଫିସିଆଲ ୱେବ ସାଇଟ ।

ଅଭିଯୋଗ ଶୁଣାଣିଠୁ ନେଇ ରୂପାନ୍ତରଣ ଗାଥା ଯାଏଁ, ପାଣ୍ଡିଆନଙ୍କ ଜୟ ଜୟ କାରର ଫଟୋ ଏବେ ଝଲସୁଛି ଦଳର ଅଫିସିଆଲ ୱେବ ସାଇଟରେ । ଦଳରେ ପାଣ୍ଡିଆନଙ୍କୁ ନେଇ ଲଗାତାର ବିଦ୍ରୋହ ବଢୁଥିବା ବେଳେ ଅଫିସିଆଲ ୱେବ ସାଇଟରେ ଏଭଳି ଗୁଣଗାନ ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ ପୁଣି ଥରେ ସରଗରମ କରିଛି । କିଛି ଦିନ ତଳେ ଦଳର ରାଜ୍ୟ ସଭା ସାଂସଦ ଦେବାଶିଷ ସମାନ୍ତରାୟ ପାଣ୍ଡିଆନଙ୍କ ବୁଲିବା ପାଇଁ ବିଜେଡି ହାରିଲା ବୋଲି କହିଥିଲେ ।

ନିର୍ବାଚନ ପରାଜୟ ପରେ ପାଣ୍ଡିଆନ ସନ୍ୟାସ ନେଇଥିବା ଘୋଷଣା କରିଥିଲେ ବି ନବୀନଙ୍କ ପାଖ ଛାଡ଼ିନାହାନ୍ତି । ମେଡିକାଲରେ ଦଳୀୟ ନେତାଙ୍କୁ ବି ନବୀନଙ୍କ ପାଖକୁ ଦେଖା କରିବାକୁ ଛାଡିନଥିଲେ ବୋଲି କୁହାଯାଇଥିଲା । ଏପରିକି ନବୀନ ମେଡିକାଲ ରେ ଥିବା ବେଳେ ରାଜା ସ୍ବାଇଁଙ୍କୁ 'ଆଇ ଆମ ଡାଉନ ବଟ ନଟ ଆଉଟ୍‌' କହିଥିବା ନେଇ ଚର୍ଚ୍ଚା ହୋଇଥିଲା । ରାଜା ବି ପାଣ୍ଡିଆନଙ୍କୁ ପାଲଟା ଜବାବ ଦେଇଥିଲେ ।

ତେବେ ପାଣ୍ଡିଆନଙ୍କୁ କଟାକ୍ଷ କରି ଦଳରୁ ଏହା ଭିତରେ ତଡ଼ା ଖାଇଛନ୍ତି ଶ୍ରୀମୟୀ ଓ ପ୍ରଫ୍ଲୁଲ ମଲ୍ଲିକଙ୍କ ପରି ନେତା । ସେହିପରି ବଦ୍ରୀ ପାତ୍ର ଓ ଅଶୋକ ପଣ୍ଡା, ଅରୁଣ ସାହୁଙ୍କ ଭଳି ଅନେକ ନେତା ପରୋକ୍ଷରେ ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ମଧ୍ୟ ଝାଡ଼ିଛନ୍ତି ।

ଡିସେମ୍ବର ୨୬ ରେ ଦଳର ପ୍ରତିଷ୍ଠା ଦିବସ ରହିଛି । ଜୋର ଦାର ପ୍ରସ୍ତୁତି ଚଳାଇଛନ୍ତି କିଛି ଦଳୀୟ ନେତା । ତେବେ ଦଳ ଭିତରେ କୁହୁଳୁଥିବା ଅସନ୍ତୋଷକୁ ଦେଖି ମିସେସ୍ ପାଣ୍ଡିଆନଙ୍କ ଦଳରେ ଏଣ୍ଚ୍ରି ଏବେ ପୋଷ୍ଟପୋନ ହୋଇଛି ବୋଲି କୁହାଯାଉଛି ।ଏସବୁ ଭିତରେ ବର୍ତ୍ତମାନ ଦଳୀୟ ୱେବ୍‌ ସାଇଟରେ ନବୀନଙ୍କ ଅପେକ୍ଷା ପାଣ୍ଡିଆନଙ୍କ ଅଧିକ ଜୟ ଜୟ କାର ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ କେଉଁ ମୋଡ଼ ଦେଉଛି ତାହା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Politics | Does Naveen know about Pandian's praise on the BJD site? | Argus News