Videos
|
Odisha

ଚୋରି ରୋକିବାକୁ ବାଡ଼ିରେ ବୁଲାଇଥିଲେ ବିଦ୍ୟୁତ୍ ତାର, ଚାଲିଗଲା କୁକୁର ଜୀବନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଚୋରି ରୋକିବାକୁ ବାଡ଼ିରେ ବୁଲାଇଥିଲେ ବିଦ୍ୟୁତ୍ ତାର, ଚାଲିଗଲା କୁକୁର ଜୀବନ

କଟକ: ମୁଁ ଗୋଟିଏ କୁକୁର... ମୋର ସ୍ଵଭାବ ହେଲା ମୋତେ ଯିଏ ସ୍ନେହ କରେ ମୁଁ ତା ବିଶ୍ଵସ୍ତ ହୋଇଯାଏ । ପ୍ରତି ମୁହୂର୍ତ୍ତରେ ମୋ ମାଲିକକୁ ମୋ ପ୍ରାଣଠୁ ଅଧିକ ଭଲ ପାଏ । ସେ ସାପକୁ ହେଉ କି ଅନ୍ୟ କୌଣସି ଅଜଣା ବିପଦ ସବୁବେଳେ ମୋ ପ୍ରାଣ ମୋ ମାଲିକ ପାଇଁ ସମର୍ପିତ ଥାଏ । ମୋ ପାଇଁ ମୋ ମାଲିକ ଜୀବନ ଆଗ, ଆଉ ସବୁ ପଛ...


ବିଦ୍ୟୁତ୍ ତାର ଲାଗି କୁକୁରଟିର ମୃତ୍ୟୁ ପରେ ତା ଆତ୍ମା ଏବେ ଏମିତି କିଛି କହୁଛି । ଦିନେ ଭୋ.. ଭୋ... କରି ଭୁକୁଥିବା କୁକୁରଟି ଆଜି ସିନା ଭୂମିରେ ଲୋଟି ପଡ଼ିଛି । ହେଲେ ତା ମରଶରୀର ବଖାଣୁଛି ମଣିଷ କେମିତି ତା ସ୍ଵାର୍ଥ୍ଵ ପାଇଁ ନିରୀହ ଜୀବଟିକୁ ମାରି ଦେଇଛି । ଶରୀର ନ ଥିବା ପ୍ରାଣ କହୁଛି, ମୁଁ ଚୋର ନଥିଲି... ମୁଁ ତ ଥିଲି ତମ ଜଗୁଆଳ... ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକ ଶଙ୍କରପୁର ପରିଡ଼ାସାହିରେ ବିଦ୍ୟୁତ ତାର ଲାଗି ଗୋଟିଏ କୁକୁରର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଗାଁର ଜଣେ ବ୍ୟକ୍ତି ଘରେ ଚୋର ନ ପଶିବା ଲାଗି ଘରବାଡ଼ରେ ବିଦ୍ୟୁତ୍ ତାର ସଂଯୋଗ କରିଥିଲେ । ଆଉ ସେହି ତାରରେ ଲାଗି ଛଟପଟ ହୋଇ ଆଖି ବୁଜୁଛି କୁକୁର ଟିଏ ।


ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଏହି ବିଦ୍ୟୁତ ତାର ଲାଗି ଅନେକ ପଶୁପକ୍ଷୀଙ୍କ ମଧ୍ୟ ଜୀବନ ଗଲାଣି । କୁକୁର ମରିବା ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ବିଦ୍ୟୁତ ସଂଯୋଗକୁ କାଟି ଦେଇଛି । ତେବେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ମାଧ୍ୟମରେ ସଚେତନ କରୁଥିଲେ ବି କାହିଁକି ଚେତୁନି ମଣିଷ ।


କେବେ ବାର୍‌ହା ଶିକାର ବିଛା ଯାଇଥିବା ତାରରେ ହାତୀ ଜୀବନ ହରାଉଛି ତ ଆଉ କେବେ ବାଘ ବି ଭୂମିରେ ଲୋଟି ପଡ଼ୁଛି । ମଣିଷ ସ୍ମାର୍ଟ ହେଉଥିବା ବେଳେ ତାର ପାଗଳାମି ପାଇଁ ଅକାରଣରେ ଟଳି ପଡ଼ୁଛନ୍ତି ନିରୀହ ପଶୁ, ପକ୍ଷୀ । ଏହାକୁ ନେଇ ପରିବେଶବିତ୍ ଓ ପଶୁପକ୍ଷୀ ପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି ।