Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

Rashmita Mishra
Browse all articles by Rashmita Mishra
·1 year ago·2 min read
ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

Key Points

ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

୪ ଦିନ ପରେ ସ୍ବାଭାବିକ ହେଲା ବସ୍ ଚଳାଚଳ

ଯାତ୍ରୀମାନେ ସୁବିଧାରେ ଯାତାୟାତ କରିପାରୁଛନ୍ତି

ଆଜିଠାରୁ ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ। ଏ ନେଇ ବଡ଼ ଘୋଷଣା କରିଛି ରାଜ୍ୟ ବସ୍ ମାଲିକ ସଂଘ । ପୁରୀରେ ବସିଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ଠାରୁ ରାଜ୍ୟର ସବୁ ଘରୋଇ ବସ୍ ଚଳାଚଳ କରୁଛି । ରାସ୍ତାରେ କୌଣସି ସ୍ଥାନରେ ବସ୍‌କୁ ଅବରୋଧ କରାଗଲେ ଆଇନର ଆଶ୍ରୟ ନିଆଯିବ । ସରକାର ସୁରକ୍ଷା ଯୋଗାଇ ଦେବାକୁ ସଂଘ ପକ୍ଷରୁ ଆବେଦନ କରାଯାଇଛି । ୪ ଦିନ ହେବ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରୁଥଲେ ଡ୍ରାଇଭର୍ ସଙ୍ଘ । ୭ ଦଫା ଦାବି ନେଇ ଧାରଣାରେ ବସିଥିଲେ ଡ୍ରାଇଭରମାନେ । ଫଳରେ ନାହିଁ ନଥିବା ହଇରାଣ ହେଉଥିଲେ ଯାତ୍ରୀ ।

୪ ଦିନ ପରେ ସ୍ବାଭାବିକ ହେଲା ବସ୍ ଚଳାଚଳ। ସାରା ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ଭୁବନେଶ୍ବର, ପୁରୀ, କଟକ, କେନ୍ଦ୍ରାପଡ଼ା, ସମ୍ବଲପୁର ସବୁଠି ଘରୋଇ ବସ୍ ଚଳାଚଳ ହୋଇଛି । ଫଳରେ ଯାତ୍ରୀମାନେ ସୁବିଧାରେ ଯାତାୟାତ କରିପାରୁଛନ୍ତି । ଡ୍ରାଇଭର ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଥିଲା ।

ରାଜ୍ୟ ସରକାରଙ୍କ ସହ ଆଲୋଚନା ସତ୍ତ୍ବେ ଲିଖିତ ପ୍ରତିଶ୍ରୁତି ଦାବିରେ ଅଡ଼ି ବସିଥିଲା ସଂଘ। ଗତ ରାତିରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଥିଲା । ଏହି କ୍ରମରେ ଆଜିଠୁ ବସ୍ ଚଳାଚଳ ସ୍ବାଭାବିକ ହୋଇଛି ।

ଚାରି ଦିନ ଧରି ଧର୍ମଘଟ ଯୋଗୁଁ କ୍ଷତି ସହୁଛନ୍ତି ବସ୍ ମାଲିକ । ହଜାର ହଜାର ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ତେଣୁ ଡ୍ରାଇଭର ମହାସଂଘର ଷ୍ଚିୟରିଂ ଛାଡ଼ ଆନ୍ଦୋଳନକୁ ଆଉ ସମର୍ଥନ ଦିଆଯିବ ନାହିଁ ବୋଲି ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛନ୍ତି । ତେଣୁ ଆଜିଠୁ ଘରୋଇ ବସ୍ ଚଳାଚଳ ସେବା ସ୍ବାଭାବିକ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
domestic-bus-services-have-returned-to-normal-in-the-state | Argus News