Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରୋଇ କଳିରୁ କଙ୍ଗାରୁ କୋର୍ଟ

Rashmita Mishra
Browse all articles by Rashmita Mishra
·1 year ago·1 min read
ଘରୋଇ କଳିରୁ କଙ୍ଗାରୁ କୋର୍ଟ

ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ଲଇକେରାରେ କଙ୍ଗାରୁ କୋର୍ଟ । ଘରୋଇ କଳିବେଳେ ସ୍ବାମୀଙ୍କ ଦେହରେ ହାତ ବାଜିଯିବାରୁ ଲଣ୍ଡା ସହ ଜାତିରୁ ବାସନ୍ଦ ହେଲେ ମହିଳା । ଜାମମାଲ ପଞ୍ଚାୟତ ରାଉତବାହାଲ ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଦୀର୍ଘ ବର୍ଷ ହେଲା ସ୍ବାମୀଙ୍କ ନିର୍ଯାତନା ଆସୁଛନ୍ତି ମହିଳା । ଘରେ ସ୍ବାମୀ ମାରପିଟ୍ କରୁଥିବାବେଳେ ମହିଳା ଜଣଙ୍କ ପ୍ରତିବାଦ କରିବାରୁ ତାଙ୍କୁ ବଡ଼ ଶାସ୍ତି ସହିବାକୁ ପଡିଛି । ଗାଁରେ କଙ୍ଗାରୁ କୋର୍ଟ ବସାଇ ମହିଳାଙ୍କୁ ଲଣ୍ଡା କରାଯିବା ସହ ଜାତିରୁ ବାସନ୍ଦ କରାଯାଇଛି । ପରେ ଖାସି ମାଂସ ସହ ଦେଶୀ କୁକୁଡ଼ା ଭୋଜି ଓ 5 ହଜାର ଟଙ୍କା ଜୋରିମାନା ଦେଲେ ପୁଣିଥରେ ଜାତିରେ ମିଶିବାକୁ ଦିଆଯିବ ବୋଲି କୁହାଯାଇଥିଲା । ଏସବୁ ଖବର ପାଇବା ପରେ ତାମିଲନାଡ଼ୁରେ କାମ କରୁଥିବା ମହିଳାଙ୍କ ପୁଅ ଘରକୁ ଫେରି ଲଇକେରା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ କେବେ ନେବ ଆକ୍ସନ୍ ତାକୁ ନେଇ ଉଠିଛି ପ୍ରଶ୍ନ ।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Domestic kangaroo court | Argus News