India vs US / ଟ୍ରମ୍ପଙ୍କ ଦୋମୁହଁ ନୀତି, ପାକିସ୍ତାନ-ଚୀନ ଭଳି ଭାରତକୁ ମଧ୍ୟ କଲେ ଦାଗି ଲିଷ୍ଟରେ ସାମିଲ..!

Key Points
ଆମେରିକା ପ୍ରଶାସନ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ପ୍ରେସିଡେନ୍ସିଆଲ ଡିଟରମିନେସନରେ ଏହି ସମସ୍ତ ତଥ୍ୟ ରହିଛି । ଯାହାକି ଭାରତ ପ୍ରତି ଥିବା ଆମେରିକାର ଚିନ୍ତାଧାରାକୁ ଦର୍ଶାଉଛି ।
ପୁଣି ଆରମ୍ଭ ହେଲା ଟ୍ରମ୍ପଙ୍କ ଚାଲାଖି । ଏପଟେ ଭାରତକୁ ବନ୍ଧୁ ବୋଲି କହୁଛନ୍ତି, ସେପଟେ ପଛପଟୁ ଛୁରି ମାରୁଛନ୍ତି । ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ଆଟାକ୍ ପରେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଏମିତି ବୁଦ୍ଧି ସିଖାଇଥିଲେ ଯେ ଟ୍ରମ୍ପ ବାଧ୍ୟ ହୋଇ ପୁଣି ଭାରତ ପ୍ରତି ବନ୍ଧୁତ୍ୱର ହାତ ବଢ଼ାଇଥିଲେ । ମୋଦିଙ୍କୁ ଭଲ ସାଙ୍ଗ ବୋଲି ମଧ୍ୟ କହିଥିଲେ । ଏମିତିକି ମୋଦିଙ୍କ ଜନ୍ମ ଦିନରେ ଟ୍ରମ୍ପ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ହେଲେ ଉପରେ ଉପରେ ଏତେ ଭଲ ଦେଖେଇ ହେଉଥିଲେ ବି ଭିତରେ, ଭାରତର ଚେର କାଟିବାକୁ ପ୍ଲାନ କରିଛ ଟ୍ରମ୍ପ ।
ଆମେରିକା ଏକ ତାଲିକା ପ୍ରସ୍ତୁତ କରିଛି, ଯେଉଁଥିରେ ବିଶ୍ୱର ୨୩ ଦେଶର ନାଁ ରହିଛି । ଆଉ ଏହି ୨୩ ଦେଶ ମଧ୍ୟରେ ଭାରତର ବି ନାଁ ସାମିଲ କରାଯାଇଛି । ସବୁଠାରୁ ବଡ଼ କଥା ହେଲା, ଏହି ତାଲିକାରେ ଯେଉଁ ଦେଶମାନଙ୍କ ନାଁ ରହିଛି, ସେମାନଙ୍କୁ ଏଥିରେ ଦାଗି ଭଳି ଦର୍ଶାଯାଇଛି ।
ଉକ୍ତ ରିପୋର୍ଟରେ କୁହାଯାଇଛି, ସେହି ୨୩ ଦେଶ.. 'ବେଆଇନ୍ ଭାବେ ନିଶା ଦ୍ରବ୍ୟ ଉତ୍ପାଦନ କରୁଛନ୍ତି । ନକଲି ସାମଗ୍ରୀ ତିଆରି କରୁଛନ୍ତି । ସେମାନଙ୍କ ଉତ୍ପାଦନରେ ଯେଉଁ କେମିକାଲ ସବୁ ବ୍ୟବହାର କରାଯାଉଛି ତାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ସେମାନେ ବେଆଇନ ଚାଲାଣ ମଧ୍ୟ କରୁଛନ୍ତି'। ତେଣୁ ସେହି ଦେଶମାନଙ୍କ ଉତ୍ପାଦିତ ଦ୍ରବ୍ୟ ଆମେରିକା ନାଗରିକଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି ।
ଆମେରିକା ପ୍ରଶାସନ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ପ୍ରେସିଡେନ୍ସିଆଲ ଡିଟରମିନେସନରେ ଏହି ସମସ୍ତ ତଥ୍ୟ ରହିଛି । ଯାହାକି ଭାରତ ପ୍ରତି ଥିବା ଆମେରିକାର ଚିନ୍ତାଧାରାକୁ ଦର୍ଶାଉଛି ।
ଏହି ତାଲିକାରେ ଅନ୍ୟ ଦେଶମାନଙ୍କ ମଧ୍ୟରେ ଚାଇନା, ପାକିସ୍ତାନ ମଧ୍ୟ ରହିଛନ୍ତି । ଏହାସହ ଆଫଗାନିସ୍ତାନ, ବାହାମାସ୍, ବେଲିଜ୍, ବୋଲିଭିଆ, ମିଆଁମାର, ଚୀନ୍, କଲମ୍ବିଆ, କୋଷ୍ଟାରିକା, ଡୋମିନିକାନ୍ ଗଣରାଜ୍ୟ, ଇକ୍ୱେଡ,ର୍ ଏଲ୍ ସାଲଭାଡୋର, ଗୁଆଟେମାଲା, ହାଇତି, ହଣ୍ଡୁରାସ, ଭାରତ, ଜାମାଇକା, ଲାଓସ୍, ମେକ୍ସିକୋ, ନିକାରାଗୁଆ, ପାକିସ୍ତାନ, ପାନାମା, ପେରୁ ଏବଂ ଭେନେଜୁଏଲା ମଧ୍ୟ ସାମିଲ ରହିଛି ।
ତେବେ ଏହି ପ୍ରେସିଡେନ୍ସିଆଲ ଡିଟରମିନେସନ ହେଉଛି, ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରକାର ମାର୍ଗଦର୍ଶିକା । ଯାହା ଆମେରିକାର ସଂଘୀୟ ସରକାରଙ୍କ କାର୍ଯ୍ୟନିର୍ବାହୀ ଶାଖାର ସରକାରୀ ନୀତି କିମ୍ବା ସ୍ଥିତିର ଅଂଶ ଭାବରେ ନିଆଯାଇଥିବା ନିଷ୍ପତ୍ତିକୁ ରୂପରେଖ ଦିଏ । ହ୍ୱାଇଟ୍ ହାଉସ୍ କହିଛି ଯେ ଟ୍ରମ୍ପ୍ ଆମେରିକାରେ ଅବୈଧ ନିଶାଦ୍ରବ୍ୟ ଯୋଗାଣ ଏବଂ ଚାଲାଣ ପାଇଁ ଦାୟୀ ପ୍ରମୁଖ ଦେଶଗୁଡ଼ିକର ଏକ ତାଲିକା ଦାଖଲ କରିଛନ୍ତି ।
📱 Get Argus News App
✨Related Topics
Explore more stories